ଉପକାରୀ କାଢ଼ା

ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁର କୁପ୍ରଭାବ ଦ୍ୱାରା ବିଶ୍ୱବାସୀ ଆଶଙ୍କାରେ ଏକ ଦ୍ୱନ୍ଦ୍ୱ ମାନସିକତା ଦେଇ ଗତିକରୁଥିବା ବେଳେ, ବର୍ତ୍ତମାନ ସୁଦ୍ଧା ‘କୋଭିଡ୍‌-୧୯’ ଭୂତାଣୁକୁ ପ୍ରତିରୋଧ ପାଇଁ କୌଣସି ପ୍ରତିଷେଧକ ଟିକା କିମ୍ବା ଔଷଧ ପ୍ରସ୍ତୁତି ହୋଇପାରିନାହିଁ। ଏପରି ସ୍ଥଳେ ନିଜେ ନିଜ ଶରୀରରେ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି କରାଇ କୋଭିଡ୍‌-୧୯ ଭୂତାଣୁର ପ୍ରତିରୋଧ ନିମନ୍ତେ ସମସ୍ତେ ଚେଷ୍ଟା କରିବା ଜରୁରୀ ଅଟେ। ଭାରତୀୟ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ବର୍ଣ୍ଣିତ ବିଭିନ୍ନ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ନିମନ୍ତେ କେତେକ ବ୍ୟବସ୍ଥା ରହିଛି ।
କାଢ଼ା(କ୍ୱାଥ): ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ‘କାଢ଼ା’ ସେବନ କରିବା ଜରୁରୀ। କାଢ଼ା ସେବନ ଦ୍ୱାରା ଶରୀରରେ ଏହା ଅମୃତ ତୁଲ୍ୟ କାର୍ଯ୍ୟ କରିଥାଏ। ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ବିଭିନ୍ନ ଆୟୁର୍ବେଦ ଔଷଧିୟ ଦ୍ରବ୍ୟକୁ ସିଝାଇ ଛାଣି ଉଷୁମ ଥିବା ଅବସ୍ଥାରେ ଚା’ ପରି ପିଇବାକୁ ‘କାଢ଼ା’ ସେବନବିଧି କୁହାଯାଏ। କିଛି ଅଦା(ଛେଚିକରି), ଗୋଲମରିଚ ଗୁଣ୍ଡ(୪-୬ଟି), ଲବଙ୍ଗ (୪-୫ଟି), ଡାଲଚିନି, ଗୁଜୁରାତି ଗୁଣ୍ଡ (୧-୨ଟି), ତେଜପତ୍ର(୧-୨ଟି), କିଛି ତୁଳସୀପତ୍ର, ଅଳ୍ପ କଳାଲୁଣ, କଞ୍ଚା ହଳଦୀ (ଛୋଟ ଖଣ୍ଡେ ବା ହଳଦୀ ଗୁଣ୍ଡ ଅଧା ଚାମଚ), ଗୁଡ଼ (୨ ଚାମଚ)ଆଦି ଦ୍ରବ୍ୟକୁ ୩ରୁ ୪କପ୍‌ ପାଣି ଦେଇ ଏହାକୁ ସିଝାଇ ଛାଣି ଦିନରେ ଥରେ କିମ୍ବା ଦୁଇଥର ଖାଲି ପେଟରେ ଚା’ ପରି ପିଇବା ଉଚିତ। ଏହାଦ୍ୱାରା ଶରୀରରେ ଯଥେଷ୍ଟ ପରିମାଣରେ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ପାଇ ଗଳାପ୍ରଦେଶରେ ବିଭିନ୍ନ ଜୀବାଣୁ ଓ ଭୂତାଣୁର ସଂକ୍ରମଣକୁ ଯଥାଶୀଘ୍ର ନଷ୍ଟ କରିଦେଇଥାଏ। ଉକ୍ତ କାଢ଼ା ଗରମ ଥିବା ଅବସ୍ଥାରେ ମୁହଁରେ କପଡ଼ା ଦେଇ ଏହାର ବାମ୍ଫ ନେଲେ ଥଣ୍ଡା, କାଶ, ଛିଙ୍କ, ମୁଣ୍ଡବ୍ୟଥାରୁ ତୁରନ୍ତ ଆରାମ ମିଳିଥାଏ। ତେଣୁ କାଢ଼ା ସେବନ ଦ୍ୱାରା କୋଭିଡ୍‌-୧୯ ଭୂତାଣୁର କୁପ୍ରଭାବକୁ ଅତି ସରଳ ଉପାୟରେ ପ୍ରତିରୋଧ କରି ମନୁଷ୍ୟକୁ ସୁସ୍ଥ କରାଇ ମୃତ୍ୟୁମୁଖରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଉକ୍ତ ‘କାଢ଼ା’ ପ୍ରସ୍ତୁତି ଓ ସେବନ ପ୍ରଣାଳୀ ବିଜ୍ଞାନ ସମ୍ମତ ତଥା ଆୟୁଷ ବିଭାଗ ଦ୍ୱାରା ଅନୁମୋଦିତ।
କାଢ଼ା ସେବନ ଶରୀର ପାଇଁ ଅତି ଲାଭଦାୟକ ହୋଇଥିଲେ ସୁଦ୍ଧା ଅତ୍ୟଧିକ ସେବନ ଦ୍ୱାରା ଏହା ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା କରାଇଥାଏ। କେତେକ ବ୍ୟକ୍ତି ଏହାକୁ ଦିନରେ ବହୁବାର ସେବନ କରିଥାନ୍ତି, ଯଦ୍ବାରା ପେଟ ଗୋଳମାଳ ହୋଇ ଝାଡ଼ା ହେବାର ଆଶଙ୍କା ରହିଥାଏ। ଅତ୍ୟଧିକ ସେବନ ଦ୍ୱାରା ଲିଭର ଓ ଆମାଶୟରେ ଅଲ୍‌ସର ହେବାର ଆଶଙ୍କା ରହିଥାଏ। ତେଣୁ ଦିନରେ ଥରେ କିମ୍ବା ଦୁଇଥର ଏହାକୁ (ଏକ କପ୍‌ ପରିମାଣର) ପିଇବା ଉଚିତ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରକାର ତଟକା ଫଳ, ସବୁଜ ପନିପରିବା, କ୍ଷୀର, କାଜୁ, କିସ୍‌ମିସ୍‌ ଆଦିକୁ ପ୍ରତିଦିନ ଖାଦ୍ୟ ରୂପେ ଖାଇବା ଉଚିତ। ତା’ ସହ କୋଭିଡ୍‌-୧୯ ଭୂତାଣୁର କୁପ୍ରଭାବକୁ ପ୍ରତିରୋଧ କରିବା ନିମନ୍ତେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ନିତାନ୍ତ ଆବଶ୍ୟକ। ତେଣୁ ଉପରୋକ୍ତ ପ୍ରଣାଳୀର ସଦୁପଯୋଗ କରି ଆମେ ନୀରୋଗ ଓ ଦୀର୍ଘାୟୁ ଜୀବନଯାପନ କରିପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri