ୟୁପିକୁ ହାଲୁକା ଭାବେ ନେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ,୨୩ା୬(ପି.ଟି.): ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଭୁଲ୍‌ ହେବା ଘଟଣାରେ ଆକ୍ସିସ୍‌ ମାଇଁ ଇଣ୍ଡିଆକୁ ଦୋଷ ଦିଆଯାଉଥିବାବେଳେ ଏହାର ମୁଖ୍ୟ ଶେଷରେ ଭୁଲ୍‌ ସ୍ବୀକାର କରିଛନ୍ତି। ଉତ୍ତରପ୍ରଦେଶର ଶେଷ ତିନି ପର୍ଯ୍ୟାୟ ନିର୍ବାଚନକୁ ହାଲୁକା ଭାବେ ନେବା ସେମାନଙ୍କ ପାଇଁ ଫଳାଫଳ ଆକଳନରେ ମହଙ୍ଗା ପଡ଼ିଲା ବୋଲି ଆକ୍ସିସ୍‌ ମାଇଁ ଇଣ୍ଡିଆ ମୁଖ୍ୟ ପ୍ରଦୀପ ଗୁପ୍ତା କହିଛନ୍ତି। କାରଣ ଏହି ସମୟରେ ଉକ୍ତ ସଂସ୍ଥା ଏହାର ମାନବ ସମ୍ବଳକୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୀଭାଷୀ ରାଜ୍ୟରୁ ଓଡ଼ିଶାକୁ ନେଇଯାଇଥିଲା। ଉତ୍ତରପ୍ରଦେଶର ପ୍ରଥମ ୪ ପର୍ଯ୍ୟାୟର ମତଦାନକୁ ଆଧାର କରି ଉକ୍ତ ରାଜ୍ୟର ଫଳାଫଳ ଆକଳନ କରିବା ଭୁଲ୍‌ସାବ୍ୟସ୍ତ ହେଲା ବୋଲି ଗୁପ୍ତା କହିଛନ୍ତି।
ସୂଚନାଯୋଗ୍ୟ, ଜୁନ୍‌ ୧ରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ସନ୍ଧ୍ୟାରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବୁଥ୍‌ ବାହୁଡ଼ା ଜନମତ ସର୍ଭେ ପ୍ରକାଶ ପାଇଥିଲା। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୬୧ରୁ ୪୦୦ ଆସନ ଜିତିବ ବୋଲି ଆକ୍ସିସ୍‌ ମାଇଁ ଇଣ୍ଡିଆ ପକ୍ଷରୁ ଆକଳନ କରାଯାଇଥିଲା। ଉତ୍ତରପ୍ରଦେଶର ୮୦ ଆସନ ମଧ୍ୟରେ ଏନ୍‌ଡିଏକୁ ୬୭ ମିଳିବ ବୋଲି ଏଥିରେ କୁହାଯାଇଥିଲା। କିନ୍ତୁ ଭାଜପା ୨୪୦ ଆସନରେ ସୀମିତ ରହିବା ସହ ଉତ୍ତରପ୍ରଦେଶରେ ମାତ୍ର ୩୩ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନ ପଦ୍ଧତିରେ ଭୁଲ୍‌ ନ ଥିଲା ବରଂ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରୁ କର୍ମଚାରୀମାନଙ୍କୁ ଅନ୍ୟତ୍ର ନେଇଯିବା ଭୁଲ୍‌ ହେଲା। ଏଥିରୁ ଆମକୁ ଏକ ଶିକ୍ଷା ମିଳିଲା ବୋଲି ଗୁପ୍ତା ସ୍ବୀକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri