ଆମେରିକା ବାଚସ୍ପତିଙ୍କୁ ଭେଟିବେ ତାଇଓ୍ବାନ ରାଷ୍ଟ୍ରପତି: ପ୍ରତିଶୋଧ ନେବାକୁ ଧମକ ଦେଲା ଚାଇନା…

ତାଇପେ/ବେଜିଂ,୨୯।୩ : ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ ବୁଧବାର ଗୁଆଟେମାଲା ଏବଂ ବେଲିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ନ୍ୟୁୟର୍କ ଏବଂ ଲସ ଆଞ୍ଜେଲସରେ ଅଟକିବେ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ସେ ଆମେରିକାର ହାଉସ ବାଚସ୍ପତି କେଭିନ ମ୍ୟାକକାର୍ଥିଙ୍କୁ ଭେଟିବାକୁ ଯୋଜନା କରୁଥିବା ସୂତ୍ରରୁ ପ୍ରକାଶ। ତେବେ ଏପର୍ଯ୍ୟନ୍ତ କୌଣସି ଅଧିକାରୀ ଏହାକୁ ନିଶ୍ଚିତ କରିନାହାଁନ୍ତି।

ଆମେରିକା ବାଚଷ୍ପତି ଏବଂ ତାଇୱାନ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ନେଇ ଚାଇନା କ୍ରୋଧିତ ହୋଇଛି। ଯଦି ଆମେରିକାର ହାଉସର ବାଚସ୍ପତି ତାଇୱାନର ରାଷ୍ଟ୍ରପତିଙ୍କୁ ଭେଟନ୍ତି ତେବେ ଏହାର ପ୍ରତିଶୋଧ ନେବାକୁ ଚାଇନା ଧମକ ଦେଇଛି। ଚାଇନା କହିଛି ଏଭଳି ପଦକ୍ଷେପ ନେବା ଦ୍ୱାରା ଏକ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ଚାଇନାର ତାଇୱାନ ବ୍ୟାପାର କାର୍ଯ୍ୟାଳୟର ମୁଖପାତ୍ର ଜୁ ଫେଙ୍ଗଲିୟାନ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି , ଯଦି ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଆମେରିକାର ବାଚସ୍ପତି ମ୍ୟାକକାର୍ଥିଙ୍କ ସହ ଯୋଗାଯୋଗ କରନ୍ତି ତେବେ ଏହା ଏକ ଉତ୍ତେଜନାମୂଳକ ପରିସ୍ଥିତି ହେବ। ଏହା ଚାଇନା ନୀତିର ଉଲ୍ଲଂଘନ ହେବ। ଏହା ଦ୍ୱାରା ଚାଇନାର ସାବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ଏଭଳି କାର୍ଯ୍ୟ ଦ୍ୱାରା ଶାନ୍ତି ଏବଂ ସ୍ଥିରତାକୁ ନଷ୍ଟ ହୋଇପାରେ। ଆମେ ଏହାକୁ ଦୃଢ଼ ବିରୋଧ କରୁଛୁ ଏବଂ ଏହା ପାଇଁ ନିଶ୍ଚିତ ଭାବରେ ଏକ ବଡ ପଦକ୍ଷେପ ଗ୍ରହଣ କରିବୁ।

ସୂଚନାଯୋଗ୍ୟ, ପୂର୍ବରୁ ଆମେରିକାର ହାଉସ ବାଚସ୍ପତି ନାନସୀ ପେଲୋସି ଗତ ବର୍ଷ ତାଇୱାନ ଗସ୍ତ କରିଥିଲେ। ପେଲୋସି ତାଇପେଇରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କୁ ଭେଟିଥିଲେ। ଏହି ସମୟରେ ସେ ସ୍ପଷ୍ଟ ଭାବରେ କହିଥିଲେ ଆମେରିକା ତାଇୱାନକୁ ଦେଇଥିବା ପ୍ରତିଶ୍ରୁତି ତ୍ୟାଗ କରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri