Posted inଖେଳ

T୨୦ ବିଶ୍ୱକପ୍‌ ଜିତିବାକୁ ହେଲେ ଅଭିଷେକ-ବରୁଣଙ୍କୁ ବାହାର କର…ଦଳ ପାଇଁ ବୋଝ ପାଲଟିଲେଣି ବିଶ୍ୱର ନଂ-୧ ଖେଳାଳି 

ନୂଆଦିଲ୍ଲୀ,୬।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିବା ବେଳେ ଟିମ ମ୍ୟାନେଜମେଣ୍ଟ ପାଇଁ କିଛି ଗମ୍ଭୀର ସମସ୍ୟା ମଧ୍ୟ ସାମ୍ନାକୁ ଆସିଛି। ବିଶ୍ୱର ନମ୍ବର-୧ ଟି-୨୦ ବ୍ୟାଟର ଅଭିଷେକ ଶର୍ମା ଏବଂ ନମ୍ବର-୧ ବୋଲର ବରୁଣ ଚକ୍ରବର୍ତ୍ତୀଙ୍କ ଖରାପ ପ୍ରଦର୍ଶନ ଏବେ ଚିନ୍ତାର ବିଷୟ ପାଲଟିଛି। ଫଳରେ ଫାଇନାଲ ପୂର୍ବରୁ ପ୍ଲେଇଂ-୧୧ରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି।
ICC Rankingରେ ଶୀର୍ଷରେ ଥାଇ ମଧ୍ୟ ଅଭିଷେକ ଶର୍ମା ଏହି ଟୁର୍ନାମେଣ୍ଟରେ ନିଜ ନାମ ଅନୁସାରେ ପ୍ରଦର୍ଶନ କରିପାରି ନାହାନ୍ତି। ୭ଟି ମ୍ୟାଚରେ ସେ ମାତ୍ର ୮୯ ରନ କରିଛନ୍ତି। ତାଙ୍କ ବ୍ୟାଟରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ଆସିଥିବା ବେଳେ ବାକି ମ୍ୟାଚଗୁଡ଼ିକରେ ସେ ଶୀଘ୍ର ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ସ୍କ୍ବାର୍ଡରେ ରିଙ୍କୁ ସିଂଙ୍କ ଭଳି ଶକ୍ତିଶାଳୀ ଫିନିସର ଥିବା ଯୋଗୁ ଫାଇନାଲ ଭଳି ବଡ଼ ମ୍ୟାଚରେ ଅଭିଷେକଙ୍କ ସ୍ଥାନରେ କୌଣସି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି।
ଅପରପକ୍ଷେ ବୋଲିଂ ବିଭାଗରେ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସଂଘର୍ଷ କରୁଥିବା ନଜର ଆସିଛନ୍ତି। ଯଦିଓ ସେ ୮ଟି ମ୍ୟାଚରୁ ୧୩ ଉଇକେଟ ନେଇଛନ୍ତି, କିନ୍ତୁ ତାଙ୍କର ଇକୋନୋମି ରେଟ (୮.୮୫) ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମିଫାଇନାଲରେ ସେ ୪ ଓଭରରେ ୬୪ ରନ ବ୍ୟୟ କରିଛନ୍ତି, ଯାହା ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ପ୍ରଦର୍ଶନ।
ଅହମ୍ମଦାବାଦର ପିଚ ସ୍ପିନରଙ୍କ ପାଇଁ ସହାୟକ ହେଉଥିବାରୁ, ଅଭିଜ୍ଞ କୁଲଦୀପ ଯାଦବଙ୍କୁ ଫାଇନାଲରେ ସୁଯୋଗ ଦେବା ପାଇଁ ଦାବି ହେଉଛି।
ଭାରତୀୟ ଟିମ ମ୍ୟାନେଜମେଣ୍ଟ ପାଇଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ସେମାନେ ନିଜର ନମ୍ବର-୧ ଖେଳାଳିଙ୍କ ଉପରେ ଭରସା ରଖିବେ ନା ଟ୍ରଫି ଜିତିବା ପାଇଁ କଠୋର ନିଷ୍ପତ୍ତି ନେଇ ପ୍ଲେଇଙ୍ଗ-୧୧ରେ ବଡ଼ ପରିବର୍ତ୍ତନ କରିବେ?
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri