Posted inଖେଳ

ଆଜିଠୁ ଟି୨୦ ବିଶ୍ୱକପ୍‌: ସାମ୍ନାସାମ୍ନି ହେବେ…

ମୁମ୍ବାଇ, ୭।୨: ଆଇସିସି ପୁରୁଷ ଟି୨୦ କ୍ରିକେଟ ବିଶ୍ୱକପ୍‌ର ୧୦ମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ପ୍ରତିଯୋଗିତାରେ ଗତଥରର ଚାମ୍ପିୟନ ଭାରତ ନିଜର ପ୍ରଥମ ମ୍ୟାଚରେ ଆମେରିକାକୁ ଭେଟିବ। ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଥିବା ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ରହିଛି। ଗ୍ରୁପ୍‌ ‘ଏ’ରେ ଭାରତ ଓ ଆମେରିକା ବ୍ୟତୀତ ନାମ୍ବିୟା, ନେଦରଲାଣ୍ଡ୍ସ ଓ ପାକିସ୍ତାନ ସ୍ଥାନ ପାଇଛି।
୨୦୨୪ରେ ଭାରତ ଚାମ୍ପିୟନ ହେବାବେଳେ ତାରକା ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଦଳର ସଦସ୍ୟ ଥିଲେ। ଏଥର ଯଦିଓ ଏହି ଦୁଇ ଖେଳାଳି ନାହାନ୍ତି ତେବେ ପ୍ରମୁଖ ଟାଇଟଲ ଦାବିଦାର ରହିଛି ଟିମ୍‌ ଇଣ୍ଡିଆ। ୨୦୨୪ ପରଠାରୁ ଭାରତ ଓଭରଅଲ୍‌ ୯ଟି ସିରିଜ ଜିତିଥିବାବେଳେ ଗତବର୍ଷ ଏସିଆ କପ୍‌ ଚାମ୍ପିୟନ ହୋଇଛି। ୨୦୨୫ରେ ଖରାପ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଏବେ ନିଜ ଦକ୍ଷତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ବିସ୍ଫୋରକ ବ୍ୟାଟିଂ ମାଧ୍ୟମରେ ଇଶାନ କିଶନ ଭାରତୀୟ ଦଳକୁ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ଓପନର ସ୍ଥାନ ଦଖଲ କରିଛନ୍ତି। ଇଶାନଙ୍କ ଓପନିଂ ପାର୍ଟନର ହେବେ ଅନ୍ୟତମ ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା। ସୂର୍ଯ୍ୟକୁମାର ଫର୍ମକୁ ଫେରିବା ସହ ମିଡିଲ ଅର୍ଡରରେ ତିଲକ ବର୍ମା ଅଲ୍‌ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଉପ ଅଧିନାୟକ ଅକ୍ଷର ପଟେଲ ଓ ଶିବମ ଦୁବେଙ୍କୁ ନେଇ ଗଠିତ ଭାରତର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଶକ୍ତିଶାଳୀ। ଫିନିଶର ଭୂମିକା ତୁଲାଇବାକୁ ପ୍ରସ୍ତୁତ ଥିବା ଅନ୍ୟତମ ଧୂଆଁଧାର ବ୍ୟାଟର ହେଲେ ରିଙ୍କୁ ସିଂ।
ଯଶପ୍ରୀତ୍‌ ବୁମ୍‌ରା ଭାରତୀୟ ବୋଲିଂ ବିଭାଗର ନେତୃତ୍ୱ ନେବେ। ଇଞ୍ଜୁରି ମ୍ୟାନେଜମେଣ୍ଟକୁ ଦୃଷ୍ଟିରେ ରଖି ତାଙ୍କ ଯନତ୍ ନିଆଯାଉଛି। ଅର୍ଶଦୀପ ସିଂ ତାଙ୍କ ସହ ନୂଆବଲ ପାର୍ଟନର ହେବା ଆଶା କରାଯାଉଛି। ଆହତ ସମସ୍ୟା ଦୃଷ୍ଟିରୁ ଅନ୍ୟତମ ଦ୍ରୁତ ବୋଲର ହର୍ଷିତ ରାଣା ଖେଳିବେ ନାହିଁ ବୋଲି ସୂଚନା ମିଳିଛି। ଦଳରେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ରୂପରେ ବିଶ୍ୱର ଦୁଇ ଶ୍ରେଷ୍ଠ ସ୍ପିନର ଅଛନ୍ତି। ତେବେ ପିଚ୍‌ କଣ୍ଡିଶନକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ଏକାଦଶରେ କିଏ ସ୍ଥାନ ପାଇବେ କିମ୍ବା ଦୁଇଜଣ ଖେଳିବେ ତାହା ନିର୍ଭର କରିବ। ଦଳରେ ଶୁବମନ ଗିଲ୍‌ କିମ୍ବା ଯଶସ୍ବୀ ଜୟସ୍ବାଲ ନ ଥିବାରୁ ସଞ୍ଜୁ ସାମସନଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିପାରେ।
ଆଗାମୀ ମ୍ୟାଚରେ ୟୁଏସ ଜର୍ସି ପରିହିତ କେତେକ ପରିଚିତ ଖେଳାଳିଙ୍କୁ ସମ୍ମୁଖୀନ ହେବେ ସୂର୍ଯ୍ୟକୁମାର। ଏକଦା ସୂର୍ଯ୍ୟକୁମାର ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଶୁଭମ୍‌ ରଞ୍ଜନେ, ହରମିତ ସିଂ ଓ ସୌରମ ନେତ୍ରାଭଲକରଙ୍କ ସହ ଡ୍ରେସିଂରୁମ୍‌ ଶେୟାର କରିଥିଲେ। ପଡ଼ିଆ ଓ ପିଚ୍‌ ସମ୍ପର୍କରେ ଅଭିଜ୍ଞତା ଥିବାରୁ ଏହି ତିନି ଭ୍ରମଣକାରୀ ‘ମୁମ୍ବାଇକର’ଙ୍କୁ ଆମେରିକା ଚୂଡ଼ାନ୍ତ ଦଳରେ ସ୍ଥାନ ମିଳିପାରେ। ଆମେରିକା ବିପକ୍ଷ ମ୍ୟାଚକୁ ଭାରତ ହାଲ୍‌କାଭାବେ ନେଇ ପାରିବନି। କାରଣ ଏହି ଦଳ ଗତବର୍ଷ ଖେଳିଥିବା ୯ ମ୍ୟାଚରୁ ୮ଟି ବିଜୟ ସହ ବିଶ୍ୱକପ ଖେଳିବାକୁ ଆସିଛି। ଶ୍ରୀଲଙ୍କାରେ ଏହି ଦଳ ୩ ସପ୍ତାହଧରି କ୍ୟାମ୍ପ ମଧ୍ୟ କରିଛି। ଅଧିନାୟକ ମୋନାଙ୍କ ପଟେଲ ଦଳର ମୁଖ୍ୟ ବ୍ୟାଟର ହୋଇଥିବାବେଳେ ସାଇତେଜା ମୁକ୍କାମାଲ୍ଲା ଓ ମିଲିନ୍ଦ କୁମାର ତାଙ୍କୁ ସହଯୋଗ କରିବେ। ନେତ୍ରାଭଲକର, ହରମିତ ଓ ରଞ୍ଜନେ ବୋଲିଂ ବିଭାଗର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଓ୍ବାଙ୍ଖ୍‌ଡେ ଷ୍ଟାଡିୟମ ଶର୍ଟ ବାଉଣ୍ଡରି ବିଶିଷ୍ଟ ହୋଇଥିବାରୁ ଭାରତକୁ ହରାଇ ବିପର୍ଯ୍ୟୟ ସୃଷ୍ଟି ଲକ୍ଷ୍ୟରେ ରହିବ ଆମେରିକା।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଶନ, ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ରିଙ୍କୁ ସିଂ, ଅକ୍ଷର ପଟେଲ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଯଶ୍ରପୀତ୍‌ ବୁମ୍‌ରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ।
ଆମେରିକା ଦଳ: ମୋନାଙ୍କ ପଟେଲ (ଅଧିନାୟକ), ଆନ୍ଦ୍ରେସ ଗୋଉସ, ସାଇତେଜା ମୁକ୍କାମାଲ୍ଲା, ଶାୟନ ଜାହାଙ୍ଗୀର, ହରମିତ ସିଂ, ଶୋହାନ ଜୟସୂରିୟା, ସଞ୍ଜୟ କ୍ରିଷ୍ଣାମୂର୍ତ୍ତୀ, ମିଲିନ୍ଦ କୁମାର, ମହମ୍ମଦ ମୋହସିନ, ଶୁଭମ ରଞ୍ଜନେ, ଶେଡଲେ ଭାନ୍‌ ଶାଲକଓ୍ବିକ, ଅଲି ଖାଁ, ଯଶଦୀପ ସିଂ, ନୋସ୍ଥୁଶ କେଞ୍ଜିଗେ, ସୌରମ ନେତ୍ରାଭଲକର।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବା ପରେ…

ଭୁବନେଶ୍ୱର,୨୮ା୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନୂଆଦିଲ୍ଲୀରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଯୋଗଦେବେ ବୋଲି ଜଣେ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri