Posted inଖେଳ

‘ଘରୋଇ ପରିବେଶରୁ ଫାଇଦା ନେବୁ’

ଭୁବନେଶ୍ୱର, ୨୮ା୧୨(କ୍ରୀଡ଼ା ପ୍ରତିନିଧି): ୨୦୨୩ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ହକି ବିଶ୍ୱକପ ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେବ। ହକିର ଏହି ମହାକୁମ୍ଭରେ ଅଂଶଗ୍ରହଣ କରିବା ପାଇଁ ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମଙ୍ଗଳବାର ଓଡ଼ିଶାରେ ପହଞ୍ଚତ୍ଛି। ବିଶ୍ୱକପ ପାଇଁ କ୍ୟାମ୍ପ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେଉଥିଲା। ସେଠାରୁ ଦଳ ଆସି ପ୍ରଥମେ ଭୁବନେଶ୍ୱରରେ ଏବଂ ପରେ ଝାରସୁଗୁଡ଼ା ଦେଇ ରାଉରକେଲାରେ ପହଞ୍ଚତ୍ଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରେ ରାଜ୍ୟସରକାରଙ୍କ କ୍ରୀଡ଼ା ବିଭାଗ ଓ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ଭାରତୀୟ ଖେଳାଳି ଓ କର୍ମକର୍ତ୍ତାଙ୍କୁ ସ୍ବାଗତ କରିଥିଲେ। ଭାରତୀୟ ଦଳ ଜାନୁୟାରୀ ୧୩ରେ ଏହାର ପ୍ରଥମ ମ୍ୟାଚ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷରେ ଖେଳିବ। ଏହାପରେ ସେଠାରେ ୧୫ରେ ଇଂଲଣ୍ଡକୁ ଭେଟିବ ଏବଂ ଗ୍ରୁପ୍‌ ପର୍ଯ୍ୟାୟର ଅନ୍ତିମ ମ୍ୟାଚ ୧୯ ତାରିଖରେ ଓ୍ବେଲ୍ସ ବିପକ୍ଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ। କ୍ରମାଗତ ଦ୍ୱିତୀୟ ଥର ଘରୋଇ ପରିବେଶରେ ଖେଳବାକୁ ଯାଉଥିବାରୁ ଭାରତ ଏହାର ଫାଇଦା ନେବାକୁ ଚେଷ୍ଟା କରିବ ବୋଲି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଅଧିନାୟକ ହରମନପ୍ରୀତ ସିଂ ପ୍ରକାଶ କରିଛନ୍ତି।
”କ୍ରମାଗତ ବିଶ୍ୱକପ ଆୟୋଜନ କରିବାକୁ ଯାଉଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଥମେ ଧନ୍ୟବାଦ ଦେବାକୁ ଚାହିଁବି। ଘରୋଇ ପରିବେଶରେ ଆମେ କ୍ରମାଗତ ଦ୍ୱିତୀୟ ଥରପାଇଁ ବିଶ୍ୱକପ ଖେଳିବାକୁ ଯାଉଛୁ। ତେଣୁ ଏହାର ଫାଇଦା ଉଠାଇବା ଆମର ପ୍ରଥମ ଲକ୍ଷ୍ୟ ରହିବ। ବିଶ୍ୱକପ ଏଥର ୨ଟି ସ୍ଥାନ ଭୁବନେଶ୍ୱର ଏବଂ ରାଉରକେଲାରେ ହେବାକୁ ଯାଉଛି। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମର ନୂଆ ଟର୍ଫ ସହିତ ଅଭ୍ୟସ୍ତ ହେବାକୁ ଟିକେ ସମୟ ଲାଗିବ। ତେବେ ଏଥିପାଇଁ ଆମକୁ ଅଧିକ ସମୟ ମିଳିଥିବାରୁ ଏହାର ସଦୁପଯୋଗ କରିବୁ“ ବୋଲି ପ୍ରକାଶ କରିଛନ୍ତି ହରମନପ୍ରୀତ। ଘରୋଇ ପରିବେଶରେ ଭାରତ ଖେଳିବାକୁ ଯାଉଥିବାରୁ ଚାପ ରହିବ କି ପ୍ରଶ୍ନର ଉତ୍ତରରେ ହରମନପ୍ରୀତ କହିଲେ ଯେ, ”ଏହା ଏକ ଟିମ୍‌ ଗେମ୍‌। ଆମେ ସମସ୍ତଙ୍କୁ ସାହାଯ୍ୟ କରି ଖେଳିବୁ। ମ୍ୟାଚପରେ ମ୍ୟାଚକୁ ଲକ୍ଷ୍ୟ ରଖି ଆଗେଇବୁ। ଯଥା ସମ୍ଭବ ନିଜ ଉପରକୁ ଚାପ ନ ଆସିବା ଉପରେ ଧ୍ୟାନ ଦେବୁ“। ୨୦୧୮ରେ ଭାରତୀୟ ଦଳ କେବଳ ଭୁବନେଶ୍ୱରରେ ବିଶ୍ୱକପ ଖେଳିଥିଲା। ଏଥର ରାଉରକେଲାରେ ଦେଶର ସର୍ବବୃହତ୍‌ ଷ୍ଟାଡିୟମରେ ମ୍ୟାଚ ଖେଳିବ। ସେଠାରେ ଖେଳିବା ପାଇଁ ଆମେ ବ୍ୟଗ୍ର ବୋଲି ଅଧିନାୟକ ପ୍ରକାଶ କରିଛନ୍ତି। ”ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳିବାକୁ ଆମେ ବ୍ୟଗ୍ର। ବେଙ୍ଗାଲୁରୁ କ୍ୟାମ୍ପରେ ଅଭ୍ୟାସ କରି ଆମେ ଫେରିଛୁ। ଏବେ ଟୁର୍ନାମେଣ୍ଟ ଆରମ୍ଭ ହେବା ପର୍ଯ୍ୟନ୍ତ ରାଉରକେଲାରେ ଅଭ୍ୟାସ ଜାରି ରହିବ। ଆମର ଏପର୍ଯ୍ୟନ୍ତ ପ୍ରସ୍ତୁତି ଭଲ ରହିଛି। ଭରପୂର ଦର୍ଶକଙ୍କ ସମ୍ମୁଖରେ ଖେଳିବାରେ ନିଶ୍ଚିତ ଭିନ୍ନ ଅନୁଭବ ହେବ। ବିଶ୍ୱକପରେ ଆମର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ସ୍ପେନ୍‌। ଏହାପରେ ଇଂଲଣ୍ଡ ଓ ଓ୍ବେଲ୍ସ ବିପକ୍ଷରେ ଖେଳିବୁ। ଆମେ ଏହି ଦଳ ଗୁଡ଼ିକ ବିପକ୍ଷରେ ପ୍ରୋ-ଲିଗ୍‌ରେ ଖେଳି ସାରିଛୁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭେଟିଛୁ। ଦଳ ଗୁଡ଼ିକର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ଅବଗତ ଅଛୁ। ତେଣୁ ଆଗାମୀ ବିଶ୍ୱକପରେ ଆମେ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛୁ“ ବୋଲି ହରମନପ୍ରୀତ କହିଛନ୍ତି।

କ୍ୱାର୍ଟର ଫାଇନାଲ ଆମର ପ୍ରଥମ ଲକ୍ଷ୍ୟ

ଆଗାମୀ ହକି ବିଶ୍ୱକପରେ ଭାରତୀୟ ଦଳର ଉପ-ଅଧିନାୟକ ଭାର ଜଣେ ଓଡ଼ିଆଙ୍କ ଉପରେ। ସେ ହେଉଛନ୍ତି ଦକ୍ଷ ଡିଫେଣ୍ଡର ଅମିତ ରୋହିଦାସ। ଜନ୍ମ ମାଟିରେ ଦ୍ୱିତୀୟ ଥରପାଇଁ ବିଶ୍ୱକପ ଖେଳିବାକୁ ଯାଉଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି। କ୍ୱାର୍ଟର ଫାଇନାଲ ଖେଳିବା ଭାରତୀୟ ଦଳର ପ୍ରଥମ ଟାର୍ଗେଟ ହେବ ବୋଲି ଭୁବନେଶ୍ୱରରେ ପହଞ୍ଚତ୍ବାପରେ ଅମିତ ପ୍ରକାଶ କରିଛନ୍ତି। ”ହକିପ୍ରତି ଓଡ଼ିଶା ସରକାରଙ୍କ ଆନ୍ତରିକତା ଯୋଗୁ ରାଜ୍ୟରେ ଦ୍ୱିତୀୟ ଥରପାଇଁ ବିଶ୍ୱକପ ହେବାକୁ ଯାଉଛି। ନିଜ ମାଟିରେ ଦ୍ୱିତୀୟଥର ବିଶ୍ୱକପ ଖେଳିବାକୁ ଯାଉଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଭୁବନେଶ୍ୱର ସମେତ ରାଉରକେଲାରେ ଏଥର ବିଶ୍ୱକପ ହେଉଥିବାରୁ ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି ଅଛି। ଏହା ନିଶ୍ଚିତ ସ୍ମରଣୀୟ ହେବ ବୋଲି ଆଶା ରଖିଛି। ମ୍ୟାଚପରେ ମ୍ୟାଚକୁ ଦୃଷ୍ଟିରେ ରଖି ଆମେ ଖେଳିବୁ। କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ବା ଆମର ପ୍ରଥମ ଲକ୍ଷ୍ୟ ରହିବ। ଏହା ପୂରଣ ହେବାପରେ ଯାଇ ଆମେ ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରିବୁ“ ବୋଲି ଅମିତ ପ୍ରକାଶ କରିଛନ୍ତି। ହକିର ଏନ୍ତୁଡ଼ିଶାଳରେ ଏଥର ବିଶ୍ୱକପ ହେବାକୁ ଯାଉଛି। ଏହା ମୋତେ ଉଲ୍ଲସିତ କରିଛି। ତେଣୁ ଦର୍ଶକଙ୍କୁ ମୋର ଅନୁରୋଧ ଯେ ସେମାନେ ଭରପୂର ସଂଖ୍ୟାରେ ଷ୍ଟାଡିୟମରେ ଉପସ୍ଥିତ ରୁହନ୍ତୁ। କେବଳ ଭାରତୀୟ ଦଳ ନୁହେଁ, ଓଡ଼ିଶାର ହକିପ୍ରେମୀମାନେ ସବୁ ଦଳକୁ ଉତ୍ସାହିତ କରନ୍ତୁ। ଗୋଲକିପରଙ୍କଠାରୁ ଆରମ୍ଭ କରି ଫରଓ୍ବାର୍ଡ ପର୍ଯ୍ୟନ୍ତ ସବୁ ବିଭାଗରେ ଆମେ ଦୃଢ଼ ହୋଇଛୁ। ଏବେ କିଛିଦିନ ଘରୋଇ ପରିବେଶରେ ଅଭ୍ୟାସ କରିବୁ, ଯାହାକି ଆମକୁ ନିଶ୍ଚିତ ଫାଇଦାରେ ରଖିବ। ତେଣୁ ବିଶ୍ୱକପ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଅମିତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri