Posted inଖେଳ

ଟି୨୦ ବିଶ୍ୱକପ୍‌: ଆଜି ମହାମୁକାବିଲା

ବ୍ରିଜଟାଉନ୍‌ (ବାର୍ବାଡୋସ), ୨୯।୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ୨୦୧୩ ପରଠାରୁ ଭାରତ ଆଉ କେବେହେଲେ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ। ତେଣୁ ଦୀର୍ଘ ବର୍ଷ ଧରି ଟାଇଟଲ ଶୂନ୍ୟତାକୁ ପୂରଣ କରିବାକୁ ଭାରତ ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଫାଇନାଲରେ ଅବତୀର୍ଣ୍ଣ ହୋଇଛି ଦକ୍ଷିଣ ଆଫ୍ରିକା। ଆଗାମୀ ମ୍ୟାଚ ସହ ଉଭୟ ଦଳର ଭାବାବେଗ ଜଡ଼ିତ ରହିଥିବାରୁ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।
ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଚଳିତ ଟୁର୍ନାମେଣ୍ଟରେ ଅପରାଜେୟ ରହିଛନ୍ତି। ଗତବର୍ଷ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ପରି ଭାରତର ଟି୨୦ ବିଶ୍ୱକପ୍‌ ଅଭିଯାନ ସମାନ ରହିଛି। ଅର୍ଥାତ୍‌ କୌଣସି ମ୍ୟାଚ ନ ହାରି ଭାରତ ଫାଇନାଲ ଖେଳିବାକୁ ଯାଉଛି। ଗତବର୍ଷ ମହାମୁକାବିଲାରେ ଗୋଟିଏ ପରାଜୟ ଦଳକୁ ମର୍ମାହତ କରିଥିଲା। ଅର୍ଥାତ୍‌ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ଦ୍ୱାରା ଟିମ୍‌ ଇଣ୍ଡିଆର ଟାଇଟଲ ଶୂନ୍ୟତା ପୂରଣ ହୋଇପାରି ନ ଥିଲା। ଏଥର ସମ୍ମୁଖରେ ଅଷ୍ଟ୍ରେଲିଆ ନ ଥିବାରୁ ଭାରତୀୟ ଦଳର ବିଜୟ ଆଶା ବଢ଼ିଛି। ଦକ୍ଷିଣ ଆଫ୍ରିକା ଥରେ ମାତ୍ର ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇଛି। ୧୯୯୮ରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି (ସେତେବେଳେ ଆଇସିସି ନକ୍‌-ଆଉଟ ଟ୍ରଫି ନାମରେ ପରିଚିତ ଥିଲା)ରେ ଚାମ୍ପିୟନ ହୋଇଥିଲା ଏହି ଦଳ। ତେଣୁ ଦୀର୍ଘ ବର୍ଷର ବ୍ୟବଧାନ ପରେ ଦଳ ପାଇଁ ପୁଣି ସୁଯୋଗ ଆସିଛି।
ଗାଏନାରେ ଇଂଲଣ୍ଡକୁ ହରାଇବା ପରେ ରୋହିତ ଶର୍ମାଙ୍କ ଦଳ ଆଗାମୀ ମ୍ୟାଚ ପାଇଁ ଫେଭରାଇଟ ବିବେଚିତ ହେଉଛି। କାରିବିୟନ ପରିବେଶ ସହିତ ଭାରତୀୟ ଖେଳାଳିମାନେ ନିଜକୁ ଖାପ ମଧ୍ୟ ଖୁଆଇ ନେଇଛନ୍ତି। ୨୦୨୩ ନଭେମ୍ବର ୧୯ରେ ଦିନିକିଆ କ୍ରିକେଟ ବିଶ୍ୱକପର ଫାଇନାଲରେ ଅହମଦାବାଦ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷେରୁ ଊର୍ଦ୍ଧ୍ୱ ଦର୍ଶକଙ୍କୁ ଚୁପ୍‌ କରାଇ ଦେଇଥିଲା ପ୍ୟାଟ୍‌ କୁମିନ୍ସଙ୍କ ଅଷ୍ଟ୍ରେଲିଆ ଦଳ। ମାତ୍ର ଏଥର ସେପରି ହେବନି ବୋଲି ଆଶା ରଖିଛନ୍ତି ଭାରତୀୟ ପ୍ରଶଂସକ। ଏଥର ଭାରତ ବିଶ୍ୱକପ ଚାମ୍ପିୟନ ହେଲେ ତାହା ହେବ କୋଚ୍‌ ରାହୁଲ ଡ୍ରାଭିଡଙ୍କ ପାଇଁ ଉପଯୁକ୍ତ ବିଦାୟୀ ଭେଟି। କାରଣ ବିଶ୍ୱକପ ପରେ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି। ୨୦୦୭ ଦିନିକିଆ ବିଶ୍ୱକପରେ ଡ୍ରାଭିଡଙ୍କ ନେତୃତ୍ୱରେ ଖେଳିଥିବା ଭାରତୀୟ ଦଳ ଏହି କାରିବିୟନ ମାଟିରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଏଥର କୋଚ୍‌ ଭାବେ ସେହି ମାଟିରେ ଚାମ୍ପିୟନ ହେବା ମଧ୍ୟ ହେବ ଡ୍ରାଭିଡଙ୍କ ପାଇଁ ବଡ଼ ଉପଲବ୍ଧି।
ଦୀର୍ଘ ୧୦ ବର୍ଷ ବ୍ୟବଧାନରେ ଭାରତ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛି। ଶେଷଥର ପାଇଁ ଭାରତୀୟ ଦଳ ୨୦୧୪ ବିଶ୍ୱକପ ଫାଇନାଲ ଖେଳି ଶ୍ରୀଲଙ୍କାଠାରୁ ପରାଜିତ ହୋଇଥିଲା। ଏଥର ପିଚ୍‌ ଓ ପରିବେଶକୁ ଦୃଷ୍ଟିରେ ରଖି ଟିମ୍‌ ମ୍ୟାନେଜମେଣ୍ଟ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ନ୍ୟୁୟର୍କ ପିଚ୍‌ରେ ଭାରତ ୩ ପେସ୍‌ ବୋଲରଙ୍କୁ ନେଇ ଖେଳିଥିଲା। ମାତ୍ର କାରିବିୟନ ମାଟିରେ ପିଚ୍‌ ସ୍ପିନ୍‌ ଫ୍ରେଣ୍ଡଲୀ ଥିବାରୁ କୁଲଦୀପ ଯାଦବଙ୍କୁ ରଣନୀତିରେ ସାମିଲ କରାଯାଇଛି। ଭାରତ ଏହାର ଓ୍ବିନିଂ କମ୍ବିନେଶନରେ ପରିବର୍ତ୍ତନ କରିବା ସମ୍ଭାବନା କମ୍‌। ତେବେ ଏହାର ଦୁଇ ମୁଖ୍ୟ ଖେଳାଳି ଆଗାମୀ ମୁକାବିଲାରେ ମ୍ୟାଚ ବିଜୟୀ ଇନିଂସ ଖେଳିବା ଆବଶ୍ୟକ ହେଉଛି। ସୁପରଷ୍ଟାର ବିରାଟ କୋହଲି ତାଙ୍କର ଆଇପିଏଲ୍‌ ପ୍ରଦର୍ଶନକୁ ଏଠାରେ ଦୋହରାଇ ପାରିନାହାନ୍ତି। ଫଳରେ ସେ ବୋଲରଙ୍କ ବିପକ୍ଷରେ ଆଧିପତ୍ୟ ବିସ୍ତାର କରିପାରି ନାହାନ୍ତି। କୋହଲିଙ୍କ ପାଇଁ ଏହା ଶେଷ ଟି୨୦ ବିଶ୍ୱକପ ବୋଲି ବିବେଚନା କରାଯାଉଛି। ତାଙ୍କ ପ୍ରତି ସମର୍ଥନ ଜାହିର କରିଛନ୍ତି ଅଧିନାୟକ ରୋହିତ ଶର୍ମା। ”କୋହଲି ଫାଇନାଲ ପାଇଁ ଶକ୍ତି ସଞ୍ଚୟ କରି ରଖିଛନ୍ତି“ ବୋଲି ସେ ପ୍ରକାଶ କରିଛନ୍ତି। ଶିବମ୍‌ ଦୁବେ ମଧ୍ୟ ଚଳିତ ଟୁର୍ନାମେଣ୍ଟରେ ଫେଲ୍‌ ମାରିଛନ୍ତି। ସ୍ପିନରଙ୍କୁ ଖେଳିବାରେ ସିଦ୍ଧହସ୍ତ ବିବେଚିତ ହେଉଥିବା ଦୁବେ ଆଗାମୀ ମ୍ୟାଚରେ କେଶବ ମହାରାଜ ଓ ଟାବ୍ରାଇଜ୍‌ ଶାମ୍‌ସିଙ୍କ ବିପକ୍ଷରେ ଆଧିପତ୍ୟ ଜାହିର କରିବେ ବୋଲି ଆଶା ରହିଛି।
ଭାରତ ତୁଳନାରେ ଦକ୍ଷିଣ ଆଫ୍ରିକା ଫାଇନାଲ ପୂର୍ବରୁ ଅଧିକ ବିଶ୍ରାମ ପାଇଛି। ତେଣୁ ଦଳ ଶୁକ୍ରବାର ଅଭ୍ୟାସ କରିଛି। ଏହା ପୂର୍ବରୁ ଦଳର କେବେହେଲେ ବିଶ୍ୱକପ ଫାଇନାଲ ଖେଳିବାର ଅଭିଜ୍ଞତା ନାହିଁ। ତେବେ ତ୍ରିନିଦାଦରେ ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ପରେ ଖେଳାଳିଙ୍କର ଟ୍ରଫି ଜିତିବା ଆଶା ବଢ଼ିଯାଇଛି। କ୍ୱିଣ୍ଟନ ଡିକକ୍‌, ରିଜା ହେଣ୍ଡ୍ରିକ୍ସ, ଅଧିନାୟକ ଏଡେନ ମାରକ୍ରମ ଓ ହେନରିଚ୍‌ କ୍ଲାସେନଙ୍କ ବ୍ୟାଟିଂ ଉପରେ ଦଳ ଅନେକ ନିର୍ଭର କରିବ। ଏହାର ପେସ୍‌ ଆକ୍ରମଣ ବେଶ୍‌ ଶାଣିତ। ମାତ୍ର ସ୍ପିନରମାନେ କିପରି ପ୍ରଭାବୀ ରହୁଛନ୍ତି ତାହା ଦେଖିବାକୁ ବାକି ରହିଛି। ଶନିବାର ବର୍ଷା ହେବାର ବହୁତ ସମ୍ଭାବନା ରହିଛି। ମାତ୍ର ଫାଇନାଲ ପାଇଁ ଗୋଟିଏ ରିଜର୍ଭ ଦିବସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍‌ ପ୍ରଣାଳୀ ଖୋଲ, ନ ହେଲେ ଧ୍ୱଂସ କରିଦେବୁ: ଇରାନ୍‌କୁ ଟ୍ରମ୍ପଙ୍କ ଖୋଲା ଚେତାବନୀ

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri