Posted inଜାତୀୟ

ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗା ଗିରଫ

ନୂଆଦିଲ୍ଲୀ,୬।୫:ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ପଞ୍ଜାବ ପୋଲିସ ଦିଲ୍ଲୀରୁ ଗିରଫ କରିଛି। ଉତ୍ତେଜନାମୂଳକ ବିବୃତ୍ତି ତଥା ଅପରାଧିକ ଭୟଭୀତତା ସୃଷ୍ଟି କରିବା ଅପରାଧରେ ଏପ୍ରିଲ ୧ରେ ବାଗାଙ୍କ ବିରୋଧରେ ଏକ ମାମଲା ପଞ୍ଜାବ ପୋଲିସ ରୁଜୁ କରିଥିଲା। ମାର୍ଚ୍ଚ ୩୦ରେ ଦିଲ୍ଲୀରେ ଚାଲିଥିବା ଗୋଟିଏ ଆନ୍ଦୋଳନ ବେଳେ ତାଜିନ୍ଦର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦେଇଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ପୋଲିସ ନିକଟରେ ଦାଖଲ କରାଯାଇଥିଲା। ଏହି ଆଧାରରେ ଶୁକ୍ରବାର ପୋଲିସ ତାଙ୍କୁ ଗିରଫ କରିଛି।
ତାଜିନ୍ଦରଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସେ ଟୁଇଟ କରି କହିଥିଲେ, ଗୋଟିଏ ନୁହେଁ, ୧୦୦ ଏଫଆଇଆର୍‌ ହେଉ, କିନ୍ତୁ ଯଦି କେଜ୍‌ରିୱାଲ କଶ୍ମୀର ହିନ୍ଦୁମାନଙ୍କର ହତ୍ୟାକାଣ୍ଡକୁ ମିଥ୍ୟା ବୋଲି କହନ୍ତି, ତେବେ ମୁଁ କହିବି। ଯଦି କେଜ୍‌ରିୱାଲ କଶ୍ମରୀ ହିନ୍ଦୁମାନଙ୍କ ହତ୍ୟାକାଣ୍ଡରେ ହସନ୍ତି, ତେବେ ମୁଁ କହିବି। ମୁଁ ଏଥିପାଇଁ କୌଣସି ପରିଣାମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି। ମୁଁ କେଜ୍‌ରିୱାଲଙ୍କୁ ଛାଡିବି ନାହିଁ, ତାଙ୍କ ନାକ ଘଷି ପ୍ରତିଶୋଧ ନେବି।
ତେବେ ତାଜିନ୍ଦରଙ୍କୁ ଗିରଫ ଘଟଣାକୁ ନିନ୍ଦା କରିଛନ୍ତି ଭାଜପା ନେତା କପିଲ ମିଶ୍ର। ସେ ଟୁଇଟର୍‌ରେ ଲେଖିଛନ୍ତି, ‘ତାଜିନ୍ଦର ବାଗାଙ୍କୁ ୫୦ ପଞ୍ଜାବ ପୋଲିସ କର୍ମଚାରୀ ତାଙ୍କ ଘରୁ ଉଠାଇ ନେଇ ଯାଇଥିଲେ। ତାଜିନ୍ଦର ଜଣେ ପ୍ରକୃତ ସର୍ଦ୍ଦାର, ସେ ଏପରି କାର୍ଯ୍ୟ ଦ୍ୱାରା ଭୟଭୀତ କିମ୍ବା ଦୁର୍ବଳ ହେବେ ନାହିଁ। ପ୍ରକୃତ ସର୍ଦ୍ଦାରଙ୍କୁ ଏତେ ଭୟ କାହିଁକି?


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri