ସମ୍ବଲପୁର,୧୪।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ବିଜୟୀ ହେବା ପରେ ବିଭିନ୍ନ ସ୍ଥାନରେ ସମର୍ଥକ, ଦଳୀୟ କର୍ମୀମାନେ ବିଜୟ ଉତ୍ସବ ମନାଇଥିଲେ। ଝାରସୁଗୁଡ଼ା ଜିଲା ବଡମାଲ ଥାନା ଶ୍ରୀପୁରା ଗ୍ରାମରେ ଶନିବାର ବିଜୟ ଉତ୍ସବ ସମୟରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବିଜେଡି କର୍ମୀମାନେ ଭାଜପାର ଶ୍ରୀପୁରା ପଞ୍ଚାୟତ ସଭାପତି ସୁବ୍ରତ ପ୍ରଧାନଙ୍କୁ ଗଁା ଦାଣ୍ଡରେ ସର୍ବସମ୍ମୁଖରେ ଗୋଡାଇ ଗୋଡାଇ ଛୁରିରେ ଆକ୍ରମଣ କରିଥିଲେ। ଫଳରେ ସୁବ୍ରତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
ସୁବ୍ରତଙ୍କ କହିବା ଅନୁସାରେ, ବିଜେଡି କର୍ମୀମାନେ ବିଜୟ ଉତ୍ସବ ପାଳନ କରିବାରେ କୌଣସି ସମସ୍ୟା ନାହିଁ। ହେଲେ ଆମ ପଡାକୁ ଆସି ଘର ପାଖରେ ବାଣ ଫୁଟାଇବାକୁ ପଡ଼ାବାସୀ ବିରୋଧ କରିଥିଲେ। ଏଥିରେ ସେମାନେ ଉତ୍ତେଜିତ ହୋଇ ମାର୍ପିଟ କରିଥିଲେ। ଗଣ୍ଡଗୋଳ ଖବର ପାଇ ମୁଁ ସେଠାରେ ପହଞ୍ଚିଥିଲି। ପହଞ୍ଚତ୍ବା ମାତ୍ରେ ସେମାନେ ମୋତେ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରୋଶ ରଖି ସଂଘବଦ୍ଧ ଭାବେ ଏଭଳି କାଣ୍ଡ ଭିଆଇଥିଲେ। ଏହାକୁ ନେଇ ଥାନାରେ ଅଭିଯୋଗ କରିଥିବା କହିଥିଲେ। ଅନ୍ୟପଟେ ମାର୍ପିଟ ଓ ଛୁରାମାଡ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଭିଡିଓରେ ଜଣେ ଯୁବକ ହାତରେ ଛୁରି ଧରି ସୁବ୍ରତଙ୍କୁ ଆକ୍ରମଣ କରୁଛନ୍ତି। ଅନେକ ମହିଳା ଓ ଯୁବକ ଉପସ୍ଥିତ ଥିବାବେଳେ କେତେଜଣ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି। ଅନ୍ୟ କେତେଜଣ ସମାଧାନ କରୁଥିବା ଭିଡିଓରେ ରେକର୍ଡ ରହିଛି। ଏ ସମ୍ପର୍କରେ ସଦର ଏସ୍ଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ା ଏହାକୁ ନେଇ ବଡମାଲ ଥାନାରେ ମାମଲା ରୁଜୁ ହୋଇଛି। ବିଜେଡି କର୍ମୀଙ୍କ ପାଲଟା ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଛି ବୋଲି ସେ କହିଥିଲେ। ବଡମାଲ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ କହିଛନ୍ତି, ବିଜୟ ଉତ୍ସବ ସମୟରେ ଗଣ୍ଡାଗୋଳ ହୋଇଥିଲା। ଗ୍ରାମର ଅମିତ ପାଣିଗ୍ରାହୀଙ୍କ ଅଭିଯୋଗ କ୍ରମେ ସୁବ୍ରତ ପ୍ରଧାନ ଓ ଲଳିତ ରୋହିଦାସଙ୍କ ନାମରେ ଥାନାରେ ମାମଲା (ନଂ.୧୪୪/୨୩) ରୁଜୁ ହୋଇଛି। ସେହିପରି ରମାକାନ୍ତ ରୋହିଦାସଙ୍କ ଅଭିଯୋଗ କ୍ରମେ ଭୂବେନ୍ଦ୍ର ତ୍ରିପାଠୀ ଓ ରାଜା ପାଣିଗ୍ରାହୀଙ୍କ ନାମରେ ମାମଲା (ନଂ.୧୪୫/୨୩) ରୁଜୁ ହୋଇଛି ବୋଲି ସେ କହିଛନ୍ତି।
Posted inHome Left, ଆମ ଜିଲା ଖବର, ସମ୍ବଲପୁର View All
ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…
ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…
ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା
ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…
କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ
ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…
ଯୁଦ୍ଧବିରତି ଭିତରେ ହଠାତ୍ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍
ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…
ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍…
ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…
କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍ ପ୍ରଶାସନ
ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…
ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…
ଓ୍ବାଶିଂଟନ୍,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…
RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍କୁ ଅପରିବର୍ତ୍ତିତ…
Archives

