ତିନିପଟେ ତାଲିବାନ୍‌

କାବୁଲ,୨୫ା୮: କଥା କଥାକେ ଫୁଟୁଛି ଗୁଳି, ଶୁଭୁଛି ବିସ୍ଫୋରଣର ଛାତିଥରା ଶବ୍ଦ। ତାଲିବାନ୍‌ ଜାରି କରିଛି ଫତ୍‌ଓ୍ବା। ଅମାନ୍ୟ କଲେ ଶରିଆ ଆଇନରେ ଗଡ଼ିବ ମୁଣ୍ଡ। ଆତଙ୍କରେ ମରି ମରି ବଞ୍ଚୁଛନ୍ତି ଆଫଗାନ୍‌। କାରଣ ପୁଣି ଫେରିଛି ତାଲିବାନର ତିରିଶ ବର୍ଷ ତଳର ବର୍ବରତା। ଅଗତ୍ୟା କିଏ ଭାଗ୍ୟକୁ ଆଦରି ପଳାୟନ କରୁଛନ୍ତି ତ ଆଉ କେହି ମୁଣ୍ଡପାତି ସହିଯିବାକୁ ବାଧ୍ୟ ହୋଇଛନ୍ତି। ଏହାରି ଭିତରେ ଅଭେଦ୍ୟ ଦୁର୍ଗ ପଞ୍ଜଶିରରୁ ପୁଣି ଉଠିଛି ବିଦ୍ରୋହର ସ୍ବର। ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ତାଲିବାନ୍‌କୁ ରୋକିପାରିବେ କି ପଞ୍ଜଶିର ସିଂହ ଅହମଦ ଶାହ ମାସୁଦଙ୍କ ଫାଇଟର।

ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ୨୦ ବର୍ଷ ମଧ୍ୟରେ ଆମେରିକା ୮୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି। ଭିତ୍ତିଭୂମି ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଭାରତ ପକ୍ଷରୁ ମଧ୍ୟ ୨୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆମେରିକୀୟ ସୈନ୍ୟଙ୍କ ଘରବାହୁଡ଼ା ଆଫଗାନିସ୍ତାକୁ ବିପତ୍ତି ଆଣିଛି। ଆଫଗାନ୍‌ ସେନାକୁ ଆମେରିକା ପକ୍ଷରୁ ଦିଆଯାଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବେ ତାଲିବାନ ହାତରେ। ଓ୍ବାଣ୍ଟେଡ୍‌ ଆତଙ୍କବାଦୀମାନଙ୍କୁ ଜେଲରୁ ମୁକ୍ତ କରାଯିବା ପରେ ତାଲିବାନର ବଳ ବୃଦ୍ଧି ଘଟିଛି। ଆଫଗାନିସ୍ତାନ ସହ ଭାରତର ଯେଉଁ ସୀମା ସଂଲଗ୍ନ ଅଛି ତାହା ପାକିସ୍ତାନ ଦଖଲରେ ରହିଛି। ଇରାନ ଓ ରୁଷିଆ ତାଲିବାନକୁ ଆମେରିକା ବିରୋଧରେ ବ୍ୟବହାର କରିବାକୁ ଚାହୁଁଥିବାବେଳେ ପାକିସ୍ତାନ ଓ ଚାଇନା ଭାରତ ବିରୋଧୀ କାର୍ଯ୍ୟକଳାପରେ ଆତଙ୍କବାଦୀଙ୍କୁ ନିୟୋଜିତ କରିବାକୁ ଉପାୟ ପାଞ୍ଚୁଛନ୍ତି। ଏଭଳି ସମୟରେ ଆଫଗାନିସ୍ତାନ ସ୍ଥିତି ଜଟିଳ ହେବାରେ ଲାଗିଛି। ତାଲିବାନ ୩୩ଟି ପ୍ରଦେଶ ଦଖଲ କରିସାରିଥିବାବେଳେ ଅଟକିଯାଇଛି କେବଳ ପଞ୍ଜଶିରରେ। ତାଲିବାନ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ପଞ୍ଜଶିର ଲାୟନ ଭାବେ ପରିଚିତ ଓ୍ବାରଲର୍ଡ ଅହମଦ ଶାହ ମାସୁଦଙ୍କ ୩୨ ବର୍ଷୀୟ ପୁଅ ଅହମଦ ମାସୁଦ। ତାଙ୍କୁ ପୂର୍ଣ୍ଣ ସହଯୋଗ ଦେଉଛନ୍ତି ଆମତ୍ଘୋଷିତ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ। କିନ୍ତୁ ଆତଙ୍କବାଦ ନିରୋଧୀ ଏହି ଭୂଖଣ୍ଡରେ ତାଲିବାନର ପ୍ରତିରୋଧ କେତେଦିନ ଚାଲିପାରିବ ବୋଲି ସନ୍ଦେହ ସୃଷ୍ଟି ହେଲାଣି।
ଦଶକର ଗୃହଯୁଦ୍ଧ ବେଳେ ତାଲିବାନ ଆଗରେ ଏବଂ ଏହାର ଦଶନ୍ଧି ପୂର୍ବରୁ ସୋଭିଏଟ୍‌ ନିକଟରେ ମୁଣ୍ଡ ନୁଆଁଇ ନ ଥିବା ପଞ୍ଜଶିର ଉପତ୍ୟକା ଉପରେ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି। ତାଲିବାନ ଆଗରେ ଆମତ୍ସମର୍ପଣ କରିବେ ନାହିଁ ବୋଲି କହିଥିବା ମାସୁଦ କହିଛନ୍ତି, ଏଭଳି ଦିନ ଆସିପାରେ ବୋଲି ବାପାଙ୍କ ସମୟରୁ ଆମେ ଆଶଙ୍କା କରିଥିଲୁ। ତେଣୁ ସେହି ସମୟରୁ ହିଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଛୁ। ଆମ ପାଖରେ ୬,୦୦୦ରୁ ଊର୍ଦ୍ଧ୍ୱ ଲଢ଼ୁଆ ଅଛନ୍ତି। ଆମ ସୁରକ୍ଷା ବଳକୁ ଏବେ ଅନ୍ତର୍ଜାତୀୟ ସମୁଦାୟର ସହାୟତା ଦରକାର। ଫ୍ରାନ୍ସ, ୟୁରୋପ, ଆମେରିକା, ଆରବ ଓ୍ବାଲର୍‌ଡ ୨୦ ବର୍ଷ ପୂର୍ବେ ବାପାଙ୍କୁ ରୁଷିଆ ଓ ତାଲିବାନ ବିରୋଧରେ ସାହାଯ୍ୟ କରିଥିଲେ। ଏବେ ମଧ୍ୟ ସେମାନେ ସହଯୋଗ କରନ୍ତୁ ବୋଲି ମାସୁଦ ଅନୁରୋଧ କରିଛନ୍ତି। କିନ୍ତୁ ତାଲିବାନ ଆତଙ୍କବାଦୀମାନେ ପଞ୍ଜଶିର ଦ୍ୱାରଦେଶରେ ପହଞ୍ଚତ୍ ନର୍ଦର୍ନ ଆଫଗାନିସ୍ତାନ ୩ ଜିଲା ପୁନଃ ଦଖଲ କରିବା ପରେ ସ୍ଥିତି ବଦଳିଯାଇଛି। ସ୍ଥାନୀୟ ମିଲିଶିଆମାନେ ଏହାକୁ ଛଡ଼ାଇ ଆଣିବା ପାଇଁ ବିଶେଷ କିଛି କରି ନ ଥିବା ଜଣାପଡ଼ିଛି। ମାସୁଦଙ୍କ ଜଣେ ପରାମର୍ଶଦାତା କହିଛନ୍ତି, ପଞ୍ଜଶିର ଆଉ ତାଲିବାନ ବିରୋଧରେ ଲଢ଼ିପାରିବ ନାହିଁ। ତାଲିବାନ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ଢେର ଅଧିକ। ବର୍ତ୍ତମାନ ଆଉ ୧୯୮୦ କିମ୍ବା ୧୯୯୦ ଦଶକର ସ୍ଥିତି ନାହିଁ।
ଯେ, ଆଫଗାନ ମୁଜାହିଦ୍ଦିନ କମାଣ୍ଡର ଅହମଦ ଶାହ ମାସୁଦ ପ୍ରତିରୋଧୀ ଗୋଷ୍ଠୀର ନେତୃତ୍ୱ ନେଇ ସୋଭିଏଟ୍‌ ୟୁନିୟନ୍‌ ଏବଂ ତାଲିବାନଠାରୁ ପଞ୍ଜଶିରକୁ ସୁରକ୍ଷା ଦେଇଥିଲେ। ୧୯୯୬ରୂ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନର ଶାସନ ଚାଲିଥିଲା। ସେହି ସମୟରେ ମାସୁଦ ମୁଖ୍ୟ ବିରୋଧୀ ବଳର ନେତୃତ୍ୱ ନେଇଥିଲେ। ୨୦୦୧ ସେପ୍ଟେମ୍ବରରେ ତାଙ୍କୁ ତାଲିବାନ ହତ୍ୟା କରିଥିଲା। ତାଙ୍କ ପୁଅ ଅହମଦ ମାସୁଦ ଆଫଗାନିସ୍ତାନରେ ଗୃହଯୁଦ୍ଧ ଦେଖିବାକୁ ଚାହୁଁ ନ ଥିବାରୁ ତାଲିବାନ ସହ ଶାନ୍ତି ଆଲୋଚନା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଇସ୍‌ଲାମିକ୍‌ ଗୋଷ୍ଠୀକୁ ବିରୋଧ କରିବା ପାଇଁ ଦରକାର ପଡ଼ିଲେ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ସେ ଚେତାବନୀ ଦେଇଛନ୍ତି। ଗତ ସପ୍ତାହରେ ବାଗ୍‌ଲାନ ପ୍ରଦେଶର ବାନୋ, ଦେହ ସାଲେହ, ପୁଲ୍‌-ଇ-ହେସାର ଜିଲାକୁ ସ୍ଥାନୀୟ ମିଲିଶିଆ ଗୋଷ୍ଠୀ ଦଖଲ କରିଥିଲେ। ଅଗଷ୍ଟ ୧୫ରେ ତାଲିବାନର କାବୁଲ ଦଖଲ ପରେ ଏହାକୁ ପ୍ରଥମ ସଶସ୍ତ୍ର ପ୍ରତିରୋଧ ବୋଲି ବିବେଚନା କରାଯାଉଛି। ସୋମବାର ତାଲିବାନ ଫୋର୍ସ ୩ ଜିଲାକୁ ପୁଣି ଛଡ଼ାଇ ନେଇ ପଞ୍ଜଶିର ନିକଟ ବଡ଼ାଖଶାନ, ତଖାର ଓ ଆନ୍ଦ୍ରାରବରେ ନିଜ ସ୍ଥିତି ମଜଭୁଦ କରିଛନ୍ତି। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ଏନେଇ ଟୁଇଟ୍‌ କରିଛନ୍ତି। ପଞ୍ଜଶିରକୁ ତାଲିବାନ ତିନିପଟୁ ଘେରିଯାଇଛି। ମାସୁଦଙ୍କ ପୁଅ ଆଉ ପ୍ରତିରୋଧ କରିପାରିବେ ନାହିଁ। ତାଙ୍କର ଆଉ ସମର୍ଥନ ବଳ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri