କଥା ଗୋଟିଏ, କାମ ଆଉ ଗୋଟିଏ: ଭାଇରାଲ ହେଉଛି ଅସ୍ମିତା ପ୍ରସଙ୍ଗ

ଭୁବନେଶ୍ୱର,୬ା୮(ଅନିଲ ଦାସ):ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାରେ ଆଶାନୁରୂପ ପରିବର୍ତ୍ତନ ଘଟୁନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ପୋଷ୍ଟ ଭାଇରାଲ ହେଉଥିବା ଲକ୍ଷ୍ୟ କରାଯାଉଛି। ଅସ୍ମିତା ଶବ୍ଦ ବ୍ୟବହାର କରି ନିର୍ବାଚନରେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସେହି ଅସ୍ମିତାକୁ ଜଳାଞ୍ଜଳି ଦେଇଛି ବୋଲି ମତ ପ୍ରକାଶ ପାଉଛି।
ରାଜ୍ୟରେ ଏବେ ଅସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅରୁଣ ଷଡ଼ଙ୍ଗୀ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ଇତିମଧ୍ୟରେ ସ୍ଥାୟୀ ଡିଜିପି ନିଯୁକ୍ତି କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୩ ଜଣ ଅଣଓଡ଼ିଆ ବରିଷ୍ଠ ଆଇପିଏସ୍‌ ଅଫିସର ଅରୁଣ କୁମାର ରାୟ, ଏସ୍‌. ଏମ୍‌. ନରଭାଣେ ଏବଂ ୱାଇ.ବି. ଖୁରାନିଆଙ୍କ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୃହ ବିଭାଗକୁ ସବିଶେଷ ତଥ୍ୟ ମାଗିଥିବା ଜଣାପଡ଼ିଛି। ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅରୁଣ ରାୟ ଏବେ ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ-ଷ୍ଟେସନେରୀ ଏବଂ ପବ୍ଲିକେଶନ ନିର୍ଦ୍ଦେଶକ ଥିବାବେଳେ ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଏସ୍‌.ଏମ୍‌. ନରଭାଣେ ରାଜ୍ୟ ଗୃହ ବିଭାଗରେ ଓଏସ୍‌ଡି ଅଛନ୍ତି। ସେହିପରି ୧୯୯୦ ବ୍ୟାଚ୍‌ ଓ୍ବାଇ. ବି. ଖୁରାନିଆ ନିକଟରେ କେନ୍ଦ୍ରୀୟ ଡେପୁଟେଶନରୁ ଓଡ଼ିଶା ଫେରିଛନ୍ତି। ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଓଡ଼ିଶାର ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ହେଉଛି।
ଏଠାରେ ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ଓ ପାକିସ୍ତାନ ସଂଲଗ୍ନ ସମ୍ବେଦନଶୀଳ ସୀମାରେ ମୁତୟନ ଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ମହାନିର୍ଦ୍ଦେଶକ (ଡିଜି) ନିତୀନ ଅଗ୍ରଓ୍ବାଲ ଏବଂ ଡେପୁଟି ସ୍ପେଶାଲ ଡିଜି ଖୁରାନିଆଙ୍କୁ ତାଙ୍କ କେନ୍ଦ୍ରୀୟ ଡେପୁଟେଶନ ଅବଧି ଶେଷ ହେବା ପୂର୍ବରୁ ତତ୍କାଳ ପ୍ରଭାବରୁ କେନ୍ଦ୍ର ସରକାର ଆଗୁଆ ଫେରାଇ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ଜୁଲାଇ ୨୬ରେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ନିଯୁକ୍ତି କମିଟିକୁ ସୁପାରିସ କରିଥିଲା। ଖୁରାନିଆ ଓ ନିତୀନ ଅଗ୍ରୱାଲ (ବିଏସ୍‌ଏଫ୍‌ ଡିଜି)ଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଏହା କାର୍ଯ୍ୟାନୁଷ୍ଠାନ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ତତ୍କାଳୀନ ବିଜେଡି ସରକାର ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ୨୦୨୩ ଡିସେମ୍ବର ୩୧ରେ ଅସ୍ଥାୟୀ ଭାବେ ଡିଜିପି ଦାୟିତ୍ୱ ନ୍ୟସ୍ତ କରିଥିଲେ। ସେବେଠୁ ସେ ରାଜ୍ୟରେ ଏହି ଦାୟିତ୍ୱ ତୁଲାଉଛନ୍ତି। ସେହି ସମୟରୁ ସେ ରାଜ୍ୟ ପୋଲିସ ଭାର ସଫଳତାର ସହ ସମ୍ଭାଳି ଆସୁଛନ୍ତି। ଏହି ସମୟ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଥିବା ସତ୍ତ୍ୱେ ଓଡ଼ିଶାରେ କୌଣସି ବଡ଼ ଧରଣର ହିଂସା କିମ୍ବା ଭୋଟ ସମ୍ପର୍କିତ ଗଣ୍ଡଗୋଳ ଘଟିଥିବାର ନଜିର ନାହିଁ। ଅରୁଣଙ୍କୁ ରାଜ୍ୟର ସ୍ଥାୟୀ ଡିଜି କରିବା ପରିବର୍ତ୍ତେ ଜଣେ ଅଣଓଡ଼ିଆଙ୍କୁ ଏହି ପଦବୀରେ ବସାଇବାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି।
ଓଡ଼ିଆ ଅସ୍ମିତା କଥା କହି ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ମୁଖ୍ୟ ଶାସନ ସଚିବ ପଦବୀରେ ଜଣେ ଅଣଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ନିଯୁକ୍ତ କରିଥିବା ବେଳେ ଏବେ ରାଜ୍ୟ ପୋଲିସର ସର୍ବୋଚ୍ଚ ପଦବୀରେ ଆଉ ଜଣେ ଅଣଓଡ଼ିଆ ଅଫିସରଙ୍କୁ ନିଯୁକ୍ତି ଦେବା ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ସମାଲୋଚନା ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଦୀର୍ଘ ୪୬ ବର୍ଷ ଧରି କୌଣସି ଅଣଓଡ଼ିଆ ଆଇଏଏସ୍‌ ଅଫିସର ମୁଖ୍ୟ ଶାସନ ସଚିବ ପଦବୀରେ ନ ଥିଲେ। ଏପରି କି ଏହି ଉଭୟ ପଦବୀରେ ଅଣଓଡ଼ିଆ ଅଫିସର ଏକାସଙ୍ଗେ ନିଯୁକ୍ତି ପାଇଥିବାର ନଜିର ଓଡ଼ିଶାରେ କାହାରି ମନେ ନ ଥିବ।
ପୂର୍ବରୁ ବିଜେଡି ସରକାର ଅଣଓଡ଼ିଆ ଅଫିସରଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସିଥିବା ବେଳେ ପୁନର୍ବାର ଭାଜପା ସରକାର ସେଇ ରାସ୍ତା ଆପଣାଇଥିବା ଭାଇରାଲ ହେଉଛି। ଏଥିରୁ ବୁଝିବାକୁ ହେବ, ଓଡ଼ିଶାରେ ନେତା ଏବଂ ରାଜନୈତିକ ଦଳ ନିର୍ବାଚନରେ ବଦଳିଥିବା ସତ୍ତ୍ୱେ ପ୍ରଶାସନିକ ପଦ୍ଧତିରେ ବ୍ୟବସ୍ଥା ବଦଳିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri