Tag Archives: Local News

ପୁଷ୍ପାଳନ ସେବକଙ୍କୁ ଚେତାବନୀ: ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ହେବେ ବାସନ୍ଦ

ପୁରୀ,୨୬।୪: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଅଭିହିତ କରାଯାଇ ବାସନ୍ଦ କରାଯିବ। ଏନେଇ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ ସଂପାଦକଙ୍କ ଦସ୍ତଖତରେ ନିର୍ଦ୍ଦେଶ…

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇ ଉଭୟ ପରିବାର ର ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା…

ସାଙ୍ଗ ହୋଇ ଖେଳୁଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ବାସୁଦେବପୁର,୨୪।୪ (କାଳିପଦ ରାୟ): ପୋଖରୀରେ ବୁଡ଼ିଗଲେ ଦୁଇଭଉଣୀ। ଉଦ୍ଧାର କରାଯାଇ ମେଡିକାଲ ଅଣାଯାଇଥିଲେ ହେଁ ବଞ୍ଚାଯାଇପାରି ନ ଥିଲା। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦମଳ ଦିହ ସାହିରେ ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି। ମୃତକଦ୍ୱୟ…

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ ଆଘାତରେ ଜଣେ ମା’ପୁଅ ଙ୍କ ଏକାଠି ମୃତ୍ୟୁ…

କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ

କଟକ ସଦର,୨୨।୪(ସୁଶାନ୍ତ କୁମାର ଜେନା): କଟକ-ପରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର୍‌ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପିସିଆର୍‌ ସହିତ ବାଲି ବୋଝେଇ ହାଇଓ୍ବା ମୁହାଁମୁହିଁ ଧକ୍କା ହେବା ଫଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ହାଇଓ୍ବା ଓଲଟି…

କିଏ ସେ ୫ ନେତା ଯିଏକି ବିଜେଡିକୁ ବୁଡାଇଦେବେ? ଅମରେଶଙ୍କ ବୟାନକୁ ନେଇ ରାଜନୀତିରେ ହଲଚଲ

ଭୁବନେଶ୍ୱର.୨୨।୪: ଥମିବାର ନାଁ ନେଉନାହିଁ ବିଜେଡି କନ୍ଦଳ। ଏବେ ବିଜେଡି କଳିକୁ ନେଇ ବରିଷ୍ଠ ନେତା ଅମରେଶ ଜେନା ବିସ୍ଫୋରକ ବୟାନ ଦେଇଛନ୍ତି। ଦଳର ୪ ରୁ ୫ ଜଣ ନେତା ଦଳକୁ ବୁଡ଼ାଇଦେବେ ବୋଲି ସେ କହିଛନ୍ତି। ଅମରେଶ କହିଛନ୍ତି,…

ପ୍ରତାପୁର ଗ୍ରାମରେ କଳିକଳୁଷ ନାଶ ବିଶ୍ୱଶାନ୍ତି ମହାଯଜ୍ଞ

ପୁରୁଷୋତ୍ତମପୁର,୨୧।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରତିଷ୍ଠିତ କିମ୍ବଦନ୍ତୀପୂର୍ଣ୍ଣ ତୁମ୍ବେଶ୍ବର ମହାଦେବଙ୍କ ପୀଠରେ ରାଜ୍ୟ,ଦେଶ ସହ ବିଶ୍ବର ମଙ୍ଗଳ ଲାଗି ମହାଜଜ୍ଞ ଅନୁଷ୍ଠିତ ହୋଇଛି। ସୋମବାର ଏହା ଷଷ୍ଠ ଦିବସରେ ପହଞ୍ଚିଥିବାବେଳେ ଏହି ଯଜ୍ଞର ଉଦ୍ଦେଶ୍ୟ…

ଅନଲାଇନ୍‌ ଗେମରେ ହାରିଗଲେ ୭ ଲକ୍ଷ ଟଙ୍କା, ଫ୍ୟାନରେ ଝୁଲିପଡ଼ିଲେ ଯୁବକ

ଭୁବନେଶ୍ୱର,୧୯ା୪(ସତ୍ୟଜିତ୍‌ ରାଉତ): ରାଜଧାନୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଅନଲାଇନ୍‌ ଗେମରେ ଲକ୍ଷାଧିକ ଟଙ୍କା ହାରି ଜଣେ ଯୁବକ ନିଜ ଜୀବନ ହାରିଛନ୍ତି। ମୃତ ଯୁବକ ହେଲେ ବିକାଶ ନାୟକ (୨୪)। ସେ…

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ ବେଥଲ ସମ୍ମୁଖରେ ବାଇକ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ…

କାଳବୈଶାଖୀରେ ଉଜାଡ଼ି ଦେଲା ସବୁକିଛି, ମୁଣ୍ଡ ଉପରୁ ଛାତ ହରାଇ ଭାଙ୍ଗିପଡ଼ିଛନ୍ତି ୨ ପରିବାର

ଆନନ୍ଦପୁର,୧୮।୪(ସୁଶାନ୍ତ କୁମାର ସାହୁ ): ଅଦିନରେ ବର୍ଷା, ପବନ, ଘଡ଼ଘଡ଼ି। କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହେବା ସହ କିଛି ପରିବାରର ସର୍ବସ୍ବ ଉଜାଡି ଦେଇଛି । ସୂଚନାନୁଯାୟୀ,…

ପିସିସିଏଫ୍‌ଙ୍କ ଉପସ୍ଥିତିରେ ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ ଘଡ଼ିଆଳ କୁମ୍ଭୀର

ଅନୁଗୋଳ ଅଫିସ,୧୭।୪(ମାନସ ବିଶ୍ୱାଳ)- ଅନୁଗୋଳ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନାଖଣିଆ ଘାଟଠାରେ ନନ୍ଦନକାନନରୁ ଅଣାଯାଇଥିବା ୫ ଘଡ଼ିଆଳ ଓ ସାତକୋଶିଆ ଟିକରପଡ଼ା ଚିଡ଼ିଆଖାନାରୁ ଆସିଥିବା ୨କୁ ମିଶାଇ ମୋଟ ୭ କୁମ୍ଭୀରକୁ ମୁକ୍ତ କରାଯାଇଛି। ଏହି ଅବସରରେ ରାଜ୍ୟ ମୁଖ୍ୟ…

ପୋଲ କାମ ବେଳେ ପଥର ବିସ୍ଫୋରଣ, ଚାଲିଗଲା ଶ୍ରମିକଙ୍କ ଜୀବନ

ବେଲଗୁଣ୍ଠା,୧୬ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଜାଲଖାଇ ବ୍ରିଜ୍‌ କାମ ବେଳେ ପଥର ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଡ଼କ୍ଟର୍‌ ଆମ୍ବେଡକର କନସିମା ଜିଲା ଉପଲଗୁସ୍ତମ୍‌ ଥାନା ଅନ୍ତର୍ଗତ ଚଲବେରୁ ଗ୍ରାମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri