ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ବିଜେଡିକୁ ବଡ ଝଟ୍କା, ହାଇକୋର୍ଟ ଦେଲେ ବଡ଼ ରାୟ…
ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା): ନୂଆପଡ଼ା ବିଧାୟକଙ୍କ ମୃତ୍ୟୁ ପରେ ନଭେମ୍ବର ୧୧ ତାରିଖରେ ଉପନିର୍ବାଚନରେ ବିଜେଡି ଦଳ ପାଇଁ ଏହା ଏସିଡ ଟେଷ୍ଟ ହୋଇଥିବା ବେଳେ ବିଜେଡିକୁ ଆଉ ଏକ ଝଟ୍କା ଲାଗିଛି । ଯାହା ନୂଆପଡ଼ା ନିର୍ବାଚନ ଉପରେ...
‘ଘରବାହୁଡ଼ା’ ହୋଇଥିବା ବରୀ ବ୍ଲକ ଅଧ୍ୟକ୍ଷ ପୁଣି ଛାଡିଲେ ବିଜେଡି, ଦ୍ୱିତୀୟଥର ପାଇଁ ଭାଜପାରେ ହେଲେ ସାମିଲ
ଭୁବନେଶ୍ୱର,୬।୧୧: ଯାଜପୁର ଜିଲା ରାଜନୀତିରେ ପୁଣିଥରେ ଦଳ ଡିଆଁ ଏବଂ ‘ଘରବାହୁଡ଼ା’ ନାଟକ ଦେଖିବାକୁ ମିଳିଛି। ପୂର୍ବରୁ ଥରେ ବିଜେଡି ଛାଡ଼ି ଭାଜପା ଯାଇ ପୁଣି ୧୧ ଦିନରେ ବିଜେଡିକୁ ଫେରି ଆସିଥିବା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର...
ନୂଆପଡ଼ା ଉପ-ନିର୍ବାଚନ: ତିନି ପ୍ରମୁଖ ଦଳ ପାଇଁ ସମ୍ମାନର ଲଢ଼େଇ
ଭୁବନେଶ୍ୱର,୩।୧୧: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି। ବିଜେଡି ବିଧାୟକ...
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଇସାରା: ମିଳିବ କି ବଡ଼ ଦାୟିତ୍ୱ
ଭୁବନେଶ୍ୱର,୩।୧୧: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍ପି ଅମର ପଟ୍ଟନାୟକ ସୋମବାର ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି, ଅମର ଏବେ ଅଣନିଃଶ୍ବାସୀରୁ ମୁକ୍ତ ହୋଇଛନ୍ତି।...
ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁନି ଭାଜପା, ଅଭିଯୋଗ ଆଣି ବିଜେଡି କହିଲା ମାଗଣା ବିଦ୍ୟୁତ୍କୁ…
ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଜେଡି ପକ୍ଷରୁ ସୋମବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଜିଲାର ବରିଷ୍ଠ ବିଜେଡି ନେତା...
ସରକାରଙ୍କୁ ନବୀନଙ୍କ କଡ଼ା ଟାର୍ଗେଟ୍: କହିଲେ ସେମାନେ ଗେମ୍ ଚେଞ୍ଜର ନୁହନ୍ତି, ନେମ୍ ଚେଞ୍ଜର
ଭୁବନେଶ୍ୱର/ନୂଆପଡ଼ା,୩ା୧୧: ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଆସି ଆୟୋଜିତ ଏକ ସଭାରେ ଦମ୍ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋହନ ସରକାରଙ୍କୁ କଡ଼ା ଟାର୍ଗେଟ୍ କରି ନବୀନ କହିଛନ୍ତି, ୧୬ ମାସର ଭାଜପା ସରକାର କାମରେ...
ସୁଜାତା ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ଟାଇଟନିକ୍ ବାଣ, କହିଲେ ଶକ୍ତି ନାନୀ କୁଆଡ଼େ…
ଭୁବନେଶ୍ୱର,୩ା୧୧: ବିଜେଡିକୁ ପୁଣି ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି। ଶ୍ରୀମୟୀ ବିଜେଡିକୁ ଟାଇଟନିକ୍ ପରି ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଥିବା କହି...
ଆଜି ମଇଦାନକୁ ଓହ୍ଲାଇବେ ନବୀନ, ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରି ଭୋଟରଙ୍କୁ କହିବେ…
ଭୁବନେଶ୍ୱର/ନୂଆପଡ଼ା,୩ା୧୧(ରବିନାରାୟଣ ଜେନା/ମକାରୁ ବେମାଲ): ବିଜୁ ଜନତା ଦଳ(ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇବେ। ଏନେଇ ବିଜେଡି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନବୀନ ନିବାସରୁ ପୂର୍ବାହ୍ନ ୯.୩୦ ମିନିଟ୍ରେ...
ଉନ୍ନତି ଅପେକ୍ଷାରେ ଯୁବ ଭୋଟର
ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ଆସନ୍ତା ୧୧ ତାରିଖରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ଉପନିର୍ବାଚନ। ଏଥିରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ମତଦାତାଙ୍କ ସମେତ ଯୁବ ଭୋଟରମାନେ ଏହି ନିର୍ବାଚନକୁ ନେଇ କ’ଣ ଭାବୁଛନ୍ତି ଏବଂ କେଉଁ ପ୍ରସଙ୍ଗ...
ନୂଆପଡ଼ା ଉପନିର୍ବାଚନ: ‘ସହାନୁଭୂତି’ର ଆୟୁଧରେ ଲଢ଼େଇ
ନୂଆପଡ଼ା, ୩୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡା ଉପନିର୍ବାଚନ ଜିଣିବାକୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। ପ୍ରମୁଖ ଦଳର ପ୍ରାର୍ଥୀ ଓ ହେଭିୱେଟ ନେତାମାନେ ନୂଆପଡାର ପ୍ରତି ପଞ୍ଚାୟତ ଓ ଗାଁ...
ବଢୁଛି ବିଧାୟକଙ୍କ ଲୋକପ୍ରିୟତା: ଭାଜପାରେ ମିଶିଲେ ୫ ବିଜେଡି ସରପଞ୍ଚ
ଭଞ୍ଜନଗର,୨୨ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ବୁଧବାର ବିରୋଧୀ ଦଳର ବହୁ କର୍ମୀଙ୍କ ସମେତ ବିଜେଡି ସମର୍ଥିତ ୫ ଜଣ ସରପଞ୍ଚ ଓ ସମିତିସଭ୍ୟ ଦଳ ଛାଡ଼ି...
ନୂଆପଡ଼ା ଉପନିର୍ବାଚନ: ଭାଜପା ବିରୋଧରେ ବଡ ଅଭିଯୋଗ ଆଣିଲା ବିଜେଡି
ଭୁବନେଶ୍ୱର,୨୧।୧୦: ନୂଆପଡ଼ା ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଏବଂ ଏକ ଶିକ୍ଷାନୁଷ୍ଠାନ...
Archives


