Posted inଖେଳ

‘ଘରୋଇ ପରିବେଶରୁ ଫାଇଦା ନେବୁ’

ଭୁବନେଶ୍ୱର, ୨୮ା୧୨(କ୍ରୀଡ଼ା ପ୍ରତିନିଧି): ୨୦୨୩ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ହକି ବିଶ୍ୱକପ ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେବ। ହକିର ଏହି ମହାକୁମ୍ଭରେ ଅଂଶଗ୍ରହଣ କରିବା ପାଇଁ ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମଙ୍ଗଳବାର ଓଡ଼ିଶାରେ ପହଞ୍ଚତ୍ଛି। ବିଶ୍ୱକପ ପାଇଁ କ୍ୟାମ୍ପ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେଉଥିଲା। ସେଠାରୁ ଦଳ ଆସି ପ୍ରଥମେ ଭୁବନେଶ୍ୱରରେ ଏବଂ ପରେ ଝାରସୁଗୁଡ଼ା ଦେଇ ରାଉରକେଲାରେ ପହଞ୍ଚତ୍ଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରେ ରାଜ୍ୟସରକାରଙ୍କ କ୍ରୀଡ଼ା ବିଭାଗ ଓ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ଭାରତୀୟ ଖେଳାଳି ଓ କର୍ମକର୍ତ୍ତାଙ୍କୁ ସ୍ବାଗତ କରିଥିଲେ। ଭାରତୀୟ ଦଳ ଜାନୁୟାରୀ ୧୩ରେ ଏହାର ପ୍ରଥମ ମ୍ୟାଚ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷରେ ଖେଳିବ। ଏହାପରେ ସେଠାରେ ୧୫ରେ ଇଂଲଣ୍ଡକୁ ଭେଟିବ ଏବଂ ଗ୍ରୁପ୍‌ ପର୍ଯ୍ୟାୟର ଅନ୍ତିମ ମ୍ୟାଚ ୧୯ ତାରିଖରେ ଓ୍ବେଲ୍ସ ବିପକ୍ଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ। କ୍ରମାଗତ ଦ୍ୱିତୀୟ ଥର ଘରୋଇ ପରିବେଶରେ ଖେଳବାକୁ ଯାଉଥିବାରୁ ଭାରତ ଏହାର ଫାଇଦା ନେବାକୁ ଚେଷ୍ଟା କରିବ ବୋଲି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଅଧିନାୟକ ହରମନପ୍ରୀତ ସିଂ ପ୍ରକାଶ କରିଛନ୍ତି।
”କ୍ରମାଗତ ବିଶ୍ୱକପ ଆୟୋଜନ କରିବାକୁ ଯାଉଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଥମେ ଧନ୍ୟବାଦ ଦେବାକୁ ଚାହିଁବି। ଘରୋଇ ପରିବେଶରେ ଆମେ କ୍ରମାଗତ ଦ୍ୱିତୀୟ ଥରପାଇଁ ବିଶ୍ୱକପ ଖେଳିବାକୁ ଯାଉଛୁ। ତେଣୁ ଏହାର ଫାଇଦା ଉଠାଇବା ଆମର ପ୍ରଥମ ଲକ୍ଷ୍ୟ ରହିବ। ବିଶ୍ୱକପ ଏଥର ୨ଟି ସ୍ଥାନ ଭୁବନେଶ୍ୱର ଏବଂ ରାଉରକେଲାରେ ହେବାକୁ ଯାଉଛି। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମର ନୂଆ ଟର୍ଫ ସହିତ ଅଭ୍ୟସ୍ତ ହେବାକୁ ଟିକେ ସମୟ ଲାଗିବ। ତେବେ ଏଥିପାଇଁ ଆମକୁ ଅଧିକ ସମୟ ମିଳିଥିବାରୁ ଏହାର ସଦୁପଯୋଗ କରିବୁ“ ବୋଲି ପ୍ରକାଶ କରିଛନ୍ତି ହରମନପ୍ରୀତ। ଘରୋଇ ପରିବେଶରେ ଭାରତ ଖେଳିବାକୁ ଯାଉଥିବାରୁ ଚାପ ରହିବ କି ପ୍ରଶ୍ନର ଉତ୍ତରରେ ହରମନପ୍ରୀତ କହିଲେ ଯେ, ”ଏହା ଏକ ଟିମ୍‌ ଗେମ୍‌। ଆମେ ସମସ୍ତଙ୍କୁ ସାହାଯ୍ୟ କରି ଖେଳିବୁ। ମ୍ୟାଚପରେ ମ୍ୟାଚକୁ ଲକ୍ଷ୍ୟ ରଖି ଆଗେଇବୁ। ଯଥା ସମ୍ଭବ ନିଜ ଉପରକୁ ଚାପ ନ ଆସିବା ଉପରେ ଧ୍ୟାନ ଦେବୁ“। ୨୦୧୮ରେ ଭାରତୀୟ ଦଳ କେବଳ ଭୁବନେଶ୍ୱରରେ ବିଶ୍ୱକପ ଖେଳିଥିଲା। ଏଥର ରାଉରକେଲାରେ ଦେଶର ସର୍ବବୃହତ୍‌ ଷ୍ଟାଡିୟମରେ ମ୍ୟାଚ ଖେଳିବ। ସେଠାରେ ଖେଳିବା ପାଇଁ ଆମେ ବ୍ୟଗ୍ର ବୋଲି ଅଧିନାୟକ ପ୍ରକାଶ କରିଛନ୍ତି। ”ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳିବାକୁ ଆମେ ବ୍ୟଗ୍ର। ବେଙ୍ଗାଲୁରୁ କ୍ୟାମ୍ପରେ ଅଭ୍ୟାସ କରି ଆମେ ଫେରିଛୁ। ଏବେ ଟୁର୍ନାମେଣ୍ଟ ଆରମ୍ଭ ହେବା ପର୍ଯ୍ୟନ୍ତ ରାଉରକେଲାରେ ଅଭ୍ୟାସ ଜାରି ରହିବ। ଆମର ଏପର୍ଯ୍ୟନ୍ତ ପ୍ରସ୍ତୁତି ଭଲ ରହିଛି। ଭରପୂର ଦର୍ଶକଙ୍କ ସମ୍ମୁଖରେ ଖେଳିବାରେ ନିଶ୍ଚିତ ଭିନ୍ନ ଅନୁଭବ ହେବ। ବିଶ୍ୱକପରେ ଆମର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ସ୍ପେନ୍‌। ଏହାପରେ ଇଂଲଣ୍ଡ ଓ ଓ୍ବେଲ୍ସ ବିପକ୍ଷରେ ଖେଳିବୁ। ଆମେ ଏହି ଦଳ ଗୁଡ଼ିକ ବିପକ୍ଷରେ ପ୍ରୋ-ଲିଗ୍‌ରେ ଖେଳି ସାରିଛୁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭେଟିଛୁ। ଦଳ ଗୁଡ଼ିକର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ଅବଗତ ଅଛୁ। ତେଣୁ ଆଗାମୀ ବିଶ୍ୱକପରେ ଆମେ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛୁ“ ବୋଲି ହରମନପ୍ରୀତ କହିଛନ୍ତି।

କ୍ୱାର୍ଟର ଫାଇନାଲ ଆମର ପ୍ରଥମ ଲକ୍ଷ୍ୟ

ଆଗାମୀ ହକି ବିଶ୍ୱକପରେ ଭାରତୀୟ ଦଳର ଉପ-ଅଧିନାୟକ ଭାର ଜଣେ ଓଡ଼ିଆଙ୍କ ଉପରେ। ସେ ହେଉଛନ୍ତି ଦକ୍ଷ ଡିଫେଣ୍ଡର ଅମିତ ରୋହିଦାସ। ଜନ୍ମ ମାଟିରେ ଦ୍ୱିତୀୟ ଥରପାଇଁ ବିଶ୍ୱକପ ଖେଳିବାକୁ ଯାଉଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି। କ୍ୱାର୍ଟର ଫାଇନାଲ ଖେଳିବା ଭାରତୀୟ ଦଳର ପ୍ରଥମ ଟାର୍ଗେଟ ହେବ ବୋଲି ଭୁବନେଶ୍ୱରରେ ପହଞ୍ଚତ୍ବାପରେ ଅମିତ ପ୍ରକାଶ କରିଛନ୍ତି। ”ହକିପ୍ରତି ଓଡ଼ିଶା ସରକାରଙ୍କ ଆନ୍ତରିକତା ଯୋଗୁ ରାଜ୍ୟରେ ଦ୍ୱିତୀୟ ଥରପାଇଁ ବିଶ୍ୱକପ ହେବାକୁ ଯାଉଛି। ନିଜ ମାଟିରେ ଦ୍ୱିତୀୟଥର ବିଶ୍ୱକପ ଖେଳିବାକୁ ଯାଉଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଭୁବନେଶ୍ୱର ସମେତ ରାଉରକେଲାରେ ଏଥର ବିଶ୍ୱକପ ହେଉଥିବାରୁ ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି ଅଛି। ଏହା ନିଶ୍ଚିତ ସ୍ମରଣୀୟ ହେବ ବୋଲି ଆଶା ରଖିଛି। ମ୍ୟାଚପରେ ମ୍ୟାଚକୁ ଦୃଷ୍ଟିରେ ରଖି ଆମେ ଖେଳିବୁ। କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ବା ଆମର ପ୍ରଥମ ଲକ୍ଷ୍ୟ ରହିବ। ଏହା ପୂରଣ ହେବାପରେ ଯାଇ ଆମେ ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରିବୁ“ ବୋଲି ଅମିତ ପ୍ରକାଶ କରିଛନ୍ତି। ହକିର ଏନ୍ତୁଡ଼ିଶାଳରେ ଏଥର ବିଶ୍ୱକପ ହେବାକୁ ଯାଉଛି। ଏହା ମୋତେ ଉଲ୍ଲସିତ କରିଛି। ତେଣୁ ଦର୍ଶକଙ୍କୁ ମୋର ଅନୁରୋଧ ଯେ ସେମାନେ ଭରପୂର ସଂଖ୍ୟାରେ ଷ୍ଟାଡିୟମରେ ଉପସ୍ଥିତ ରୁହନ୍ତୁ। କେବଳ ଭାରତୀୟ ଦଳ ନୁହେଁ, ଓଡ଼ିଶାର ହକିପ୍ରେମୀମାନେ ସବୁ ଦଳକୁ ଉତ୍ସାହିତ କରନ୍ତୁ। ଗୋଲକିପରଙ୍କଠାରୁ ଆରମ୍ଭ କରି ଫରଓ୍ବାର୍ଡ ପର୍ଯ୍ୟନ୍ତ ସବୁ ବିଭାଗରେ ଆମେ ଦୃଢ଼ ହୋଇଛୁ। ଏବେ କିଛିଦିନ ଘରୋଇ ପରିବେଶରେ ଅଭ୍ୟାସ କରିବୁ, ଯାହାକି ଆମକୁ ନିଶ୍ଚିତ ଫାଇଦାରେ ରଖିବ। ତେଣୁ ବିଶ୍ୱକପ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଅମିତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri