ଅନୁଚ୍ଛେଦ ୩୭୦ ନେଇ ମୁହଁ ଖୋଲିଲେ ଇମ୍ରାନ, କହିଲେ ଜଟିଳ ହେବ କଶ୍ମୀର ପ୍ରସଙ୍ଗ…

ଇସଲାମାବାଦ,୧୩।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ-କଶ୍ମୀରରେ ଧାରା ୩୭୦ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କଶ୍ମୀର ପ୍ରସଙ୍ଗକୁ ଅଧିକ ଜଟିଳ କରିବ ବୋଲି ଇମ୍ରାନ କହିଛନ୍ତି।

ରାୱଲପିଣ୍ଡିର ଅଦିୟନା ଜେଲରେ ଥିବା ଇମ୍ରାନ ଖାନ ଏକ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ୟୁଏନଏସସି ନିଷ୍ପତ୍ତିର ଉଲ୍ଲଂଘନ ଅଟେ। ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଶେୟାର କରିଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ସ୍ପଷ୍ଟ ହୋଇଛି ଭାରତୀୟ ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତି ଶତାବ୍ଦୀ ଧରି ଚାଲିଥିବା ବିବାଦର ସମାଧାନ କରିବାରେ ସାହାଯ୍ୟ କରିବା ପରିବର୍ତ୍ତେ କଶ୍ମୀର ପ୍ରସଙ୍ଗକୁ ଆହୁରି ଜଟିଳ କରିବ। ତାଙ୍କ ଦଳ କଶ୍ମୀରବାସୀଙ୍କୁ ରାଜନୈତିକ ସମର୍ଥନ ଜାରି ରଖିବ। ସେ ାଶ୍ମୀର ପ୍ରସଙ୍ଗକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ମୂଳ କାରଣ ବୋଲି ବର୍ଣ୍ଣନା କରିଛନ୍ତି।

୨୦୧୯ ମସିହାରେ କଶ୍ମୀରର ସ୍ବତନ୍ତ୍ର ସ୍ଥିତି ବଦଳାଇବାକୁ ଚେଷ୍ଟା କରିବା ପରେ ତାଙ୍କ ତତ୍କାଳୀନ ପିଟିଆଇ ସରକାର ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜାତୀୟ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଥିବା ବେଳେ ସେ ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ। ତେବେ, ୫ ଅଗଷ୍ଟ ୨୦୧୯ ପରେ ଏହା ସମ୍ଭବ ହୋଇ ନ ଥିଲା, କାରଣ ସେ କଶ୍ମୀରବାସୀଙ୍କ ଇଚ୍ଛା ସହିତ ଆପୋଷ ବୁଝାମଣା କରିପାରି ନ ଥିଲେ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

UNESCOର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହେଲା ଦୀପାବଳି

ନୂଆଦିଲ୍ଲୀ,୧୦।୧୨: ଭାରତର ଆଲୋକର ପର୍ବ ଦୀପାବଳିକୁ ବୁଧବାର UNESCOର “ମାନବତାର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱ ତାଲିକା”ରେ ସ୍ଥାନିତ କରାଯାଇଛି। ଏହି ଗୌରବପୂର୍ଣ୍ଣ ମାନ୍ୟତା ମିଳିବା...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

‘ସୁନ୍ଦର ମୁହଁ’, ‘ମେସିନ୍ ଗନ୍ ପରି ଓଠ”, ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ତାଙ୍କର ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀ କାରୋଲିନ୍ ଲେଭିଟ୍‌ଙ୍କୁ ତାଙ୍କର “ସୁନ୍ଦର ମୁହଁ” ଏବଂ “ଓଠ”କୁ ନେଇ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

୧୨ ଯାଏ ଥରିବ ଓଡ଼ିଶା: ୭ ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ।...

କଂଗ୍ରେସ ଛାଡିବେ କି ମୋକିମ? ଭକ୍ତଙ୍କୁ କଲେ ଖୋଲା ଚ୍ୟାଲେଞ୍ଜ, ସୋନିଆଙ୍କୁ ଚିଠି ଲେଖି କହିଲେ…

ଭୁବନେଶ୍ୱର,୧୦।୧୨: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ମୋକିମ। ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri