Tag Archives: National

ବ୍ରିଟେନ୍‌ ରାଷ୍ଟ୍ରଦୂତଙ୍କ ପିଓକେ ଗସ୍ତକୁ ନେଇ ଭାରତ ଖପ୍ପା, ବିଦେଶ ମନ୍ତ୍ରଣାଳୟ କହିଲା- ଏଭଳି ପଦକ୍ଷେପ ଆମ ସୀମାନ୍ତ ଅଖଣ୍ଡତାର ଉଲ୍ଲଂଘନ

ନୂଆଦିଲ୍ଲୀ,୧୩।୧: ପାକିସ୍ତାନରେ ବ୍ରିଟେନ୍‌ ରାଷ୍ଟ୍ରଦୂତ ଜାନେ ମାରିଅଟ୍‌ଙ୍କ ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ଯାତ୍ରାକୁ ନେଇ ଭାରତ ଆପତ୍ତି ଉଠାଇଛି। ଏଭଳି ଆଭିମୁଖ୍ୟ ଭାରତର ସଂପ୍ରଭୂତା ଏବଂ ସୀମାନ୍ତ ଅଖଣ୍ଡତାକୁ ଉଲ୍ଲଘଂନ କରିବା ସହ ସମାନ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି।…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୮ମ ସମନ ପଠାଇଲା ଇଡ଼ି, ହାଜର ନହେଲେ ବଢ଼ିପାରେ ଅଡ଼ୁଆ

ରାଞ୍ଚି,୧୩।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପୁଣି ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପୂର୍ବରୁ ୭ଥର ସମନ କରାଯାଇଥିଲା। ଏବେ ପୁଣି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନୂଆ…

ମନା କଲେ ନୀତୀଶ, ‘INDIA’ ମେଣ୍ଟର ମଙ୍ଗ ଧରିପାରନ୍ତି ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୧୩।୧: ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ହେବାକୁ ସଫାସଫା ମନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶନିବାର ମେଣ୍ଟର ବୈଠକ ବସିଥିଲା। ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ ସୁଯୋଗ ଦିଆଯିବା ସତ୍ତ୍ୱେ ନୀତୀଶ ସଂଯୋଜକ ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…

ବଏକଟ ପ୍ରଭାବ,ଦୈନିକ ୮.୬୪ କୋଟି ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ

ନୂଆଦିଲ୍ଲୀ,୧୨।୧: ନିକଟରେ ମାଳଦ୍ୱୀପ ସରକାରଙ୍କ କିଛି ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଏହାପରଠାରୁ ‘ବଏକଟ ମାଳଦ୍ୱୀପ’ ଟ୍ରେଣ୍ଡ କରି ଆସୁଥିବା ବେଳେ ତା’ର ପ୍ରଭାବ ମଧ୍ୟ ପଡ଼ୁଥିବା ଦେଖାଯାଇଛି। ଦେଶକୁ ପ୍ରତିଦିନ କୋଟି…

Bullet Train: ୨୦୨୬ରେ ଗଡ଼ିବ ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌, ସର୍ବପ୍ରଥମେ ଏହି ଦୁଇ ସହରରୁ ହେବ ଆରମ୍ଭ

ଗାନ୍ଧିନଗର,୧୨।୧: ଭାରତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୬ରୁ ଗଡ଼ିବା ଆରମ୍ଭ ହେବ। ଏହି ଟ୍ରେନ୍‌ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ତା ସହ ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ମେମୋରି ଚିପ୍‌ ୨୦୨୪ରୁ ବଣ୍ଟା ଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ…

କର୍ନାଟକ ରାଜ୍ୟପାଳଙ୍କୁ କରୋନା

ବାଙ୍ଗାଲୁରୁ, ୯।୧: କର୍ନାଟକ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ବାସଭବନରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଆଗାମୀ ସୂଚନା ମିଳିବା ଯାଏ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ସାମିଲ ହେବାକୁ…

ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ

ଅଯୋଧ୍ୟା,୯।୧: ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ମଙ୍ଗଳବାର ଗର୍ଭଗୃହରେ ପ୍ରଥମ ସ୍ବର୍ଣ୍ଣ କବାଟ ଲାଗିଛି। ଏହିଭଳି ଆଉ ୧୩ ସୁନାର କବାଟ ଲାଗିବାକୁ ଥିବା ବେଳେ ୩ ଦିନ ମଧ୍ୟରେ କାର୍ଯ୍ୟ ଶେଷ…

ଦେଶ ଛାଡ଼ି ଫେରାର ହେବାକୁ ଯୋଜନା କରୁଛନ୍ତି ଟିଏମ୍‌ସି ନେତା ସାହଜନ୍‌ ଶେଖ୍‌, ଲୁକ୍‌ଆଉଟ୍‌ ନୋଟିସ ଜାରି କଲା ED

କୋଲକାତା,୬।୧: ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସରଙ୍କ ଉପରେ ଆକ୍ରମଣ ପରେ ଟିଏମ୍‌ସି ନେତା ସାହଜନ ଶେଖ୍‌ ଦେଶ ଛାଡ଼ି ଫେରାର ହେବା ଯୋଜନାରେ ରହିଛନ୍ତି। ଗିରଫଦାରୀରୁ ରକ୍ଷା ପାଇବା ଲାଗି ସେ କୌଣସି ବି ସମୟରେ ଫେରାର ହେବା ଅଧିକାରୀମାନେ ଆଶଙ୍କା…

ସର୍ବସମ୍ମୁଖରେ ଡ୍ୟୁଟିରେ ଥିବା ପୋଲିସକର୍ମୀଙ୍କୁ ଜୋରଦାର ଚାପୁଡ଼ା ମାରିଲେ ଭାଜପା ବିଧାୟକ, Video ଭାଇରାଲ

ପୁଣେ,୬।୧: ମହାରାଷ୍ଟ୍ରର ପୁଣେରେ ଭାଜପା ବିଧାୟକ ସୁନୀଲ କାମ୍ବଲେ ଜଣେ ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସସୁନ ଡାକ୍ତରଖାନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଏଭଳି କାଣ୍ଡ ଘଟାଇଛନ୍ତି। ତେବେ ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପଓ୍ବାର…

ନିଲାମ ହେଲା ଗ୍ୟାଙ୍ଗ୍‌ଷ୍ଟର ଦାଉଦ ଇବ୍ରାହିମ୍‌ଙ୍କ ସମ୍ପତ୍ତି: ୧୫ ହଜାରର ପ୍ଲଟ ୨ କୋଟିରୁ ଅଧିକ ଟଙ୍କାରେ ବିକ୍ରି

ମୁମ୍ବାଇ,୫।୧: ଗ୍ୟାଙ୍ଗ୍‌ଷ୍ଟର ଦାଉଦ୍‌ ଇବ୍ରାହିମ୍‌ଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି ସମ୍ପତ୍ତି ଶୁକ୍ରବାର ନିଲାମ ଜରିଆରେ ବିକ୍ରି ହୋଇଛି। ୧୭୦.୯୮ ବର୍ଗମିଟରର କୃଷି ଜମି୨.୦୧ କୋଟିରେ ବିକ୍ରି ହୋଇଛି, ଯାହାର ରିଜର୍ଭ ପ୍ରାଇସ୍‌ ୧୫,୪୪୦ ଟଙ୍କା ଥିଲା। ସେହିପରି ୧୭୩୦…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କର୍ନାଟକରେ କଂଗ୍ରେସ ଯୁଗର ଅନ୍ତ ହେବା ସୁନିଶ୍ଚିତ କରିବୁ: ଦେବେଗୌଡ଼ା 

ନୂଆଦିଲ୍ଲୀ,୫।୧: କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌)ର ସୁପ୍ରିମୋ ଏଚ୍‌.ଡି.ଦେବେଗୌଡ଼ା। କର୍ନାଟକରେ କଂଗ୍ରେସର ସିଦ୍ଧରମେୟା ସରକାର ହିନ୍ଦୁ କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦେବେଗୌଡ଼ା। କଂଗ୍ରେସ ଯୁଗର ଅନ୍ତ ଦେଖିବାକୁ ସେ…

‘ଅନେକ ଥର ରାଜ୍ୟାଭିଷେକ ହେବା ପୂର୍ବରୁ ବନବାସରେ ଯିବାକୁ ପଡ଼ିଥାଏ’

ଭୋପାଳ,୩।୧: ମଧ୍ୟପ୍ରଦେଶ ନିର୍ବାଚନରେ ଭାଜପାର ବହୁମତ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ବଡ଼ ଭୂମିକା ରହିଥିଲା। ପୂର୍ବରୁ ସେ ୪ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ଏଣୁ ତାଙ୍କର ପତିଆରା ଦେଖି ପୁଣିଥରେ ଦଳ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri