Posted inଖେଳ

ଟି-୨୦ ବିଶ୍ୱକପ୍‌ରେ କେବେ ମଇଦାନକୁ ଓହ୍ଲାଇବେ ବିରାଟ ବ୍ରିଗେଡ୍‌; କେଉଁ ଟିମ୍‌ ସହ ଲଢ଼ିବେ; ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ୨୩ ଅକ୍ଟୋବରରୁ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର ୧୭ରୁ ଯୋଗ୍ୟତା ମ୍ୟାଚ୍‌ ଆରମ୍ଭ ହେବ। ଟୁର୍ନାମେଣ୍ଟରେ ୧୨ ଟିମ୍‌ ଭାଗ ନେଉଛନ୍ତି। ସେମାନଙ୍କୁ ଦୁଇ ଭିନ୍ନ ଭିନ୍ନ ଗ୍ରୁପ୍‌ରେ ବଣ୍ଟାଯାଇଛି। ଆଇସିସିର ଟି-୨୦ ର଼୍ୟାଙ୍କିଂର ଶ୍ରେଷ୍ଠ ୮ ଟିମ୍‌ ଛଡ଼ା କ୍ୱାଲିଫାୟାର ରାଉଣ୍ଡରୁ ୪ ଟିମ୍‌ଙ୍କ ଚୟନ କରାଯିବ।

ସୁପର୍‌ ୧୨ରେ ସ୍ଥାନ ପାଇବା ପାଇଁ ପ୍ରଥମ ରାଉଣ୍ଡରେ ୮ ଟିମ୍‌ ଯୋଗ୍ୟତା ମ୍ୟାଚ୍‌ ଖେଳିବେ। ଏହି ଟିମ୍‌କୁ ଗ୍ରୁପ୍‌ ଏ ଏବଂ ଗ୍ରୁପ୍‌ ବିରେ ବିଭକ୍ତ କରାଯାଇଛି। ଉଭୟ ଟିମ୍‌ର ଶ୍ରେଷ୍ଠ ୨ ଟିମ୍‌ ସୁପର ୧୨ରେ ସ୍ଥାନ ପାଇବେ। ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ନାମିଭିଆ, ଶ୍ରୀଲଙ୍କା ସହ ଗ୍ରୁପ୍‌ ଏରେ ଥିବା ବେଳେ ଓମାନ୍‌, ପିଏନ୍‌ଜି, ସ୍କଟ୍‌ଲ୍ୟାଣ୍ଡ ଏବଂ ବାଂଲାଦେଶ ଗ୍ରୁପ୍‌ ବିରେ ଅଛନ୍ତି।

ଏହାଛଡ଼ା ଲିଗ୍‌ ଷ୍ଟେଜ୍‌ ପାଇଁ ଗ୍ରୁପ୍‌ ଏରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ୍‌, ଏ୧(ଗ୍ରୁପ୍‌ ଏର ଟପ୍‌ ଟିମ୍‌) ଏବଂ ବି୨(ଗ୍ରୁପ୍‌ ବିର ଦ୍ୱିତୀୟ ନମ୍ବର ଟିମ୍‌) ହେବ। ସେହିଭଳି ଗ୍ରୁପ୍‌ ୨ରେ ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ଏ୨(ଗ୍ରୁପ୍‌ ଏର ଦ୍ୱିତୀୟ ନମ୍ବର ଟିମ୍‌) ଏବଂ ବି୧(ଗ୍ରୁପ୍‌ ବିର ଟପ୍‌ ଟିମ୍‌) ହେବ।

କେବେ-କେଉଁ ଟିମ୍‌ ସହ ରହିଛି ଭାରତର ମ୍ୟାଚ୍‌:
-ଅକ୍ଟୋବର ୨୪- ଭାରତ ବନାମ ପାକିସ୍ତାନ(ସନ୍ଧ୍ୟା ୭.୩୦ ମିନିଟ୍‌, ଦୁବାଇ)
-ଅକ୍ଟୋବର ୩୧- ଭାରତ ବନାମ ନ୍ୟୁଜିଲାଣ୍ଡ(ସନ୍ଧ୍ୟା ୭.୩୦ ମିନିଟ୍‌, ଦୁବାଇ)
– ନଭେମ୍ବର ୩- ଭାରତ ବନାମ ଆଫଗାନିସ୍ତାନ( (ସନ୍ଧ୍ୟା ୭.୩୦ ମିନିଟ୍‌, ଆବୁଧାବୀ)
-ନଭେମ୍ବର ୫- ଭାରତ ବନାମ ବି୧(ସନ୍ଧ୍ୟା ୭.୩୦ ମିନିଟ୍‌, ଦୁବାଇ)
-ନଭେମ୍ବର ୮-ଭାରତ ବନାମ ଏ୨(ସନ୍ଧ୍ୟା ୭.୩୦ ମିନିଟ୍‌, ଦୁବାଇ)

ନଭେମ୍ବର ୧୦ ଓ ୧୧ରେ ଉଭୟ ସେମିଫାଇନାଲ ମୁକାବିଲା ଖେଳାଯିବ। ସେହିଭଳି ନଭେମ୍ବର ୧୪ରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri