ସାମାନ୍ୟ ବଚସାରୁ ଖଣ୍ଡାଚୋଟ, ବନ୍ଧା ହେଲେ ଅଭିଯୁକ୍ତ

ହିିଞ୍ଜିଳିକାଟୁ,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ଗ୍ରାମରେ ଗୁରୁବାର ସାମାନ୍ୟ ଘଟଣାକୁ କେନ୍ଦ୍ର କରି ୨ଜଣଙ୍କ ମଧ୍ୟରେ ବଚସା ହୋଇ ଏହା ଉଗ୍ରରୂପ ନେଇଥିଲା। ଜଣେ ଅନ୍ୟଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପାତ୍ର କୁମାର ବେହେରା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ପାତ୍ରଙ୍କ ସ୍ତ୍ରୀ ବିଷ୍ଣୁ ବେହେରା ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା(ନଂ.୮୬/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ଅଭିଯୁକ୍ତ ଉପେନ୍ଦ୍ର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।