କଥା ଗୋଟିଏ, କାମ ଆଉ ଗୋଟିଏ: ଭାଇରାଲ ହେଉଛି ଅସ୍ମିତା ପ୍ରସଙ୍ଗ

ଭୁବନେଶ୍ୱର,୬ା୮(ଅନିଲ ଦାସ):ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାରେ ଆଶାନୁରୂପ ପରିବର୍ତ୍ତନ ଘଟୁନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ପୋଷ୍ଟ ଭାଇରାଲ ହେଉଥିବା ଲକ୍ଷ୍ୟ କରାଯାଉଛି। ଅସ୍ମିତା ଶବ୍ଦ ବ୍ୟବହାର କରି ନିର୍ବାଚନରେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସେହି ଅସ୍ମିତାକୁ ଜଳାଞ୍ଜଳି ଦେଇଛି ବୋଲି ମତ ପ୍ରକାଶ ପାଉଛି।
ରାଜ୍ୟରେ ଏବେ ଅସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅରୁଣ ଷଡ଼ଙ୍ଗୀ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ଇତିମଧ୍ୟରେ ସ୍ଥାୟୀ ଡିଜିପି ନିଯୁକ୍ତି କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୩ ଜଣ ଅଣଓଡ଼ିଆ ବରିଷ୍ଠ ଆଇପିଏସ୍‌ ଅଫିସର ଅରୁଣ କୁମାର ରାୟ, ଏସ୍‌. ଏମ୍‌. ନରଭାଣେ ଏବଂ ୱାଇ.ବି. ଖୁରାନିଆଙ୍କ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୃହ ବିଭାଗକୁ ସବିଶେଷ ତଥ୍ୟ ମାଗିଥିବା ଜଣାପଡ଼ିଛି। ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅରୁଣ ରାୟ ଏବେ ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ-ଷ୍ଟେସନେରୀ ଏବଂ ପବ୍ଲିକେଶନ ନିର୍ଦ୍ଦେଶକ ଥିବାବେଳେ ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଏସ୍‌.ଏମ୍‌. ନରଭାଣେ ରାଜ୍ୟ ଗୃହ ବିଭାଗରେ ଓଏସ୍‌ଡି ଅଛନ୍ତି। ସେହିପରି ୧୯୯୦ ବ୍ୟାଚ୍‌ ଓ୍ବାଇ. ବି. ଖୁରାନିଆ ନିକଟରେ କେନ୍ଦ୍ରୀୟ ଡେପୁଟେଶନରୁ ଓଡ଼ିଶା ଫେରିଛନ୍ତି। ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଓଡ଼ିଶାର ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ହେଉଛି।
ଏଠାରେ ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ଓ ପାକିସ୍ତାନ ସଂଲଗ୍ନ ସମ୍ବେଦନଶୀଳ ସୀମାରେ ମୁତୟନ ଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ମହାନିର୍ଦ୍ଦେଶକ (ଡିଜି) ନିତୀନ ଅଗ୍ରଓ୍ବାଲ ଏବଂ ଡେପୁଟି ସ୍ପେଶାଲ ଡିଜି ଖୁରାନିଆଙ୍କୁ ତାଙ୍କ କେନ୍ଦ୍ରୀୟ ଡେପୁଟେଶନ ଅବଧି ଶେଷ ହେବା ପୂର୍ବରୁ ତତ୍କାଳ ପ୍ରଭାବରୁ କେନ୍ଦ୍ର ସରକାର ଆଗୁଆ ଫେରାଇ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ଜୁଲାଇ ୨୬ରେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ନିଯୁକ୍ତି କମିଟିକୁ ସୁପାରିସ କରିଥିଲା। ଖୁରାନିଆ ଓ ନିତୀନ ଅଗ୍ରୱାଲ (ବିଏସ୍‌ଏଫ୍‌ ଡିଜି)ଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଏହା କାର୍ଯ୍ୟାନୁଷ୍ଠାନ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ତତ୍କାଳୀନ ବିଜେଡି ସରକାର ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ୨୦୨୩ ଡିସେମ୍ବର ୩୧ରେ ଅସ୍ଥାୟୀ ଭାବେ ଡିଜିପି ଦାୟିତ୍ୱ ନ୍ୟସ୍ତ କରିଥିଲେ। ସେବେଠୁ ସେ ରାଜ୍ୟରେ ଏହି ଦାୟିତ୍ୱ ତୁଲାଉଛନ୍ତି। ସେହି ସମୟରୁ ସେ ରାଜ୍ୟ ପୋଲିସ ଭାର ସଫଳତାର ସହ ସମ୍ଭାଳି ଆସୁଛନ୍ତି। ଏହି ସମୟ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଥିବା ସତ୍ତ୍ୱେ ଓଡ଼ିଶାରେ କୌଣସି ବଡ଼ ଧରଣର ହିଂସା କିମ୍ବା ଭୋଟ ସମ୍ପର୍କିତ ଗଣ୍ଡଗୋଳ ଘଟିଥିବାର ନଜିର ନାହିଁ। ଅରୁଣଙ୍କୁ ରାଜ୍ୟର ସ୍ଥାୟୀ ଡିଜି କରିବା ପରିବର୍ତ୍ତେ ଜଣେ ଅଣଓଡ଼ିଆଙ୍କୁ ଏହି ପଦବୀରେ ବସାଇବାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି।
ଓଡ଼ିଆ ଅସ୍ମିତା କଥା କହି ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ମୁଖ୍ୟ ଶାସନ ସଚିବ ପଦବୀରେ ଜଣେ ଅଣଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ନିଯୁକ୍ତ କରିଥିବା ବେଳେ ଏବେ ରାଜ୍ୟ ପୋଲିସର ସର୍ବୋଚ୍ଚ ପଦବୀରେ ଆଉ ଜଣେ ଅଣଓଡ଼ିଆ ଅଫିସରଙ୍କୁ ନିଯୁକ୍ତି ଦେବା ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ସମାଲୋଚନା ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଦୀର୍ଘ ୪୬ ବର୍ଷ ଧରି କୌଣସି ଅଣଓଡ଼ିଆ ଆଇଏଏସ୍‌ ଅଫିସର ମୁଖ୍ୟ ଶାସନ ସଚିବ ପଦବୀରେ ନ ଥିଲେ। ଏପରି କି ଏହି ଉଭୟ ପଦବୀରେ ଅଣଓଡ଼ିଆ ଅଫିସର ଏକାସଙ୍ଗେ ନିଯୁକ୍ତି ପାଇଥିବାର ନଜିର ଓଡ଼ିଶାରେ କାହାରି ମନେ ନ ଥିବ।
ପୂର୍ବରୁ ବିଜେଡି ସରକାର ଅଣଓଡ଼ିଆ ଅଫିସରଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସିଥିବା ବେଳେ ପୁନର୍ବାର ଭାଜପା ସରକାର ସେଇ ରାସ୍ତା ଆପଣାଇଥିବା ଭାଇରାଲ ହେଉଛି। ଏଥିରୁ ବୁଝିବାକୁ ହେବ, ଓଡ଼ିଶାରେ ନେତା ଏବଂ ରାଜନୈତିକ ଦଳ ନିର୍ବାଚନରେ ବଦଳିଥିବା ସତ୍ତ୍ୱେ ପ୍ରଶାସନିକ ପଦ୍ଧତିରେ ବ୍ୟବସ୍ଥା ବଦଳିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri