ଟାମ୍ପରଗଡ଼ ଶକ୍ତିପୀଠ ଜରାଜୀର୍ଣ୍ଣ

ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର ଜିଲାରେ ଅନେକ ଐତିହ୍ୟସମ୍ପନ୍ନ ପ୍ରାଚୀନ କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରେ ଆଦିବାସୀ ବହୁଳ ଯୁଯୁମୁରା ବ୍ଲକର ଟାମ୍ପରଗଡ଼ ଗ୍ରାମରେ ଥିବା ମା’ ଦକ୍ଷିଣକାଳୀଙ୍କ ଶକ୍ତିପୀଠ ଅନ୍ୟତମ। ପ୍ରାୟ ୩ଶହ ବର୍ଷ ପୁରାତନ ଏହି ପୀଠ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡିରହିଛି।
କୁଟାସିଂହା ପାହାଡ଼ ତଳେ ଅବସ୍ଥିତ ମନ୍ଦିର ଉଚ୍ଚତା ପ୍ରାୟ ୪୦ଫୁଟ୍‌ ହେବ। ଏହାର ନିର୍ମାଣଶୈଳୀ ବେଶ୍‌ ଆକର୍ଷଣୀୟ। ମୁଖ୍ୟ ମନ୍ଦିର ଓ ଗର୍ଭଗୃହକୁ ଲାଗି ରହିଛି ୧୫ଫୁଟ୍‌ ଉଚ୍ଚତାର ମୁଖଶାଳା। ମନ୍ଦିରରେ ବ୍ୟବହାର ହୋଇଥିବା ଇଟାଗୁଡ଼ିକ ମଧ୍ୟଯୁଗୀୟ ବୋଲି କୁହାଯାଉଛି। ମନ୍ଦିର ପାର୍ଶ୍ୱରେ ରହିଛି ଏକ ବୃହତ୍‌ ଜଳାଶୟ। ଚତୁଃପାର୍ଶ୍ୱରେ ବର, ବେଲ ଓ ଅନ୍ୟାନ୍ୟ ଗଛ ରହିଛି। ଅନତି ଦୂରରେ କୁଟାସିଂହାର ଗରିଆଖମନ ପାହାଡ଼ର ପ୍ରାକୃତିକ ପରିବେଶ ଏହାର ଶୋଭା ବଢ଼ାଉଛି। ମନ୍ଦିରରେ ଦେବୀ ପୂଜା ପାଉ ନ ଥିଲେ ମଧ୍ୟ ପାର୍ଶ୍ୱରେ ଥିବା ଗୃହରେ ମା’ ଦକ୍ଷିଣକାଳୀଙ୍କୁ ପୂଜା କରାଯାଉଛି। ଏହାସହ ଝାଡ଼େଶ୍ୱର ବାବାଙ୍କ ନାମରେ ମହାଦେବଙ୍କୁ ପୂଜା କରାଯାଉଛି। ମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଏ। ସ୍ଥାନୀୟ ଜମିଦାରଙ୍କ ପରିବାର ପର୍ବପର୍ବାଣି ସମୟରେ ଆସି ପୂଜା କରନ୍ତି। ଶୈବ ଓ ଶକ୍ତିପୀଠ ଭାବେ ଏହି ସ୍ଥାନର ପ୍ରସିଦ୍ଧି ରହିଛି। ବର୍ଷତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିବା ବେଳେ ଦଶହରା, ଚୈତ୍ର ମାସରେ ବହୁ ଭକ୍ତଙ୍କ ଭିଡ଼ ହୋଇଥାଏ। ଜିଲା ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତମାନେ ଆସି ମାନସିକ ରଖିଥାନ୍ତି। ଭଗବାନଙ୍କ ପାଖରେ ଯାହା ମନାସିଲେ ତାହା ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଜନଶ୍ରୁତି ଅନୁସାରେ ପ୍ରାୟ ୩ଶହ ବର୍ଷ ପୂର୍ବେ ତତ୍‌କାଳୀନ ଜମିଦାର ଜଳନ୍ଧର ସିଂଦେଓ ସ୍ବପ୍ନାଦେଶ ପାଇ ଏହି ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର ପ୍ରତିଷ୍ଠା କରିବାକୁ ପ୍ରସ୍ତୁତି କରୁଥିବା ସମୟରେ ମା’ ଦକ୍ଷିଣକାଳୀ ମନ୍ଦିର ବାହାରେ ଅସ୍ଥାୟୀ ସ୍ଥାନରେ ବିରାଜମାନ କରାଇ ପୂଜା କରିବାକୁ ପୁଣି ସ୍ବପ୍ନାଦେଶ ଦେଇଥିଲେ। ସେହିଦିନଠାରୁ ମନ୍ଦିର ପାର୍ଶ୍ୱରେ କାଳୀ ଓ ଶିବଙ୍କୁ ପୂଜା କରାଯାଉଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ପୀଠ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି। ମନ୍ଦିର ଚାରିପାଖରେ ଶିଉଳି ଓ ଅନାବନା ଗଛଲତା ଆଚ୍ଛାଦିତ ହୋଇ ରହିଛି। କୀର୍ତ୍ତିରାଜି ଓ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଐତିହ୍ୟପୂର୍ଣ୍ଣ ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ବ ଓ ଦେବୋତ୍ତର ବିଭାଗ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁନରୁଦ୍ଧାର କରାଯାଉ ବୋଲି ସ୍ଥାନୀୟ ଗ୍ରାମବାସୀ, ମନ୍ଦିର ପୂଜକ ଓ ଐତିହାସିକମାନେ ଦାବି କରିଛନ୍ତି। ଅନ୍ୟ ମନ୍ଦିର ଓ ପ୍ରାଚୀନ କୀର୍ତ୍ତିରାଜି ଭଳି ଟାମ୍ପରଗଡ଼ର ଏହି ପ୍ରାଚୀନ ମନ୍ଦିର ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି। ମନ୍ଦିର ପୂଜକ ପ୍ରମୋଦ ବଡ଼ପଣ୍ଡା ମନ୍ଦିରର ମଧ୍ୟ ପୁନରୁଦ୍ଧାର କରାଯାଉ ବୋଲି କହିଛନ୍ତି। ଏ ସମ୍ପର୍କରେ ରେଢ଼ାଖୋଲ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି, ଏହି ପ୍ରାଚୀନ କୀର୍ତ୍ତି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ଆସୁଛି। ତେଣୁ ଏହାର ପୁନରୁଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ଅନୁରୂପ ଭାବେ ପର୍ଯ୍ୟଟନ ବିଭାଗ ଅଧିକାରୀ ହେମନ୍ତ ପ୍ରଧାନ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ଶୀଘ୍ର ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଜିଲାପାଳଙ୍କ ଜରିଆରେ ପୁନରୁଦ୍ଧାର ପାଇଁ ଚିଠି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri