ପୋଲିସ କବ୍‌ଜାରେ ତାମିଲନାଡୁ ଚୋର ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୪।୩(ବ୍ୟୁରୋ):ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ୩ ମାସ ଧରି ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିବା ସହ ୩ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ତାମିଲନାଡୁ ତିରୁପତୁର ଜିଲାର କେ. ବାଲାଜି,ଏନ. ମୁରଗାନ ଏବଂ ଡି. ଗୋବିନ୍ଦନ। ସେମାନଙ୍କଠାରୁ ୪ଟି ଲାପ୍‌ଟପ, ୭ ମୋବାଇଲ ଫୋନ, ଚାର୍ଜର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ଜବତ ହୋଇଛି। ଏହି ଗ୍ୟାଙ୍ଗ୍‌ର ସଦସ୍ୟମାନେ ସାଧାରଣତଃ ନକଲି ମୂକ-ବଧିର ସାର୍ଟିଫିକେଟ ହାତରେ ଧରି ଘର, ହଷ୍ଟେଲ, ମେସ୍‌ ଆଦି ବୁଲି ବୁଲି ସହାୟତା ମାଗିବା ବାହାନାରେ ଯାହା ପାରୁଥିଲେ ଚୋରି କରି ଚମ୍ପଟ ମାରୁଥିଲେ। ବିଶେଷକରି ଟଙ୍କା, ସୁନା, ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌କୁ ଅଧିକ ଟାର୍ଗେଟ କରୁଥିଲେ। ଧରା ନ ପଡ଼ିବା ଲାଗି ଛୋଟ ହୋଟେଲରେ ରହିବା ସହ ଏପରି ଅଭିନବ ଉପାୟରେ ଚୋରି କରିବା ପରେ ଅନ୍ୟ ଅଞ୍ଚଳରେ ଥିବା ହୋଟେଲକୁ ପଳାଉଥିଲେ। ଚମ୍ପଟ ମାରିବାବେଳେ ଯଦି କାହା ହାବୁଡ଼ରେ ପଡିଯାଆନ୍ତି, ତେବେ ସେମାନେ ହାତରେ ଧରିଥିବା ମୁକ ବଧିର ସାର୍ଟିଫିକେଟ ଦେଖାଇ ଭିକ ମାଗିବାକୁ ଆସିଥିବା ଦର୍ଶାଇ ଖସି ଯାଅନ୍ତି। ତେବେ ଅଧିକାଂଶ ସମୟରେ ଏମାନେ ସକାଳ ସମୟରେ ଖୋଲା ଥିବା ଘର ଓ ମର୍ନିଂ ଓ୍ବାକ୍‌ରେ ଯାଉଥିବା ଲୋକଙ୍କ ଘରକୁ ଟାର୍ଗେଟ କରିଥାନ୍ତି। ଚୋରି ଜିନିଷ ଅଧିକ ହେବା ପରେ ଟ୍ରେନ ମାଧ୍ୟମରେ ତାହାକୁ ତାମିଲନାଡୁ ପଠାଇଦିଅନ୍ତି। ଏହାପରେ ସେଠାରେ ଥିବା ଅନ୍ୟ ଗ୍ୟାଙ୍ଗ୍‌ର ସଦସ୍ୟମାନେ ସ୍ଥାନୀୟ ବଜାରରେ ଥିବା ଲୋକଙ୍କୁ କମ୍‌ ଟଙ୍କାରେ ବିକ୍ରି କରିଦିଅନ୍ତି। ସେହିପରି ଅଭିଯୁକ୍ତମାନେ ସ୍କୁଲ, କଲେଜକୁ ଯାଇ ପିଲାମାନଙ୍କୁ ଟଙ୍କା ମାଗୁଥିଲେ। ଯଦି କେହି ଦେଉ ନ ଥିଲେ ତା’ହେଲେ ମୂକ-ବଧୁର ସାର୍ଟିଫିକେଟ ଦେଖାଇ ଅପରେଶନ ହେବ କହି ଟଙ୍କା ଆଦାୟ କରୁଥିଲେ। କୌଣସି କେସ୍‌ ହିଷ୍ଟ୍ରି ନ ଥିବାରୁ ପୋଲିସ ଏମାନଙ୍କୁ ଧରିବା କଷ୍ଟକର ହେଉଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ଚଢାଉ ଜାରି ରଖିଛି। କଟକ-ଭୁବନେଶ୍ୱରରେ ମୋଟ ୧୨ଟି ମାମଲାରେ ଏମାନେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ପୂର୍ବରୁ ମଧ୍ୟ କାର କାଚ ଭାଙ୍ଗି ଚୋରି ଓ ଲୁଟ୍‌ପାଟ କରୁଥିବା ତାମିଲନାଡୁର ଏକ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri