ମୋବାଇଲରେ ବେଶ ଫଟୋ ଉଠାଇବା ଚର୍ଚ୍ଚା

ପୁରୀ ଅଫିସ,୨୮ା୧୧: ଶ୍ରୀମନ୍ଦିର କର୍ମଚାରୀ, ସେବାୟତ ଏବଂ ସୁରକ୍ଷା କର୍ମଚାରୀ କେହି ବି ମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେବେ ନାହିଁ। ସମସ୍ତଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯିବ। ସେହିପରି କେହି ବେଶ ବଦଳାଇ ଭିତରକୁ ଯିବାକୁ ଚେଷ୍ଟା କରିବେ ନାହିଁ। ଯଦି ଏହାକୁ କେହି ଅବମାନନା କରନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଗାର୍ଜୁନ ବେଶ ସୁରକ୍ଷା ସମ୍ପର୍କରେ ଗୁରୁବାର ଜିଲାପାଳ ବଲୱନ୍ତ ସିଂ ଏହା କହିଥିଲେ। ତଥାପି ଏଥିରେ ବ୍ୟତିକ୍ରମ ଘଟିଛି। ଶୁକ୍ରବାର ରନତ୍ସିଂହାସନରେ ଦାରୁବିଗ୍ରହଙ୍କ ନାଗାର୍ଜୁନ ବେଶର ଫଟୋ ମୋବାଇଲ ଫୋନରେ ଉଠାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଜଣେ ସୁରକ୍ଷା କର୍ମଚାରୀ ଏହି ଫଟୋ ଉଠାଇଥିବା ଦିନତମାମ୍‌ ଆଲୋଚନା ହେଉଥିଲେ ମଧ୍ୟ ଏହାକୁ ପୋଲିସ ଅସ୍ବୀକାର କରିଛି। ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ଗେହ୍ଲି ସାହୁଙ୍କୁ ପଚାରିବାରେ କହିଛନ୍ତି, ଏମିତି ଚର୍ଚ୍ଚା ହେଉଥିବା ଶୁଣିବା ପରେ ଖୋଳତାଡ଼ କରିଥିଲୁ। କିନ୍ତୁ ଏହାର କୌଣସି ସତ୍ୟତା ନାହିଁ।

 

ହଟିଲା ୧୪୪ ଧାରା, ମିଳିଲା ପତିତପାବନ ଦର୍ଶନ

ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭିଡ଼ ହେବା ଆଶଙ୍କା କରି ଏବଂ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା। ଗୁରୁବାର ରାତି ୨ଟାରୁ ଶୁକ୍ରବାର ମହାପ୍ରଭୁଙ୍କ ବେଶ ଓଲାଗି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସମୟରେ ପତିତପାବନଙ୍କ ଦର୍ଶନ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଥିଲା ପ୍ରଶାସନ। ଏହି ନିଷ୍ପତ୍ତିକୁ ଶ୍ରଦ୍ଧାଳୁମାନେ ମାନିଥିଲେ। ଶୁକ୍ରବାର ଅପରାହ୍ନରେ ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତମାନେ ପତିତପାବନଙ୍କ ଦର୍ଶନ ପାଇଥିଲେ। ସନ୍ଧ୍ୟାରେ ପତିତପାବନଙ୍କ ଦର୍ଶନ ଲାଗି ବେଶ୍‌ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri