ଆଶା ଆଶଙ୍କାରେ ସିରିଆ

ଡମାସ୍‌କସ୍‌,୯ା୧୨: ମାତ୍ର ୩ ଦିନ ଭିତରେ ସିରିଆର ବିଦ୍ରୋହୀ ଫାଇଟର୍ସ ଗୋଟିଏ ପରେ ଗୋଟିଏ ସହର ଦଖଲ କରି ବଶର ଅଲ୍‌-ଅସାଦ୍‌ ସାମ୍ରାଜ୍ୟର ପତନ ଘଟାଇବାରେ ସଫଳ ହେଲେ। ଏହାର ଶ୍ରେୟ ସିରିଆର ସବୁଠୁ ଶକ୍ତିଶାଳୀ ସଶସ୍ତ୍ର ବିରୋଧୀ ହୟାତ୍‌ ତହରିର ଅଲ୍‌-ଶାମ (ଏଚ୍‌ଟିଏସ୍‌) ଗ୍ରୁପ୍‌ ମୁଖ୍ୟ ଅବୁ ମହମ୍ମଦ ଅଲ୍‌-ଜୁଲାନିଙ୍କୁ ଦିଆଯାଉଛି। ସମ୍ଭବତଃ ତାଙ୍କର ବଢ଼ିଚାଲିଥିବା ସମ୍ମାନକୁ ଦୋହଲାଇବା ପାଇଁ ଅନ୍‌-ଲାଇନ୍‌ରେ ଏକ ଫଟୋ ପ୍ରସାର କରାଯାଇଛି, ଯହିଁରେ ରୁଷୀୟ ଷ୍ଟ୍ରାଇକ୍‌ରେ ଅଲ୍‌-ଜୁଲାନି ନିହତ ହୋଇଥିବା ଦର୍ଶାଯାଇଛି। ତେବେ ଏହା ଏକ ଜାଲ୍‌ ଫଟୋ ବୋଲି ଅନେକ ଗଣମାଧ୍ୟମ ସ୍ପଷ୍ଟ କରିଛନ୍ତି। ବିଦ୍ରୋହୀଙ୍କ ସିରିଆ ଦଖଲ ଅଭିଯାନ ସଫଳ ହେବା ପରେ ଅଲ୍‌-ଜୁଲାନି ଏବେ ଚର୍ଚ୍ଚାରେ।
ପ୍ରତିଷ୍ଠାତା ଭାବେ ଅଲ୍‌-ଜୁଲାନି ସିରିଆକୁ ଏକ ଇସ୍‌ଲାମିକ୍‌ ସାଧାରଣତନ୍ତ୍ରରେ ପରିଣତ କରିବା ଲକ୍ଷ୍ୟରେ ପ୍ରାୟ ୧ ଦଶନ୍ଧି ଧରି ଅନ୍ୟ ସଶସ୍ତ୍ର ବଳଗୁଡ଼ିକଠାରୁ ନିଜକୁ ଦୂରେଇ ରଖିଥିବା ଦାବି କରିଛନ୍ତି। ୨୦୧୧ରେ ଆରବ ବିପ୍ଳବ ମୁଣ୍ଡ ଟେକିଥିବାବେଳେ ୨୦୧୬ ପରଠୁ ସେ ନିଜକୁ ଓ ନିଜ ଗୋଷ୍ଠୀକୁ ଅଲ୍‌-ଅସାଦ୍‌ ମୁକ୍ତ ସିରିଆର ଏକ ବିଶ୍ୱସନୀୟ ତତ୍ତ୍ୱାବଧାରକ ଭାବେ ଉପସ୍ଥାପିତ କରିଆସିଛନ୍ତି। ୨୦୧୭ରେ ଏଚ୍‌ଟିଏସ୍‌ ସିରିଆନ୍‌ ସଲଭାଶନ୍‌ ସରକାର ଜରିଆରେ ଇଡିଲିବ୍‌ ଗଭର୍ନରେଟ୍‌ ପ୍ରତିଷ୍ଠା କରି ଏହାର ପରିଚାଳନା ଆରମ୍ଭ କରିଥିଲା। ଲୋକଙ୍କୁ ସେବା, ଶିକ୍ଷା, ସ୍ବାସ୍ଥ୍ୟସେବା, ନ୍ୟାୟପାଳିକା ଓ ଭିତ୍ତିଭୂମି ଯୋଗାଇଦେବା ଏବଂ ଆର୍ଥିକ ପରିଚାଳନା ତଥା ସହାୟତା ପ୍ରଦାନ କରିଆସିଥିଲା ବୋଲି ସ୍ବାଧୀନ ସାମ୍ବାଦିକତା ସଂସ୍ଥା ସିରିଆ ଡାଇରେକ୍ଟରେ ରିପୋର୍ଟ ପ୍ରକାଶ ପାଇଛି।
ଅଲ୍‌-ଜୁଲାନିଙ୍କ ମୂଳନାମ ଅହମେଦ ହୁସେନ ଅଲ୍‌-ଶାରା। ସାଉଦି ଆରବର ରିୟାଧରେ ତାଙ୍କ ବାପା ଜଣେ ପେଟ୍ରୋଲିୟମ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବାବେଳେ ସେ ୧୯୮୨ରେ ସେଠାରେ ଜନ୍ମ ଗ୍ରହଣ କରିଥିଲେ। ଅଲ୍‌-ଜୁଲାନିଙ୍କ ପରିବାର ୧୯୮୯ରେ ସିରିଆକୁ ଚାଲିଆସି ଡମାସ୍‌କସ୍‌ରେ ବସବାସ କଲେ। ୨୦୦୩ରେ ଅଲ୍‌-ଜୁଲାନି ଇରାକ୍‌ ଯାଇ ଅଲ୍‌-କାଏଦାରେ ସାମିଲ ହେବା ସହ ଆମେରିକାର ଆକ୍ରମଣକୁ ପ୍ରତିରୋଧ କରିଥିଲେ। ୨୦୦୬ରେ ଆମେରିକା ତାଙ୍କୁ ଗିରଫ କରି ୫ ବର୍ଷ ଜେଲରେ ରଖିଥିଲା। ଅଲ୍‌-ଜୁଲାନିଙ୍କୁ ପରବର୍ତ୍ତୀ ସମୟରେ ସିରିଆରେ ଅଲ୍‌-କାଏଦାର ଶାଖା ପ୍ରତିଷ୍ଠା ଦାୟିତ୍ୱ ଦିଆଯାଇଥିଲା। ଅଲ୍‌-ନୁସ୍‌ରା ଫ୍ରଣ୍ଟ ପ୍ରତିଷ୍ଠା ହେବା ପରେ ଏହା ଇଡ୍‌ଲିବ୍‌ ଭଳି ବିରୋଧୀଙ୍କ ପ୍ରଭାବ ଥିବା ସହରଗୁଡ଼ିକରେ ନିଜ ପ୍ରଭାବ ବିସ୍ତାର କରିଥିଲା। ଏପରି କି ସେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ତତ୍କାଳୀନ ମୁଖ୍ୟ ଅବୁ ବକ୍‌ର ଅଲ-ବାଗ୍‌ଦାଦୀଙ୍କ ସହ ସମ୍ପର୍କ ରଖିଥିଲେ। ୨୦୧୩ରେ ଅଲ୍‌-ବାଗ୍‌ଦାଦୀ ଅଲ୍‌-କାଏଦା ସହ ସମ୍ପର୍କ ଛିନ୍ନ କରିଥିଲେ। କିନ୍ତୁ ଅଲ୍‌-ଜୁଲାନି ଏହାକୁ ପ୍ରତ୍ୟାଖ୍ୟାନ କରି ଅଲ୍‌-କାଏଦା ସହ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?