ଆଶା ଆଶଙ୍କାରେ ସିରିଆ

ଡମାସ୍‌କସ୍‌,୯ା୧୨: ମାତ୍ର ୩ ଦିନ ଭିତରେ ସିରିଆର ବିଦ୍ରୋହୀ ଫାଇଟର୍ସ ଗୋଟିଏ ପରେ ଗୋଟିଏ ସହର ଦଖଲ କରି ବଶର ଅଲ୍‌-ଅସାଦ୍‌ ସାମ୍ରାଜ୍ୟର ପତନ ଘଟାଇବାରେ ସଫଳ ହେଲେ। ଏହାର ଶ୍ରେୟ ସିରିଆର ସବୁଠୁ ଶକ୍ତିଶାଳୀ ସଶସ୍ତ୍ର ବିରୋଧୀ ହୟାତ୍‌ ତହରିର ଅଲ୍‌-ଶାମ (ଏଚ୍‌ଟିଏସ୍‌) ଗ୍ରୁପ୍‌ ମୁଖ୍ୟ ଅବୁ ମହମ୍ମଦ ଅଲ୍‌-ଜୁଲାନିଙ୍କୁ ଦିଆଯାଉଛି। ସମ୍ଭବତଃ ତାଙ୍କର ବଢ଼ିଚାଲିଥିବା ସମ୍ମାନକୁ ଦୋହଲାଇବା ପାଇଁ ଅନ୍‌-ଲାଇନ୍‌ରେ ଏକ ଫଟୋ ପ୍ରସାର କରାଯାଇଛି, ଯହିଁରେ ରୁଷୀୟ ଷ୍ଟ୍ରାଇକ୍‌ରେ ଅଲ୍‌-ଜୁଲାନି ନିହତ ହୋଇଥିବା ଦର୍ଶାଯାଇଛି। ତେବେ ଏହା ଏକ ଜାଲ୍‌ ଫଟୋ ବୋଲି ଅନେକ ଗଣମାଧ୍ୟମ ସ୍ପଷ୍ଟ କରିଛନ୍ତି। ବିଦ୍ରୋହୀଙ୍କ ସିରିଆ ଦଖଲ ଅଭିଯାନ ସଫଳ ହେବା ପରେ ଅଲ୍‌-ଜୁଲାନି ଏବେ ଚର୍ଚ୍ଚାରେ।
ପ୍ରତିଷ୍ଠାତା ଭାବେ ଅଲ୍‌-ଜୁଲାନି ସିରିଆକୁ ଏକ ଇସ୍‌ଲାମିକ୍‌ ସାଧାରଣତନ୍ତ୍ରରେ ପରିଣତ କରିବା ଲକ୍ଷ୍ୟରେ ପ୍ରାୟ ୧ ଦଶନ୍ଧି ଧରି ଅନ୍ୟ ସଶସ୍ତ୍ର ବଳଗୁଡ଼ିକଠାରୁ ନିଜକୁ ଦୂରେଇ ରଖିଥିବା ଦାବି କରିଛନ୍ତି। ୨୦୧୧ରେ ଆରବ ବିପ୍ଳବ ମୁଣ୍ଡ ଟେକିଥିବାବେଳେ ୨୦୧୬ ପରଠୁ ସେ ନିଜକୁ ଓ ନିଜ ଗୋଷ୍ଠୀକୁ ଅଲ୍‌-ଅସାଦ୍‌ ମୁକ୍ତ ସିରିଆର ଏକ ବିଶ୍ୱସନୀୟ ତତ୍ତ୍ୱାବଧାରକ ଭାବେ ଉପସ୍ଥାପିତ କରିଆସିଛନ୍ତି। ୨୦୧୭ରେ ଏଚ୍‌ଟିଏସ୍‌ ସିରିଆନ୍‌ ସଲଭାଶନ୍‌ ସରକାର ଜରିଆରେ ଇଡିଲିବ୍‌ ଗଭର୍ନରେଟ୍‌ ପ୍ରତିଷ୍ଠା କରି ଏହାର ପରିଚାଳନା ଆରମ୍ଭ କରିଥିଲା। ଲୋକଙ୍କୁ ସେବା, ଶିକ୍ଷା, ସ୍ବାସ୍ଥ୍ୟସେବା, ନ୍ୟାୟପାଳିକା ଓ ଭିତ୍ତିଭୂମି ଯୋଗାଇଦେବା ଏବଂ ଆର୍ଥିକ ପରିଚାଳନା ତଥା ସହାୟତା ପ୍ରଦାନ କରିଆସିଥିଲା ବୋଲି ସ୍ବାଧୀନ ସାମ୍ବାଦିକତା ସଂସ୍ଥା ସିରିଆ ଡାଇରେକ୍ଟରେ ରିପୋର୍ଟ ପ୍ରକାଶ ପାଇଛି।
ଅଲ୍‌-ଜୁଲାନିଙ୍କ ମୂଳନାମ ଅହମେଦ ହୁସେନ ଅଲ୍‌-ଶାରା। ସାଉଦି ଆରବର ରିୟାଧରେ ତାଙ୍କ ବାପା ଜଣେ ପେଟ୍ରୋଲିୟମ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବାବେଳେ ସେ ୧୯୮୨ରେ ସେଠାରେ ଜନ୍ମ ଗ୍ରହଣ କରିଥିଲେ। ଅଲ୍‌-ଜୁଲାନିଙ୍କ ପରିବାର ୧୯୮୯ରେ ସିରିଆକୁ ଚାଲିଆସି ଡମାସ୍‌କସ୍‌ରେ ବସବାସ କଲେ। ୨୦୦୩ରେ ଅଲ୍‌-ଜୁଲାନି ଇରାକ୍‌ ଯାଇ ଅଲ୍‌-କାଏଦାରେ ସାମିଲ ହେବା ସହ ଆମେରିକାର ଆକ୍ରମଣକୁ ପ୍ରତିରୋଧ କରିଥିଲେ। ୨୦୦୬ରେ ଆମେରିକା ତାଙ୍କୁ ଗିରଫ କରି ୫ ବର୍ଷ ଜେଲରେ ରଖିଥିଲା। ଅଲ୍‌-ଜୁଲାନିଙ୍କୁ ପରବର୍ତ୍ତୀ ସମୟରେ ସିରିଆରେ ଅଲ୍‌-କାଏଦାର ଶାଖା ପ୍ରତିଷ୍ଠା ଦାୟିତ୍ୱ ଦିଆଯାଇଥିଲା। ଅଲ୍‌-ନୁସ୍‌ରା ଫ୍ରଣ୍ଟ ପ୍ରତିଷ୍ଠା ହେବା ପରେ ଏହା ଇଡ୍‌ଲିବ୍‌ ଭଳି ବିରୋଧୀଙ୍କ ପ୍ରଭାବ ଥିବା ସହରଗୁଡ଼ିକରେ ନିଜ ପ୍ରଭାବ ବିସ୍ତାର କରିଥିଲା। ଏପରି କି ସେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ତତ୍କାଳୀନ ମୁଖ୍ୟ ଅବୁ ବକ୍‌ର ଅଲ-ବାଗ୍‌ଦାଦୀଙ୍କ ସହ ସମ୍ପର୍କ ରଖିଥିଲେ। ୨୦୧୩ରେ ଅଲ୍‌-ବାଗ୍‌ଦାଦୀ ଅଲ୍‌-କାଏଦା ସହ ସମ୍ପର୍କ ଛିନ୍ନ କରିଥିଲେ। କିନ୍ତୁ ଅଲ୍‌-ଜୁଲାନି ଏହାକୁ ପ୍ରତ୍ୟାଖ୍ୟାନ କରି ଅଲ୍‌-କାଏଦା ସହ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri