Tag Archives: farmers

ରାଜ୍ୟରେ ସୃଷ୍ଟି ହେଉନାହାନ୍ତି ଅନ୍ନଦାତା

ଭୁବନେଶ୍ୱର,୨୮ା୪(ରବିନାରାୟଣ ଜେନା): ରାଜ୍ୟରେ କୃଷକ ଏବଂ କୃଷିକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କୃଷି କ୍ୟାବିନେଟ୍‌ କରାଯିବା ସହିତ ଗୃହରେ ପ୍ରତିବର୍ଷ ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରାଯାଉଛି। ଚାଷୀଙ୍କ ପାଇଁ ‘କାଳିଆ’ ଓ ‘ବଳିଆ’ ଭଳି ଯୋଜନା…

PM Kisan: ଚାଷୀଙ୍କ ପାଇଁ ଖୁସି ଖବର;ଏହି ଦିନ ଆକାଉଣ୍ଟକୁ ଯିବ PM-KISAN ଟଙ୍କା

ନୂଆଦିଲ୍ଲୀ,୨୧।୨: ଦେଶର ୯.୮ କୋଟି ଚାଷୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ। ଏହା ଅଧୀନରେ ପ୍ରାୟ ୨୨,୦୦୦ କୋଟି ଟଙ୍କା…

ଚାଷୀଙ୍କୁ ଅଣଦେଖା ନେଇ ଅସନ୍ତୋଷ ପ୍ରକାଶ କଲେ ୩ ବିଧାୟକ

କୋରାପୁଟ,୩ା୧(ଅମିତାଭ ବେହେରା): କୋରାପୁଟସ୍ଥିତ ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ରଠାରେ ଜଳ ସମ୍ପଦ ବିଭାଗ ଓଡ଼ିଶା ତରଫରୁ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥିଲା। ଜିଲା ଉଠାଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଯୁଗଳକିଶୋର ଟାକ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ଦୁଇଦିନ ହେଲା ଆମରଣ ଅନଶନରେ ଚାଷୀ, ଶୁଣିଲେନି ବିଡିଓ-ତହସିଲଦାରଙ୍କ କଥା

କେସିଙ୍ଗା,୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଳା ଗ୍ରାମର ଜଣେ ଚାଷୀ ଧାନର କଟ୍‌ନି ଛଟ୍‌ନିକୁ ବିରୋଧ କରି ତୁଣ୍ଡଳା ପ୍ୟାକ୍ସ ଆଗରେ ଦୁଇ ଦିନ ହେଲା ଆମରଣ ଅନଶନ କରିଛନ୍ତି। ତୁଣ୍ଡଳା ଗ୍ରାମର ଜଣେ ଶ୍ରେଷ୍ଠ ଚାଷୀ ହେଲେ…

ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୩୦ା୧୨(ପ୍ରେମାନନ୍ଦ ଖମାରୀ: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୫ସପ୍ତାହରୁ ଅଧିକ ସମୟ ବିତି ଯାଇଛି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଯାଇଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ମଣ୍ଡିରୁ…

ଧାନର ଉଚିତ ମୂଲ୍ୟ, କଟ୍‌ନି ଛଟ୍‌ନି ବନ୍ଦ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଦାବି ପୂରଣ ନ ହେଲେ ଆହୁରି…

କେସିଙ୍ଗା,୨୮ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଚାଷୀଙ୍କ ଅମଳ ଧାନର ଉଚିତ୍‌ ମୂଲ୍ୟ ପ୍ରଦାନ ଓ କଟ୍‌ନି ଛଟ୍‌ନ ବନ୍ଦ ବାବଦକୁ ନେଇ କେସିଙ୍ଗା ସହରରେ କଂଗ୍ରେସର ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଜାତୀୟ ରାଜପଥ ୨୬କୁ…

ଧାନ କିଣାବିକାରେ ଅବ୍ୟବସ୍ଥା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାଷୀଙ୍କ ଧାରଣା

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ତାଙ୍କ ଏହି ଗସ୍ତରେ ସୋହେଲା ବ୍ଲକ ଇଚ୍ଛାପୁରରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଲେଖାଏ…

ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

ପାଟଣାଗଡ଼,୧୧ା୧୦(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଧୁବଲପଡ଼ା ପଞ୍ଚାୟତ ମୁଦଘାଟସ୍ଥିତ କୃଷିଫାର୍ମଠାରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିହନ…

୧୨ କୋଟି କୃଷକଙ୍କ ପାଇଁ ଖୁସି ଖବର, ସରକାର ଗଠନ ପରେ ମିଳିବ ଟଙ୍କା !

ନୂଆଦିଲ୍ଲୀ,୨।୬: ଦେଶରେ ସରକାର ଗଠନ ହେବା ପରେ କୃଷକଙ୍କୁ ମିଳିପାରେ ଖୁସିଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପିଏମ୍‌ କିଷାନ) ଯୋଜନାରେ ପଞ୍ଜୀକୃତ ୧୨ କୋଟି କୃଷକଙ୍କ ଆକାଉଣ୍ଟକୁ ଆସିପାରେ ଟଙ୍କା। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ନୂଆ ସରକାର ଗଠନ ହେବ।…

ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ଚାଷୀଙ୍କ ବିକ୍ଷୋଭ

ଛତ୍ରପୁର,୪ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଗତ ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ସୋମବାର ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଜିଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ବହୁ ଚାଷୀ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ…

କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ, ଲୁହବୁହା ଗ୍ୟାସ ଛାଡ଼ିଲା, ଟ୍ରାକ୍ଟର ଚକାରୁ ପମ୍ପ୍‌ ବି ବାହାର କରିଦେଲା

ଚଣ୍ଡିଗଡ଼,୨୩ା୨: ପୁଣିଥରେ ହରିୟାଣାରେ କୃଷକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି। କୃଷକଙ୍କ ଆନ୍ଦୋଳନ ଯୋଗୁ ଖନୌରୀ ସୀମାକୁ ଯାଉଥିବା ଚାଷୀଙ୍କୁ ପୋଲିସ ଲାଠିଚାର୍ଜ କରିଛି। ଏହା ବ୍ୟତୀତ ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ ମଧ୍ୟ ଛାଡ଼ିଥିଲା। ପୋଲିସ ଗାଡ଼ି ଭଙ୍ଗାରୁଜା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri