Posted inଖେଳ

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ମିଚେଲ ଷ୍ଟାର୍କ ଟି୨୦ରୁ ଅବସର ନେବା ପରେ ୨୦୨୧ ଟୁର୍ନାମେଣ୍ଟ ବିଜେତା ତାଙ୍କ ସ୍ଥାନରେ ଜଣେ ବାମହାତୀ ପେସ୍‌ ବୋଲର ନ ନେବା ଲାଗି ସ୍ଥିର କରିଥିଲା। ଅଷ୍ଟ୍ରେଲିଆର ଗତ ୧୨ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଖେଳି ନ ଥିବା କୁପର କନୋଲିଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଦଳରେ ସ୍ଥାନ ଦିଆଯାଇଛି। ଆଇସିସିର ଗତ ୬ଟି ଟି୨୦ ଇଭେଣ୍ଟ ମଧ୍ୟରୁ ଷ୍ଟାର୍ନ ମାତ୍ର ଗୋଟିଏରେ ଖେଳି ନ ଥିଲେ। ଗତ ବର୍ଷ ସେ ଏହି ଫର୍ମାଟରେ ଅନ୍ତର୍ଜାତୀସ୍ତରରୁ ଅବସର ନେଇଥିଲେ।

ଅଷ୍ଟ୍ରେଲିଆ ଫେବୃଆରୀ ୧୧ରେ କଲମ୍ୱୋଠାରେ ଆୟର୍ଲାଣ୍ଡକୁ ଭେଟି ଟୁର୍ନାମେଣ୍ଟରେ ଏହାର ଅଭିଯାନ ଆରମ୍ଭ କରିବ। ପରେ ଦଳ କାଣ୍ଡିଠାରେ ଫେବୃଆରୀ ୧୩ରେ ଜିମ୍ୱାଓ୍ୱେ ଏବଂ ଫେବୃଆରୀ ୧୬ରେ ଶ୍ରୀଲଙ୍କା ଏବଂ ଫେବୃଆରୀ ୨୦ରେ ଓଭାନ ସହ ମୁକାବିଲା କରିବ।

ଚଳିତ ମାସ ପରବର୍ତ୍ତୀ ଭାଗରେ ପ୍ୟାଟ କୁମିନ୍ସଙ୍କ ପିଠିରେ ସ୍କାନ କରାଯିବା ପରେ ସେ ଟୁର୍ନାମେଣ୍ଟ ଖେଳିବେ କି ନା ତାହା ସ୍ଥିର କରାଯିବ। ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀରୁ ମୁକ୍ତି ପାଇବା ପରେ ଜୋଶ ହାଜେଲଉଡ୍‌ ଓ ଟିମ୍‌ ଡେଭିଡ୍‌ ଦଳକୁ ଫେରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ନିୟମାନୁସାରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦଳରେ ପରିବର୍ତ୍ତନ ପାଇଁ ଅନୁମତି ରହିଛି। ଚଳିତମାସ ପରବର୍ତ୍ତୀ ଭାଗରେ ପାକିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ ଅଷ୍ଟ୍ରେଲିଆ।

ଅଷ୍ଟ୍ରେଲିଆର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବ। ମାତ୍ର ଦଳ ଯଦି ଯୋଗ୍ୟତା ଅର୍ଜନ କରେ ତେବେ କେତୋଟି ସୁପର-୮ ମ୍ୟାଚ ଖେଳିବା ଲାଗି ଭାରତ ଗସ୍ତ କରିବ।

ଅଷ୍ଟ୍ରେଲିଆ ଦଳ: ମିଚେଲ ମାର୍ଶ (ଅଧିନାୟକ), ଜାଭିଅର ବାର୍ଟଲେଟ୍‌, କୁପର କନୋଲି, ପ୍ୟାଟ କୁମିନ୍ସ, ଟିମ୍‌ ଡେଭିଡ, କାମେରନ ଗ୍ରୀନ୍‌, ନାଥାନ ଏଲିସ, ଜୋଶ ହାଜେଲଉଡ୍‌, ଟ୍ରାଭିସ୍‌ ହେଡ୍‌, ଜୋଶ ଇଂଲିଶ, ମାଥ୍ୟୁ କୁହ୍ନେମାନ, ଗ୍ଲେନ ମାକ୍ସଓ୍ୱେଲ, ମାଥ୍ୟୁ ଶର୍ଟ, ମାର୍କସ ଷ୍ଟୋଇନିସ ଓ ଆଡାମ ଜାମ୍ପା।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri