ପୁଟିନ୍‌ଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ଯୋଜନା କରୁଛି ୟୁକ୍ରେନ୍‌

ମସ୍କୋ/କିଭ୍‌, ୩୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ପଦରୁ ହଟାଇବା ପାଇଁ ରୁଷିଆ ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ୟୁକ୍ରେନ୍‌ ପ୍ରତିରକ୍ଷା ଗୋଇନ୍ଦା ମୁଖ୍ୟ କିରିଲୋ ବୁଦାନୋଭ୍‌ ଦାବି କରିଛନ୍ତି। ରୁଷିଆ ଅଧିକାରୀମାନେ ଏ ନେଇ ସକ୍ରିୟ ଅଛନ୍ତି ବୋଲି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଖେରସନ୍‌କୁ ରୁଷିଆ କବଳରୁ ମୁକ୍ତ କରିବାକୁ ୟୁକ୍ରେନ୍‌ ପ୍ରତିଆକ୍ରମଣ ଜାରି ରଖିଥିବା ୟୁକ୍ରେନ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏଥିସହ ନଭେମ୍ବର ଶେଷ ସୁଦ୍ଧା ୟୁକ୍ରେନ୍‌ ଏହାର ପ୍ରମୁଖ ବନ୍ଦର, ଦ୍ୱୀପ, ସହର ଖେରସନ୍‌କୁ ମୁକ୍ତ କରିସାରିଥିବ ବୋଲି ୟୁକ୍ରେନ୍‌ ପ୍ରତିରକ୍ଷା ଗୋଇନ୍ଦା ମୁଖ୍ୟ ପ୍ରକାଶ କରିଛନ୍ତି।

Share