Posted inଫୁରସତ

ବ୍ୟାଣ୍ଡ-ବାଜା ନେଇ ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ବିଗି, ଦେଲା ହଟ୍‌ ସରପ୍ରାଇଜ, ଭିଡିଓ ଭାଇରାଲ

ଫୁଡ ଡେଲିଭରି କମ୍ପାନୀ ଭାବେ ପରିଚିତ ସ୍ବିଗି ତାଙ୍କ ଗ୍ରାହକଙ୍କୁ ଠିକ୍‌ ସମୟରେ ଫୁଡ ଡେଲିଭରି କରି ଲୋକପ୍ରିୟ ହୋଇପାରିଛି। ବେଳେବେଳେ ସ୍ବିଗି ନିଜ ଗ୍ରାହକଙ୍କୁ ଫୁଡ ଡେଲିଭରି ସହ ଆକର୍ଷଣୀୟ ଅଫର ମଧ୍ୟ ଦେଇଥାଏ। ଯେପରି ଖାଦ୍ୟରେ ଡିସକାଉଣ୍ଟ ଦେବା ସହ ବଜେଟ୍‌ ଫ୍ରେଣ୍ଡଲି ଖାଦ୍ୟରେ କିଛି ଡ୍ରିଙ୍କସ ଅଫର ମଧ୍ୟ କରିଥାଏ। ନିକଟରେ ସ୍ବିଗି ଇନଷ୍ଟାମାର୍ଟ ଦ୍ୱାରା ଏପରି କିଛି ମାମଲା ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ନ ହସି ରହିପାରିବେନି।

ସ୍ବିଗି ଇନଷ୍ଟାମାର୍ଟ ସୋସିଆଲ ମିଡିଆ ଏକ୍ସରେ ଏକ ଟ୍ବିଟ କରଥିଲା। ପୋଷ୍ଟ କରି ସ୍ବିଗି କହିଛି, ଏହି ବର୍ଷରେ ଆପଣ କେଉଁ ଜିନିଷ କିଣି ପାରି ନାହାନ୍ତି, ତାହା ଆମକୁ ଜଣାନ୍ତୁ। ଆମେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବୁ। ସ୍ବିଗି ଇନଷ୍ଟାମାର୍ଟର ଏହି ପୋଷ୍ଟରେ ବହୁ ୟୁଜର୍ସ କମେଣ୍ଟ ମଧ୍ୟ କରିଥିଲେ। ସେଥିରେ @kanjarkalesh ନାମକ ଆଇଡିରୁ ହିମାଶୁଂ ବଂଶଲ ନାମକୁ ବ୍ୟକ୍ତି କମେଣ୍ଟରେ ଏକ ମଜାଳିଆ କେଣ୍ଟେ ଦେଇଥିଲେ। ସେଥିରେ ସେ କହିଥିଲେ ଯେ, ବର୍ଷ ଶେଷ ପୂର୍ବରୁ ମୁଁ ଗରମ ଅନୁଭବ କରିବାକୁ ଚାହୁଁଛି।

ବାସ୍‌! ଘର ଆଗରେ ପହଞ୍ଚିଗଲା ସ୍ବିଗି। ସେ ବି ଭିନ୍ନ ଢଙ୍ଗରେ। ହିମାଶୁଂଙ୍କ ଇଛା ପୂରଣ ପାଇଁ ସ୍ବିଗି ଇନଷ୍ଟାମାର୍ଟର ଟିମ୍‌ ତାଙ୍କ ଘରେ ପହଞ୍ଚି ତାଙ୍କୁ ଗରମ ଲାଗିବା ପାଇଁ ହିଟର୍‌ ଉପହାର ଦେଇଛନ୍ତି। ତେବେ ତାଙ୍କ ପାଇଁ ସରପ୍ରାଇଜ କେବଳ ଏତିକି ନ ଥିଲା, ସ୍ବିଗି ଏଜେଣ୍ଟ ଉପହାର ସହ ବ୍ୟାଣ୍ଡ-ବାଜା ନେଇ ତାଙ୍କ ଘରକୁ ଆସିଥିଲେ। ଖାସ୍‌ ଅନ୍ଦାଜରେ ତାଙ୍କ ଘରେ ଅଗରେ ବ୍ୟାଣ୍ଡ-ବାଜା ବଜେଇବା ସହ ହିମାଶୁଂ ଘରୁ ବାହରିବା କ୍ଷଣି ତାଙ୍କୁ ଫୁଲମାଳ ମଧ୍ୟ ପିନ୍ଧାଇଥିଲେ। ସ୍ବିଗି ଇନଷ୍ଟାମାର୍ଟ ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛି। ଭିଡିଓ ଦେଖି ଅନ୍ୟ ୟୁଜର୍ସ ମଧ୍ୟ କମେଣ୍ଟରେ ସେମାନଙ୍କ ଓ୍ବିସ ସ୍ବିଗିକୁ ଜଣେଇବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri