ଆଫଗାନୀଙ୍କୁ ଅନାଥ କଲା ତାଲିବାନ ଶାସନ…

କାବୁଲ,୨୯।୮: ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଏବେ ଆଫଗାନୀମାନେ ଅନାଥ ହୋଇ ପଡ଼ିଛନ୍ତି। ଜୀବନ ଭୟ ଏବଂ ତାଲିବାନୀ କଟକଣାକୁ ସହ୍ୟ ନ କରିବା ଚିନ୍ତାରେ ଲକ୍ଷ ଲକ୍ଷ ଲୋକେ ଭିଟାମାଟି ଛାଡ଼ିବା ଆରମ୍ଭ କରିଛନ୍ତି। ଏବେ ସେମାନଙ୍କର ଭିଟାମାଟି ସାତ ପର ପାଲଟିଛିି। ଫଳରେ ଅନ୍ତର୍ଜାତୀୟସ୍ତରରେ ଏବେ ଶରଣାର୍ଥୀ ସଙ୍କଟ ବଢ଼ିବାରେ ଲାଗିଛି। ଏତେ ସଂଖ୍ୟକ ଲୋକଙ୍କୁ ଥଇଥାନ କିଭଳି କରାଯିବା ସେନେଇ ପଡ଼ୋଶୀ ଦେଶଙ୍କ ସହିିିିତ ବିଶ୍ୱର ଅନ୍ୟ ରାଷ୍ଟ୍ରଙ୍କର ଚିନ୍ତା ବୃଦ୍ଧି ପାଇଛି। ଶରଣାର୍ଥୀମାନଙ୍କୁ ଆମେରିକା, କାତାର, ବ୍ରିଟେନ, ଜର୍ମାନୀ, ୟୁଏଇ ସମେତ ଅନେକ ଦେଶରେ ରଖାଯାଉଛି। ଆଫଗାନିସ୍ତାନ ସହିତ ଇରାନ, ପାକିସ୍ଥାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଏବଂ ତାଜିକିସ୍ତାନ ଆଦି ୫ ଟି ଦେଶର ସୀମା ଲାଗି ରହିଛି। ଜୀବନ ଭୟରେ ଲୋକେ ପଡୋଶୀ ଦେଶର ସୀମା ଆଡକୁ ମୁହାଁଇଛନ୍ତି। ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ(ୟୁଏନ୍‌ଏଚ୍‌ସିଆର୍‌)ଅନୁସାରେ ତାଲିବାନ ଦଖଲ ପୂର୍ବରୁ ୨୨ ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀ ପଡୋଶୀ ଦେଶରେ ଆଶ୍ରୟ ନେଇଥିବାବେଳେ ୩୫ ଲକ୍ଷ ଲୋକ କାବୁଲ-କାନ୍ଦାହାର ଭଳି ସହରର ପଳାଇ ଆସିଥିଲେ। ତାଲିବାନ ଶାସନ ସହିତ ତାଜିକିସ୍ତାନ, ଇରାନ, ଉଜବେକିସ୍ତାନ ସୀମାରେ ଜନସମାଗମ ଆରମ୍ଭ ହେବାରେ ଲାଗିଛି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଭାରତ ଆଦି ଦେଶରେ ଶରଣାର୍ଥୀଙ୍କୁ ଆଶ୍ରୟ ମିଳିଛି। ୟୁଏନ୍‌ଏଚ୍‌ସିଆର୍‌ର ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ଶରଣାର୍ଥୀଙ୍କ ସଙ୍କଟ ୧୨ ଦେଶ ପାଇଁ ସତର୍କ ଘଣ୍ଟି ସୃଷ୍ଟି କରିଛି। ଏହା ପାକିସ୍ତାନକୁ ଅଧିକ ପ୍ରଭାବିତ କରୁଛି । ପାକିସ୍ତାନରେ ୧୪ ଲକ୍ଷ ୫୦ ହଜାରରୁ ଅଧିକ ଆଫଗାନିସ୍ତାନୀ ଆଶ୍ରୟ ନେଇଛନ୍ତି। ସେହିପରି ୭ ଲକ୍ଷ ୮୦ ହଜାର ଶରଣାର୍ଥୀ ଇରାନରେ ପହଞ୍ଚିଛନ୍ତି। ଜର୍ମାନୀରେ ଶରଣାର୍ଥୀଙ୍କ ସଂଖ୍ୟା ୧ ଲକ୍ଷ ୮୧ ହଜାର, ତୁର୍କୀରେ ୧ ଲକ୍ଷ ୨୯ ହଜାର, ଅଷ୍ଟ୍ରିଆରେ ୪୬ ହଜାର, ଫ୍ରାନ୍ସରେ ୪୫ ହଜାର, ଗ୍ରୀସରେ ୪୧ ହଜାର, ସ୍ବିଡ଼େନରେ ୩୧ ହଜାର, ସ୍ବିଜରଲାଣ୍ଡରେ ୧୫ ହଜାର, ଭାରତରେ ୧୫ ହଜାର,ଇଟାଲୀରେ ୧୩ ହଜାର,ବ୍ରିଟେନ୍‌ରେ ୧୨ ହଜାର ରହିଛି। ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ରୋକିବା ପାଇଁ ପଡୋଶୀ ଦେଶ ତୁର୍କୀରେ ସୀମାରେ କାନ୍ଥ ନିର୍ମାଣ କରାଯାଇଛି। ଇରାନର ଆଫଗାନିସ୍ତାନ ସୀମାରେ ଥିବା ତିନୋଟି ପ୍ରଦେଶରେ ଜରୁରୀକାଳୀନ ତମ୍ବୁ ସ୍ଥାପନ କରାଯାଇଛି। ଶରଣାର୍ଥୀଙ୍କୁ ଜରୁରୀକାଳୀନ ସହାୟତା ଦିଆଯାଉଛି। ଇରାନ ଆଶା କରୁଛି ଯେ ଯେତେବେଳେ ଆଫଗାନିସ୍ତାନରେ ସ୍ଥିତିରେ ସୁଧାର ଆସିବ, ସେମାନଙ୍କୁ ପୁନର୍ବାର ପଠାଇ ଦିଆଯିବ। ତାଜିକିସ୍ତାନ ସୀମାରେ ୧ ଲକ୍ଷରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଆଫଗାନିସ୍ତାନ ସେନା ଏବଂ ବାୟୁସେନା କର୍ମଚାରୀ ମଧ୍ୟ ଅଛନ୍ତି। ଉଜବେକିସ୍ତାନର ସୀମାରେ ମଧ୍ୟ ଶରଣାର୍ଥୀ ସମସ୍ୟା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri