ତାଳଚେର ସହର ପ୍ରଦୂଷଣ ନେଇ ଏନ୍‌ଜିଟିରେ ମାମଲା: ପ୍ରତିପକ୍ଷଙ୍କୁ ଜବାବ ଦାଖଲ ନୋଟିସ୍‌

କଟକ,୬ା୩(କାର୍ତ୍ତିକ ସାହୁ): ତାଳଚେର ସହରରେ କୋଇଲା ପରିବହନଜନିତ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପକ୍ଷରୁ ବୁଧବାର ମାମଲାର ଶୁଣାଣି କରାଯାଇ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ନିମନ୍ତେ ଏପ୍ରିଲ ୧୦କୁ ଧାର୍ଯ୍ୟ ହୋଇଛି।
ମାମଲାର ବିବରଣୀ ଅନୁଯାୟୀ, କୋଇଲା ଉତ୍ତୋଳନ ଓ ପରିବହନ କ୍ଷେତ୍ରରେ ମହାନଦୀ କୋଲ୍‌ ଫିଲଡ୍‌ ଦ୍ୱାରା ପରିବେଶ ବହୁ ଭାବେ ପ୍ରଦୂଷିତ ହୋଉଛି। ଦେଶର ପ୍ରମୁଖ କୋଇଲା ଉତ୍ପାଦନକାରୀ କମ୍ପାନୀ ଭାବେ ମହାନଦୀ କୋଲ୍‌ ଫିଲ୍‌ଡ୍‌ ଅନ୍ତର୍ଗତ ତାଳଚେର କୋଲଫିଲ୍‌ଡ୍‌ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ୩୮.୬୫ ବିଲିୟନ୍‌ ଟନ୍‌ କୋଇଲା ଗଚ୍ଛିତ ରଖିଛି। ପ୍ରତ୍ୟେକ ଦିନ ପ୍ରାୟ ୫୦୦୦-୧୦୦୦୦ ଟ୍ରକ କୋଇଲା ବୋଝେଇ କରି ତାଳଚେର କୋଇଲା ଖଣିରୁ ଦେଶର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି। ଏହି ଟ୍ରକଗୁଡ଼ିକ ସହର ମଧ୍ୟରେ ଗତି କରି ଜାତୀୟ ରାଜପଥ ୧୪୯ରେ ଯାଉଛନ୍ତି। ଟ୍ରକ୍‌ରେ କୋଇଲା ପରିବହନ ବେଳେ ସେଥିରୁ ଯେପରି କୋଇଲା ଗୁଣ୍ଡ ବାହାରକୁ ନ ଆସିବ ସେନେଇ କୌଣସି ପ୍ରତିଷେଧମୂଳକ ବା ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। କୋଇଲା କଣିକାଗୁଡ଼ିକ ଏତେ କ୍ଷୁଦ୍ର ଯେ, ସେଗୁଡ଼ିକ ଦୃଶ୍ୟମାନ ହେଉନାହିଁ। ଅପରପକ୍ଷରେ କ୍ଷୁଦ୍ର କୋଇଲାଗୁଣ୍ଡଗୁଡ଼ିକ ଲୋକଙ୍କ ଘର ଭିତରେ ବା ଯେକୌଣସି ପଦାର୍ଥରେ ଏକ କଳା ଆସ୍ତରଣ ସୃଷ୍ଟି କରୁଛି। ଏହି କୋଇଲାଗୁଣ୍ଡ ଦ୍ୱାରା ବଲହାର, ଲିଙ୍ଗରାଜ, ନନ୍ଦିରା, ବି ଆଳନ୍ଦା, ଥର୍ମାଲ ଅଞ୍ଚଳ, ତେନ୍ତୁଳେଇ, ବଡ଼ଦାଣ୍ଡ ସାହି, ବାଘମରା ଓ ଦିଆଝରନ୍‌ ଆଦି ଗ୍ରାମର ବାୟୁ ପ୍ରଦୂଷିତ ହେଉଛି। ପୁଣି କୋଇଲା ଗୁଣ୍ଡ ସହିତ ପାଉଁଶ ଚାଷଜମି ଓ ଜଳାଶୟଗୁଡ଼ିକୁ ପ୍ରଦୂଷିତ କରୁଛି।
ବିଶେଷ କରି ତେନ୍ତୁଳେଇ, ବଡ଼ଦାଣ୍ଡସାହି, ବାଘମରା ଓ ଦିଆଝରନ୍‌ ଗ୍ରାମର ପ୍ରଦୂଷଣ ସର୍ବାଧିକ ହୋଇଛି। ତାଳଚେର ମ୍ୟୁନିସିପାଲିଟିରେ ୨୦୨୧ ଜୁଲାଇରୁ ନାଶନାଲ କ୍ଲିନ୍‌ ଏୟାର ପ୍ରୋଗ୍ରାମ ଅନ୍‌୍‌ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ସେଲ୍‌ ଗଠନ କରାଯାଇଛି। ତାଳଚେର ସହରରେ ବାୟୁ ପ୍ରଦୂଷଣ ହ୍ରାସ ଓ ନିୟନ୍ତ୍ରଣ କରିବା ଏହି ସେଲ୍‌ର ଲକ୍ଷ୍ୟ ହୋଇଥିଲେ ବି ତାହା ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏସବୁ ସମସ୍ୟାକୁ ନେଇ ଏନ୍‌ଜିଟି ପକ୍ଷରୁ ଭାରତ ସରକାରୀଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ରାଜ୍ୟ ସରକାର, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅନୁଗୋଳ ଜିଲାପାଳ ଆଦିଙ୍କୁ ନୋଟିସ୍‌ ଜାରି କରାଯାଇଛି। ଆବେଦନକାରୀ ଶ୍ରୀଧର ସାମଲଙ୍କ ପକ୍ଷରୁ ଆଇନ୍‌ଜୀବୀ ଅଫ୍ରାଜ୍‌ ସୁହାଇଲ ମାମଲା ପରିଚାଳନା କରୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?