କର୍ମଚାରୀଙ୍କ ଉପରେ ଝୁଲୁଛି ଖଣ୍ଡା: ଅଫିସରେ ଲୋପ ପାଇବ ୮ ହଜାର ପଦବୀ, AIର ସହାୟତା ନେବାକୁ ଯାଉଛି ଏହି ବଡ଼ କମ୍ପାନୀ…

ବର୍ଲିନ,୨୪।୧ : ଜର୍ମାନ ସଫ୍ଟୱେର୍‌ କମ୍ପାନୀ SAP SE ଏହାର ବ୍ୟବସାୟ ପଦ୍ଧତିକୁ ସଂପୂର୍ଣ୍ଣ ରୂପେ ବଦଳାଇବାକୁ ଯାଉଛି। କମ୍ପାନୀ ବର୍ତ୍ତମାନ ଏଥିପାଇଁ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବ। ଏହା କମ୍ପାନୀର ବ୍ୟବସାୟରେ କାର୍ଯ୍ୟ କରିବାର ପଦ୍ଧତିକୁ ବଦଳାଇବ। SAP କମ୍ପାନୀଗୁଡିକୁ ଡିଜିଟାଲ ବ୍ୟବସାୟ ଭିତ୍ତିଭୂମି ଯୋଗାଥାଏ। କମ୍ପାନୀ ବର୍ତ୍ତମାନ ଏକ ବଡ଼ ଆକାରରେ ଏଆଇ ଗ୍ରହଣ କରିବାକୁ ଯାଉଛି। ଫଳରେ କର୍ମଚାରୀଙ୍କ ଉପରେ ଖଣ୍ଡା ଝୁଲିବାରେ ଲାଗିଛି। ବହୁ କର୍ମଚାରୀ ଏହା ଦ୍ୱାରା ଚାକିରୀ ହରାଇବାର ଆଶଙ୍କା ଦେଖାଦେଇଛି।

କମ୍ପାନୀ SAP SE ୨ ବିଲିୟନ ୟୁରୋ ନିବେଶ ଯୋଜନା ଉନ୍ମୋଚନ କରିଛି। ଏହା ଦ୍ୱାରା କମ୍ପାନୀର ୮ହଜାର ପଦବୀ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। ଏସବୁ ପଦବୀ ଗୁଡିକର ଦରମା ପରିମାଣ ହେଉଛି ୨.୧୭ ବିଲିୟନ ଆମେରିକୀୟ ଡଲାର । କମ୍ପାନୀ ଏଆଇ ଚାଳିତ ବ୍ୟବସାୟ କ୍ଷେତ୍ରରେ ବିକାଶ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛି।

କମ୍ପାନୀ ଆଶା କରୁଛି ଜେନେରିକ ଏଆଇ ଏହାର ବ୍ୟବସାୟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବ। କମ୍ପାନୀର ୱେବସାଇଟ ଅନୁଯାୟୀ SAP ରେ ୧,୦୫ ହଜାରରୁ ଅଧିକ କର୍ମଚାରୀ ଅଛନ୍ତି।

କମ୍ପାନୀ ପୃଥକ ଭାବରେ ୨୦୨୪ କ୍ଲାଉଡ ରାଜସ୍ବ ୧୭ ବିଲିୟନ ୟୁରୋରୁ ୧୭.୩ ବିଲିୟନ ୟୁରୋକୁ ପୂର୍ବାନୁମାନ କରିଛି ଏବଂ ଏହାର ୨୦୨୫ ଦୃଷ୍ଟିକୋଣକୁ ଅପଡେଟ କରି ପ୍ରାୟ ୧୬.୨ ବିଲିୟନ ୟୁରୋ ସ୍ଥିର ହୋଇଛି।

ଗତ କିଛି ବର୍ଷ ମଧ୍ୟରେ ଏହି କମ୍ପାନୀ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଗ୍ରାହକଙ୍କ ସମସ୍ୟାର ସମାଧାନ କରିଥାଏ। ଏଥିପାଇଁ ଏହା ଏଆଇରେ ବ୍ୟାପକ ବିନିଯୋଗ କରୁଛି। ଏହା କୁହାଯାଉଛି ଏହା କାର୍ଯ୍ୟ କରିବାର ରାସ୍ତାକୁ ଅଧିକ ସହଜ କରିବ। ଏହା ମଧ୍ୟ ଲୋକଙ୍କୁ ଭୁଲରୁ ରକ୍ଷା କରିବ। ଏହାର ବହୁତ ଲାଭ ଏବଂ କର୍ମଚାରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri