‘କଫି ୱିଥ କରନ’ ଶୋ’କୁ ନ ଆସିବାର କାରଣ କହିଲେ ତାପସୀ

ମୁମ୍ବାଇ: ବଲିଉଡ ନାୟିକା ତାପସୀ ପନ୍ନୁ ତାଙ୍କ ଅଭିନୀତ ଫିଲ୍ମ ‘ଦୋବାର’ର ରିଲିଜକୁ ନେଇ ପ୍ରସ୍ତୁତ ହୋଇଗଲେଣି । ଏଥିରେ ତାପସୀ ତାଙ୍କ ଦମଦାର ଅନ୍ଦାଜରେ ପୁଣିଥରେ ଦର୍ଶକଙ୍କ ଦିଲ୍ ଜିତିବେ ବୋଲି କୁହାଯାଉଛି । ଏପଟେ ଟେଲିଭିଜନରେ ଆରମ୍ଭ ହୋଇଥିବା ବହୁ ଚର୍ଚ୍ଚିତ ଶୋ’ ‘କଫି ୱିଥ କରନ’ରେ ନିଜ ନିଜ ଫିଲ୍ମର ପ୍ରମୋଶନ ପାଇଁ ଅଧିକାଂଶ ସେଲିବ୍ରିଟି ଏବେ ଏହି ଶୋ’କୁ ଆସୁଛନ୍ତି । ‘କଫି ୱିଥ କରନ ସିଜନ ୭’ରେ କିନ୍ତୁ ତପସୀ ପନ୍ନୁ ତାଙ୍କ ଫିଲ୍ମ ପ୍ରମୋଶନ କରି ନାହାନ୍ତି । ତେବେ ଏହା ପଛର କାରଣ କ’ଣ ସେ ନେଇ ନିଜେ ଅଭିନେତ୍ରୀ ମୁହଁ ଖୋଲିଛନ୍ତି । ଏହାରି ଭିତରେ କିନ୍ତୁ ତାପସୀଙ୍କୁ ଶୋ’ ପାଇଁ ନିମନ୍ତ୍ରଣ ମିଳି ନ ଥିବା ଜଣାପଡିଛି । କରନ ଜୋହରଙ୍କ ଶୋ’ କଫି ୱିଥ କରନ ଏବେ ଖୁବ୍ ପପୁଲାର ହୋଇଛି । କରନଙ୍କ ଏହି ଶୋ’ରେ ଏଥର ସାଉଥ୍ ଷ୍ଟାରଙ୍କୁ ବି ଦେଖିବାକୁ ମିଳିଲାଣି । ନିକଟରେ ଏହି ଶୋ’ରେ ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ସହ ସାଉଥ୍ ଆକ୍ଟ୍ରେସ୍ ସାମନ୍ଥା ପ୍ରଭୁ ପହଞ୍ଚିଥିଲେ । ଏହା ବ୍ୟତୀତ ସାଉଥ୍ ଷ୍ଟାର ବିଜୟ ଦେବରକୋଣ୍ଡା ବି ତାଙ୍କ ବଲିଉଡ ଡେବ୍ୟୁ ମୁଭି ‘ଲାଇଗର’ର ପ୍ରମୋଶନ ପାଇଁ ପହଞ୍ଚିଥିଲେ ।
ହେଲେ ତାପସୀ ତାଙ୍କ ଫିଲ୍ମର ପ୍ରମୋଶନ ପାଇଁ କଫି ୱିଥ କରନ ଶୋ’କୁ ଯାଇ ନ ଥିବାର କାରଣ ପଚାରିବାକୁ ସେ ଉତ୍ତର ଦେଇଥିଲେ , ମୋ ସେକ୍ସ ଲାଇଫ୍ ଏତେ ରୋଚକ ନୁହେଁ ଯେ ମୋତେ କରନ ଜୋହରଙ୍କ ଶୋ’କୁ ନିମନ୍ତ୍ରଣ କରାଯିବ । ଏମିତି ଜବାବ ଦେଇ ସେ ଏବେ ଅନେକ ୟୁଜର୍ସଙ୍କ ଦିଲ୍ ଜିତି ଯାଇଛନ୍ତି । ଏବେ ସୋସିଆଲ ମିଡିଆରେ ତାପସୀଙ୍କ ଏହି ବୟାନ ଭାଇରାଲ ହେଉଛି । ୟୁଜର୍ସ କହୁଛନ୍ତି ତାପସୀ ସମ୍ପୂର୍ଣ୍ଣ ଭାବେ ସଠିକ୍ କଥା କହିଛନ୍ତି । ଦର୍ଶକଙ୍କ ଅଭିଯୋଗ ହେଲା ଏବେ କଫି ୱିଥ କରନ ଶୋ’ରେ ଅଧିକ ସେକ୍ସ ସମ୍ପର୍କରେ କଥା ହେଉଛି । ଯେମିତି ନିକଟରେ ଏହି ଶୋ’କୁ ଆସିଥିବା ଅଭିନେତ୍ରୀ କରିନା କପୁର ଖାଁଙ୍କୁ ତାଙ୍କ ପିଲା ହେବା ପରେ ସେକ୍ସ ଲାଇଫ୍ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ସେମିତି ଆଲିଆ ଭଟ୍ଟଙ୍କୁ ତାଙ୍କ ସୁହାଗରାତ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ବିଜୟ ଦେବରକୋଣ୍ଡାଙ୍କୁ ବି ତାଙ୍କ ସେକ୍ସ ଲାଇଫ ବିଷୟରେ ପ୍ରଶ୍ନ କରାଯାଇଥିଲା ଇତ୍ୟାଦି ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri