ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ‘ନନ୍ଦନ’ର ଦେହାନ୍ତ ଭୁବନେଶ୍ୱର,୧୧।୫: ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ‘ନନ୍ଦନ’ ନାମକ ଏକ ରୟାଲ ବେଙ୍ଗଲ ଟାଇଗରର ମୃତ୍ୟୁ ହୋଇଛି। ଏନେଇ ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ସୂଚନା ଦେଇଛନ୍ତି। ୧୭ ବର୍ଷ ବୟସ୍କ ନନ୍ଦନ ଗତ ତିନିମାସ ଧରି ଅସୁସ୍ଥ ହୋଇପଡିଥିଲା।...