କ୍ରସର ସ୍ଥାପନକୁ ନେଇ ମାଲିକ-ଗ୍ରାମବାସୀ ମୁହାଁମୁହିଁ, ପୁଇଁନ୍ତଲା ଥାନା ଘେରାଉ କଲେ…

ବଲାଙ୍ଗୀର,୨୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ପଥର୍ଲା ପଞ୍ଚାୟତ ତଲଗଜ ଗାଁରେ ଏକ କ୍ରସର୍ ସ୍ଥାପନକୁ ନେଇ କ୍ରସର୍ ମାଲିକ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । କ୍ରସର ମାଲିକଙ୍କ ଅଭିଯୋଗ କ୍ରମେ ପୋଲିସ ଗାଁର ୬ ଜଣ ଯୁବକଙ୍କୁ ଉଠାଇ ଆଣିବାରୁ ଗାଁର ଶତାଧିକ ମହିଳା ଓ ପୁରୁଷ ପୁଇଁନ୍ତଲା ଥାନାକୁ ଆସି ଧାରଣାରେ ବସିଛନ୍ତି। ପୋଲିସ ଉଠାଇ ଆଣିଥିବା ୬ ଜଣଙ୍କୁ ନଛାଡିବା ପର୍ଯ୍ୟନ୍ତ ସେମାନେ ସେଠାରେ ବସି ରହିବେ ବୋଲି କହିଛନ୍ତି ।

ଅନ୍ୟପଟେ ତାଙ୍କ ଗ୍ରାମରେ କ୍ରସର୍ ବସାଇଦେବେ ନାହିଁ ବୋଲି ଲୋକେ ଜିଦ୍ ଧରିଛନ୍ତି ।  ଗ୍ରାମବାସୀମାନେ ତାଙ୍କ ଅଂଚଳରେ କ୍ରସର ନ ବସାଇବାକୁ ପୂର୍ବରୁ ସରକାରଙ୍କୁ ଅନେକ ଥର ଅଭିଯୋଗ ଗୁହାରି କରିଆସିଛନ୍ତି । ତାଙ୍କ ଅଂଚଳରେ କ୍ରସର ବସାଇବା ଦ୍ଵାରା ତିନୋଟି ଗ୍ରାମ ତଲଗଜ, ଲେମ୍ଭୁପାଲି ଓ ମହଲ ପାଲି ଗାଁର ଲୋକେ କ୍ଷତିଗ୍ରସ୍ତ ହେବେ । ସେ ଅଂଚଳର ପରିବେଶ ସନ୍ତୁଳନ ଉପରେ ପ୍ରଭାବ ପଡିବ । ପଥର ଗୁଣ୍ଡ ଗୁଡିକ ପଡ଼ି ଜମି ଗୁଡିକ ନଷ୍ଟ ହୋଇଯିବ ଯାହା ଫଳରେ ଲୋକେ ଜୀବିକା ହରାଇବେ । ଏହା ସହିତ ପଥର ଗୁଣ୍ଡ ଉଡ଼ିବା ଦ୍ଵାରା ଗାଁ ରେ ରହୁଥିବା ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବ ଯାହା ପାଳରେ ଗ୍ରାମବାସୀ ରୋଗାକ୍ରାନ୍ତ ହୋଇପଡିବେ ବୋଲି ଗ୍ରାବାସୀମାନେ କହିଛନ୍ତି ।

କ୍ରସର୍ ଆମ ଅଞ୍ଚଳରେ ନ କରିବାକୁ ଆମେ ବିରୋଧ କରି ଆସୁଥିବା ବେଳେ ଜାଣିଶୁଣି ଗାଁରେ ଜୋରଜବରଦସ୍ତ କ୍ରସର ବସାଇବା ପାଇଁ କାମ ଆରମ୍ଭ କରୁଛନ୍ତି । ବୁଧବାର ଆମେ ତାଙ୍କୁ ମନା କରିବାରୁ ଆମ ଗାଁ ଲୋକଙ୍କ ନାଁ ରେ ମିଛ କେସଦେଇ ପୋଲିସ ବଳରେ କ୍ରସର ବସାଇବା ପାଇଁ ଆମ ଲୋକଙ୍କୁ ପୋଲିସ ଥାନାକୁ ଉଠାଇ ଆଣିଛି ବୋଲି କହିଛନ୍ତି । ପୋଲିସର ଜୁଲମକୁ ବିରୋଧ କରି ଗ୍ରାମବାସୀ ପୁଇଁନ୍ତଲା ଥାନାକୁ ଆସି ଘେରାଉ କରିବା ସହ ଥାନା ସମ୍ମୁଖରେ ଦୀର୍ଘ ୫ ଘଣ୍ଟା ଧରି ଧାରଣାରେ ବସିବା ପରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଗାଁରୁ ଉଠାଇ ଆଣିଥିବା ୬ଜଣ ଯୁବକଙ୍କୁ ପୁଇଁନ୍ତଳା ପୋଲିସ ଛାଡ଼ିଥିବା ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?