ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ କଲେ ମଧ୍ୟ, ଅଭିନୟ ଦକ୍ଷତା ପାଇଁ ତାଙ୍କୁ ପ୍ରଶଂସା କରାଯାଏ। ଆଜିକାଲି ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଗାନ୍ଧାରୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତାଙ୍କ କ୍ୟାରିଅରରେ ସେ ଅନେକ ମହିଳା-କୈନ୍ଦ୍ରିକ ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମ ‘ଗାନ୍ଧାରୀ’ ଜଣେ ମାଆଙ୍କ ସଂଘର୍ଷ ଉପରେ କେନ୍ଦ୍ରିତ।
ତାପସୀ କୁହନ୍ତି, ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସମସ୍ତେ ନିଜ ଆରାମଦାୟକ କ୍ଷେତ୍ରକୁ ଫେରି ଯାଉଛନ୍ତି ଏବଂ ସେହି ପୁରୁଣା ଫର୍ମୁଲା ଅନୁସରଣ କରୁଛନ୍ତି। କିନ୍ତୁ ମୁଁ ଏହାକୁ ବିଶ୍ୱାସ କରେ ନାହିଁ। ସେଥିପାଇଁ ମୁଁ ଫିଲ୍ମ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କଲି। ମୁଁ ଏମିତି ଫିଲ୍ମ କରିବାକୁ ଚାହଁୁଛି, ଯେଉଁଥିରେ ମୁଁ ନିଜ ଭୂମିକାକୁ ପରଦାରେ ଫୁଟେଇ ପାରୁଥିବି।
‘ଗାନ୍ଧାରୀ’ ଫିଲ୍ମଟି ଦେବାଶିଷ ମାଖିଜାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ କନିକା ଢିଲୋନ ଦ୍ୱାରା ପ୍ରଯୋଜିତ। ତାପସୀ ଜଣେ ଅନ୍ଧ ମାଆ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ କଷ୍ଟକର ସମୟରେ ତାଙ୍କ ପିଲାମାନଙ୍କୁ ଲାଳନପାଳନ କରୁଛନ୍ତି। ଏହି ଫିଲ୍ମଟି ସେପ୍ଟେମ୍ବର ୩, ୨୦୨୬ ରେ ସିନେମା ହଲରେ ମୁକ୍ତିଲାଭ କରିବ।