ଟୁବି ଫେରିଘାଟରେ ତହସିଲଦାରଙ୍କ ଚଢ଼ାଉ

ମହାକାଳପଡ଼ା,୨୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର-ଖରିନାଶି ଟୁବି ଫେରିଘାଟ ଡଙ୍ଗା ଚଳାଚଳକୁ ନେଇ ଉଭୟ ପଞ୍ଚାୟତ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଫେରିଘାଟ ଡଙ୍ଗା ୧୯୮୪ଠାରୁ ବତୀଘର ପଞ୍ଚାୟତ ନିୟନ୍ତ୍ରଣରେ ବ୍ଲକ ପ୍ରଶାସନ ପକ୍ଷରୁ ନିଲାମ ପ୍ରକ୍ରିୟା ହୋଇଥାଏ। ହେଲେ ୪ ବର୍ଷ ହେବ ଖରିନାଶି ପଞ୍ଚାୟତ ପକ୍ଷରୁ ଏହି ଘାଟ ନିଲାମର ୫୦ପ୍ରତିଶତ ଅର୍ଥ ଦାବି କରାଯାଇଥିଲା। ଏହାକୁ ନେଇ ଖରିନାଶି ପଞ୍ଚାୟତ କର୍ତ୍ତୃପକ୍ଷ ଉଚ୍ଚ ନ୍ୟାୟାଳୟର ଦାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରାପଡ଼ା ଜିଲାପାଳ ଉଭୟ ପକ୍ଷଙ୍କୁ ଡାକି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ରାୟରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ ଜିଲାପାଳ ଡିସେମ୍ବର ୨୪ରେ ଉଭୟ ପଞ୍ଚାୟତ ସରପଞ୍ଚଙ୍କୁ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦେଇଥିଲେ। ପରେ ଉଭୟ ପଞ୍ଚାୟତର ସମସ୍ତ ରେକର୍ଡ ପତ୍ର ଯାଞ୍ଚ କରିଥିଲେ । ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ଏହା ସତ୍ତ୍ୱେ ଦୁଇ ପଞ୍ଚାୟତ ପୂର୍ବ ପରି ଫେରି ଘାଟ ଡଙ୍ଗା ଚଳାଇ ଥିବା ଦେଖିବାକୁ ମିଳିଥିଲା। ପରେ ଜିଲାପାଳଙ୍କ ଅଫିସ ଚିଠି ନମ୍ବର ୬୩, ୯ା୧ା୨୦୨୫ ଅନୁସାରେ ବତୀଘର ପଞ୍ଚାୟତକୁ ମୋଟ ନିଲାମ ଅର୍ଥର ୯୦ ଓ ଖରିନାଶି ପଞ୍ଚାୟତକୁ ୧୦ ପ୍ରତିଶତ ମୋଟ ନିଲାମ ଅର୍ଥ ପ୍ରଦାନ କରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ଚିଠି ମିଳିବା ପରେ ମଧ୍ୟ ଖରିନାଶି ଘାଟ ପୂର୍ବପରି ବେଆଇନ ଭାବେ ଫେରିଘାଟ ଡଙ୍ଗା ଚଳାଚଳ କରିଥିଲା। ଖବର ପାଇ ଶୁକ୍ରବାର ଅପରାହ୍ନରେ ମହାକାଳପଡ଼ା ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ଶିବ ମଲିକଙ୍କ ସମେତ ଜମ୍ବୁ ସାମୁଦ୍ରିକ ଥାନା ଟିମ୍‌କୁ ନେଇ ଚଢ଼ାଉ କରାଯାଇଥିଲା। ହେଲେ ଆଗୁଆ ସୂଚନା ପାଇ ଖରିନାଶି ଫେରିଘାଟ ଡଙ୍ଗା ଦେଖିବକୁ ମିଳି ନ ଥିଲା। ପରେ ମାଜିଷ୍ଟ୍ରେଟ ତଥା ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଥିଲେ।
ପ୍ରଶାସନ ନିର୍ଦ୍ଦେଶ ଅବମାନନା କଲେ ବେଆଇନ ଡଙ୍ଗା ଜବତ ଓ ଘାଟ ଚାଳକଙ୍କୁ ଗିରଫ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାକାଳପଡ଼ା ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ଶିବ ମଲିକ କୁହନ୍ତି, ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri