ନକଲି ଔଷଧ ନେଉଛି ଅକାଳରେ ଜୀବନ

ମହାକାଳପଡ଼ା,୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ସରକାର ଗ୍ରାମାଞ୍ଚଳଗୁଡିକରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରି ନିରାମୟ ଯୋଜନାରେ ମାଗଣାରେ ଔଷଧ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲି ୧୨୦ ପ୍ରକାର ଔଷଧ ଯୋଗାଇ ଦେଉଛନ୍ତି।
ସବୁ ସତ୍ତ୍ୱେ ବି ବେଆଇନ ଗଳାବାଟ ଦେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପାନ୍ତ ଅଞ୍ଚଳରେ ମାଳ ମାଳ ବିନା ପଞ୍ଜୀକରଣରେ ଔଷଧ ଦୋକାନ ଖୋଲି କ୍ୱାକ୍‌ମାନେ ଚଳାଇଛନ୍ତି। ବେନାମୀ କମ୍ପାନୀଠାରୁ ଔଷଧ କିଣି ଲୋକଙ୍କୁ ଚିକିତ୍ସା କରାଉଛନ୍ତି। ଡାକ୍ତରୀ ପାଠ ନ ପଢ଼ି ରୋଗୀଙ୍କୁ ସାଲାଇନ ଲଗାଇବା, ଇଞ୍ଜେକଶନ ସହ ବଟିକା ଦେବା, ସର୍ଜରି କରିବା ଓ ଗର୍ଭନଷ୍ଟ କରିବା ଆଦି ବହୁ ଅଭିଯୋଗ ଦୀର୍ଘଦିନ ଧରି ହୋଇଆସୁଛି। ସ୍ବାସ୍ଥ୍ୟ ବିଭାଗର ଡ୍ରଗ ସ୍କ୍ବାଡ୍‌ ଚୁପ୍‌ ରହୁଛି ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ବ୍ଲକର ୩ବର୍ଷ ପୂର୍ବେ ଜମ୍ବୁ ଅଞ୍ଚଳର ନକଲି କ୍ୱାକ୍‌ଙ୍କ ଇଞ୍ଜେକଶନ ଦେବାର ଅଧ ଘଣ୍ଟା ମଧ୍ୟରେ ଭାଟେଣିର ଜଣେ ମହିଳାଙ୍କ ଜୀବନ ଯାଇଥିଲା। ଏ ନେଇ ଜିଲାରେ ତୁମ୍ବିତୋଫାନ ହୋଇଥିଲା। ସେହିପରି ପିତାପାଟ ଗ୍ରାମର ମହିଳା ଶ୍ରମିକ ସେହି ଗ୍ରାମର କ୍ୱାକ୍‌ଙ୍କଠାରୁ ଔଷଧ ଖାଇ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ କେବି ଦାଣ୍ଡୁଆ ପଞ୍ଚାୟତର ପଙ୍କପାଳ ଗ୍ରାମର ୨ ବର୍ଷ ପୂର୍ବେ ରୋଗୀଙ୍କ ବେଣାକନ୍ଧା ଅଞ୍ଚଳର କ୍ୱାକ୍‌ଙ୍କ ଔଷଧରେ ଜୀବନ ଯାଇଥିଲା ବୋଲି କୁହାଯାଇଛି। ହେଲେ କ୍ୱାକ୍‌ଙ୍କ ଦିନକୁଦିନ ପ୍ରାଦୁର୍ଭାବ ବଢ଼ିଚାଲିଛି। ଉପାନ୍ତ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନୁସାରେ ମୋଟା ଅଙ୍କର ଅର୍ଥ ନେଇ କ୍ୱାକ୍‌ମାନେ କୁମାରୀମାନଙ୍କର ଗର୍ଭପାତ କରୁଥିବା କୁହାଯାଇଛି। ଏହାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ଲକର ବତିଘର ଅଞ୍ଚଳର ଉତ୍ତର ଖୋଳା ଗଁାର ବେନୁ ଭୂୟଁା (୭୩)ଙ୍କ ଶରୀର ଅସୁସ୍ଥ ହେବାରୁ ବତିଘର ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏକ ବେନାମୀ ଔଷଧ ଦୋକାନୀ ବା କ୍ୱାକ୍‌ଙ୍କଠାରୁ ଔଷଧ ଖାଇଥିଲେ। ରବିବାର ବିଳମ୍ବିତ ରାତିରେ ବେନୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଚେତା ହରାଇ ଥିଲେ। ପରିବାର ଲୋକେ ବିଳମ୍ବିତ ରାତିରେ ଏକ ବୋଟ ଯୋଗେ ଟୁବି ଘାଟ ପାର ହୋଇ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସୋମବାର ବେନୁଙ୍କ ପୁଅ ଗୁରୁପଦ ଭୂୟଁା ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୋ ବାପାଙ୍କ ଶରୀର ଅସୁସ୍ଥ ହେବାରୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲୁ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ତଦନ୍ତ କରି ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା (୧୨/୨୫) ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ଜମ୍ବୁ ସାମୁଦ୍ରିକ ଥାନା ସବ୍‌ଇନ୍ସପେକ୍ଟର ଦୀନବନ୍ଧୁ ପ୍ରଧାନଙ୍କୁ ପଚାରିବାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ମୃତଦେହ ବ୍ୟବଚ୍ଛେଦ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଡ୍ରଗ୍‌ ଇନ୍ସପେକ୍ଟର ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ ଜମ୍ବୁ, ବେଣାକନ୍ଧା, ବାବର, ତନ୍ତିଆପାଳ ଆଦି ଅଞ୍ଚଳରେ ତଦାରଖ କରାଯାଇଛି। ଖୁବ୍‌ଶୀଘ୍ର ଅଭିଯୋଗ ହୋଇଥିବା ଅଞ୍ଚଳରେ ତଦାରଖ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri