ପର୍ଯ୍ୟଟନ ବିଭାଗ ସୂଚନା ଫଳକକୁ ନେଇ ଚର୍ଚ୍ଚା

ସୋନପୁର,୧।୪(ନି.ପ୍ର.): ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳ ଓ ମନ୍ଦିର ସମ୍ପର୍କରେ ବାହାରୁ ଆସୁଥିବା ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଯାଉଛି। ଏଥିରେ ଓଡିଶା ପର୍ଯ୍ୟଟନର ଲୋଗୋ ସହ ପ୍ରମୁଖ ଛକ ସ୍ଥାନରୁ ପର୍ଯ୍ୟଟନ ସ୍ଥଳୀ ଓ ମନ୍ଦିରର ଦୂରତା ସମ୍ପର୍କରେ ଉଲ୍ଲେଖ ରହୁଛି। ସୂଚନା ଫଳକରେ ପର୍ଯ୍ୟଟନସ୍ଥଳୀର ଫଟୋ ମଧ୍ୟ ରହୁଛି। ତେବେ ଶୁକ୍ରବାର ପର୍ଯ୍ୟଟନ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲାରେ ଲାଗିଥିବା ସୂଚନା ଫଳକ କୁ ନେଇ ବିବାଦ ସୃଷ୍ଟି ହୋଇଛି। ସହରର ପ୍ରସିଦ୍ଧ ଶୈବ ପୀଠ ସୁବର୍ଣ୍ଣମେରୁ, ରାମେଶ୍ୱର ଓ ପଞ୍ଚରଥଙ୍କୁ ମା’ଙ୍କ ପୀଠ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ଦର୍ଶାଯାଇଛି। ସେହିପରି ଜିଲାର ଇଷ୍ଟ ଦେବତା ସୁବର୍ଣ୍ଣମେରୁ ମନ୍ଦିରକୁ ସୁବର୍ଣ୍ଣପୁର ମନ୍ଦିର ଲେଖାଯାଇଛି। ବୁଦ୍ଧିଜୀବୀ ମହଲରେ ଏଥି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତ୍ରୁଟିପୂର୍ଣ୍ଣ ଲେଖାକୁ ନେଇ ପର୍ଯ୍ୟଟନ ବିଭାଗ ଲୋକହସା ହୋଇଛି।
ସୁବର୍ଣ୍ଣପୁର ଜିଲାରେ ୭ଟି ପର୍ଯ୍ୟଟନସ୍ଥଳୀ ରହିଛି। ସେହିଭଳି ଅନେକ ମନ୍ଦିର ଓ ଦର୍ଶନୀୟ ସ୍ଥାନ ଅଛି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଅବଗତି ପାଇଁ ପର୍ଯ୍ୟଟନ ବିଭାଗ ରାସ୍ତାରେ ଓ ମନ୍ଦିର ସମ୍ମୁଖରେ ସୂଚନା ଫଳକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏଥିପାଇଁ ଟେଣ୍ଡର ଆହ୍ବାନ କରିଥିଲା। ସୁବର୍ଣ୍ଣପୁର ଜିଲାର ୨୮ଟି ସ୍ଥାନରେ ସୂଚନା ଫଳକ ଲଗାଇବା ପାଇଁ ଭୁବନେଶ୍ୱରର କ୍ରିପା ନାମକ ସଂସ୍ଥା ଟେଣ୍ଡର ପାଇଛି। ଉକ୍ତ ସଂସ୍ଥା ଜିଲା ପର୍ଯ୍ୟଟନ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସୂଚନା ଫଳକରେ ନିର୍ଭୁଲ ତଥ୍ୟ ଦେବା କଥା। ମାତ୍ର ଏଥିରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛ୍ରି। ସୁବର୍ଣ୍ଣପୁର ଜିଲାର ଇଷ୍ଟଦେବତା ସୁବର୍ଣ୍ଣମେରୁଙ୍କ ମନ୍ଦିର ସମ୍ମୁଖରେ ଓଡିଆରେ ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର ଓ ଇଂଲିଶରେ ମା’ ସୁବର୍ଣ୍ଣମେରୁ ଟେମ୍ପୁଲ ଲେଖାଯାଇଛି। ଜିଲା ନିୟୋଜନ କାର୍ଯ୍ୟାଳୟ ଛକରେ ଓଡିଆରେ ସୁବର୍ଣ୍ଣମେରୁ ମନ୍ଦିର ଓ ଇଂରାଜୀରେ ଶ୍ରୀ ସୁବର୍ଣ୍ଣପୁର ଟେମ୍ପୁଲ ଲେଖାଯାଇଛି। ରାମେଶ୍ୱର ଶୈବ୍ରପୀଠ ସମ୍ମୁଖରେ ଓଡିଆରେ ଶ୍ରୀ ରାମେଶ୍ୱର ମନ୍ଦିର ଓ ଇଂଲିଶରେ ମା’ରାମେଶ୍ୱର ଟେମ୍ପୁଲ ଲେଖାଯାଇଛି। ସହର ମଧ୍ୟ ଭାଗରେ ଥିବା ପଞ୍ଚରଥ ଶୈବପୀଠ ସମ୍ମୁଖରେ ଓଡିଆରେ ଶ୍ରୀପଞ୍ଚରଥ ମନ୍ଦିର ଓ ଇଂଲିଶରେ ମା’ ପଞ୍ଚରଥ ଟେମ୍ପୁଲ ଲେଖାଯାଇଛି। ଶିବଙ୍କୁ ମା’ ବୋଲି ଲେଖା ଯାଇଥିବାରୁ ବିଭାଗୀୟ ଅଧିକାରୀଙ୍କ ଜ୍ଞାନକୁ ନେଇ ପ୍ରଶ୍ନ ଉଠିଛି। ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବିବାଦକୁ ଦେଖି ତୃଟି ସଂଶୋଧନ କରିବାକୁ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର ଦଳେଇଙ୍କୁ ପଚାରିବାରୁ ସୂଚନା ଫଳକରେ ନିର୍ଭୁଲ ତଥ୍ୟ ଦେବା ପାଇଁ କୁହାଯାଇଥିଲା। ମାତ୍ର ଉକ୍ତ ସଂସ୍ଥା କାହାକୁ ନ ଜଣାଇ ତ୍ରୁଟିପୂର୍ଣ୍ଣ ସୂଚନା ଫଳକ ଲଗାଇଥିବା ଅଭିଯୋଗ ହୋଇଛି। ଯଥାଶୀଘ୍ର ତ୍ରୁଟି ସୁଧାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଜିଲାରେ ଗତ ୬ ବର୍ଷ ଧରି ପର୍ଯ୍ୟଟନ ଅଧିକାରୀ ନାହାନ୍ତି । ବଲାଙ୍ଗୀର ଜିଲା ପର୍ଯ୍ୟଟନ ଅଧିକାରୀ ଏଠାରେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ତେଣୁ ଏଭଳି ତୃଟି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri