୬ ବର୍ଷ ହେଲା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା

ଯାଜପୁର ଅଫିସ,୧୧ା୨: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଉପରେ ହୋଇଥିବା ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ପ୍ରକାଶ ପାଇଛି। ଯାଜପୁର ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ସଲାଉଦ୍ଦିନ ଖାନ ୭ା୨ା୨୦୨୨ରେ ଏହି ମର୍ମରେ ସବିଶେଷ ରିପୋର୍ଟ ରାଜ୍ୟ ଯୋଗାଣ ନିଗମର ମ୍ୟାନେଜର(ଆଇନ)ଙ୍କ ନିକଟରେ ଦାଖଲ କରିଛନ୍ତି। ଉକ୍ତ ରିପୋର୍ଟ ଅନୁଯାୟୀ, ୨୦୧୫-୧୬ ବର୍ଷରେ ସାବିତ୍ରୀ ରାଇସ୍‌ ମିଲ୍‌ରେ ୪ କୋଟି ୪ ଲକ୍ଷ ୨୪ ହଜାର ୩୯୩ ଟଙ୍କାର ଚାଉଳ ହରିଲୁଟ ହୋଇଥିଲା ା ସେ ବାବଦରେ ଏଯାଏ ୧ କୋଟି ୫୫ ଲକ୍ଷ ୮୬ ହଜାର ୮୯୩ ଟଙ୍କା ବାକି ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାବିତ୍ରୀ ରାଇସ୍‌ ମିଲ୍‌ ମାସିକ କିସ୍ତି ଅନୁସାରେ ଟଙ୍କା ଦାଖଲ କରିଚାଲିଛି। ତେବେ ଏହି ମହାଦୁର୍ନୀତିରେ ସମ୍ପୃକ୍ତ ଏସିଏସ୍‌ଓ ପ୍ରହ୍ଲାଦ ସେଠୀ ଓ ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ବିଶ୍ୱଜିତ ମିଶ୍ରଙ୍କୁ ୬ ବର୍ଷ ହେଲା ବିଭାଗୀୟ ସୁରକ୍ଷା ଯୋଗାଇ ଦିଆଯାଇଛି ା କେବଳ ଡିପାର୍ଟମେଣ୍ଟାଲ ପ୍ରୋସିଡିଂରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ନିଗମର ଉପରୋକ୍ତ କ୍ଷତି ଟଙ୍କା ଭରଣା ପାଇଁ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ଏବଂ ଯାଜପୁରରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଚାଲିଥିବା ବେଆଇନ ଧାନ ପରିବହନରେ ଦାୟୀ ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ବିଭାଗୀୟ ଜବାବ ତଲବ ହେଉଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। କୌଣସି ଅଦୃଶ୍ୟ ଶକ୍ତି ବଳରେ ଏହି ମହାଦୁର୍ନୀତିକୁ ପରୋକ୍ଷରେ ସହଯୋଗ କରିଥିବା ଅଧିକାରୀଙ୍କୁ ଏକ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇଥିବା ମତପ୍ରକାଶ ପାଇଛି।
ସିଏସ୍‌ଓଙ୍କ ରିପୋର୍ଟ ଅନୁଯାୟୀ ୨୦୧୫-୧୬ ଧାନ ସଂଗ୍ରହ ବର୍ଷରେ ସାବିତ୍ରୀ ଇଣ୍ଡଷ୍ଟ୍ରିଜକୁ ୬୨,୨୩୯.୫୧ କୁଇଣ୍ଟାଲ ଧାନ ଚାଉଳ ମିଲିଂ ପାଇଁ ଦିଆଯାଇଥିଲା ା ଜିଲାର ପିଡିଏସ୍‌, ଅନ୍ତ୍ୟୋଦୟ, ଏମ୍‌ଡିଏମ୍‌ ଆଦି ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ନିର୍ଦ୍ଧାରିତ ସମୟରେ ୪୨୩୨.୨୮୬ ମେଟ୍ରିକ୍‌ ଟନ୍‌ ଚାଉଳ ଦାଖଲ କରିବା କଥା ା କିନ୍ତୁ ମାତ୍ର ୧୪,୮୨୪.୦୮ କୁଇଣ୍ଟାଲ ଚାଉଳ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ଦାଖଲ କରିଥିଲା। ଇତିମଧ୍ୟରେ ମୟୂରଭଞ୍ଜ ଜିଲା କରଞ୍ଜିଆ ସାବିତ୍ରୀ ରାଇସ୍‌ ମିଲ୍‌କୁ ୪୦,୨୩୯.୫୧ କୁଇଣ୍ଟାଲ ଧାନ ପରିବହନ ହୋଇଥିଲା। ତଦନୁସାରେ କରଞ୍ଜିଆ ମିଲ୍‌ରୁ ୨୭,୩୬୨.୮୭ କୁଇଣ୍ଟାଲ ଚାଉଳ ପ୍ରଶାସନ ନିକଟରେ ଦାଖଲ ହେବାର ନିୟମ ରହିଛି। କିନ୍ତୁ ମାତ୍ର ୯,୫୭୮.୦୪ କୁଇଣ୍ଟାଲ ଚାଉଳ କରଞ୍ଜିଆ ମିଲ୍‌ରୁ ଦାଖଲ ହୋଇଥିଲା। ବାକି ୧୭,୭୮୪.୮୩ କୁଇଣ୍ଟାଲ ଚାଉଳ ଦାଖଲରେ ଅନିୟମିତତା ହୋଇଥିଲା। ତଦନୁସାରେ ୨୬,୧୫୪.୧୬ କୁଇଣ୍ଟାଲ ଧାନର ମୂଲ୍ୟ ୪ କୋଟି ୪ ଲକ୍ଷ ୨୪ ହଜାର ୩୯୩ ଟଙ୍କା ହରିଲୁଟ୍‌ ହୋଇଥିଲା। ଟିଡିଏସ୍‌, ସିକ୍ୟୁରିଟି ଡିପୋଜିଟ୍‌ ଆଦିକୁ ମିଶାଇ ବାକି ୩ କୋଟି ୧୨ ଲକ୍ଷ ୪୦ ହଜାର ୭୪୪ ଟଙ୍କା ହେଉଥିଲା। ଏହିକ୍ରମରେ ମିଲ୍‌ ମାଲିକ ଦିଲୀପ କୁମାର ଅଗ୍ରୱାଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବାକି ରହିଥିବା ନିଗମ ଅର୍ଥ କିସ୍ତି ଅନୁସାରେ ଦାଖଲ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ମିଲ୍‌ ମାଲିକ ଅଗ୍ରୱାଲ ୧ କୋଟି ୫୬ ଲକ୍ଷ ୫୩ ହଜାର ୮୫୧ ଟଙ୍କା କିସ୍ତି ଅନୁସାରେ ଦାଖଲ କରିସାରିଛନ୍ତି। ହେଲେ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀମାନେ ବିଭାଗୀୟ ପଦପଦବୀରେ ଅଛନ୍ତି ା ଏବେ ବି ଚାଉଳ ଯୋଗାଣରେ ମିଲ୍‌ ମାଲିକମାନଙ୍କ ସହ ମିଶି ଅନିୟମିତତା କରୁଥିବା ଅଭିଯୋଗ ହେଉଛି।
ଅନ୍ୟପକ୍ଷେ ଉପରୋକ୍ତ ଅନିୟମିତତା ଅଡିଟ୍‌ ରିପୋର୍ଟରେ ଧରାପଡିଥିଲା। ଯାଜପୁର ଜିଲା ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଅଡିଟ୍‌ ରିପୋର୍ଟର ଅନୁପାଳନ କରିବାରେ ପଛଘୁଞ୍ଚା ଦେଇ ଆସୁଛନ୍ତି। ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ୍‌ କରିଥିବା ମିଲର୍ସଙ୍କ ବିରୋଧରେ ସାର୍ଟିଫିକେଟ କେସ୍‌ ଏବଂ ସମ୍ପୃୃକ୍ତ ଅଧିକାରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟବିଧି ଗ୍ରହଣ କରାଯାଉନାହିଁ। ଏପରିକି ଏ ସଂକ୍ରାନ୍ତରେ ରାଜ୍ୟ ଯୋଗାଣ ନିଗମର ଆର୍ଥିକ ପରାମର୍ଶଦାତା ତଥା ଚିଫ୍‌ ଆକାଉଣ୍ଟ ଅଫିସର ଏହା ପୂର୍ବରୁ ୫ ଥର ତଥ୍ୟ ମାଗିଥିଲେ ହେଁ ଯାଜପୁର ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ନୀରବ ରହିଥିଲେ। ତେଣୁ ଚିଫ୍‌ ଆକାଉଣ୍ଟ ଅଫିସର ଉଦ୍‌ବେଗ ପ୍ରକାଶ କରିବା ସହ ୧୫ା୧୦ା୨୦୨୧ ସୁଦ୍ଧା ସବିଶେଷ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନ କଲେ ଏଥିପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସିଏସ୍‌ଓଙ୍କୁ ଚେତାବନୀ ଦେଇଥିଲେ। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସଲାଉଦ୍ଦିନ ଖାନ୍‌ଙ୍କୁ ପଚାରିବାରେ ସେ କହିଛନ୍ତି, ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ହୋଇଛି। ତେବେ ଏଯାଏ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri