ଦକ୍ଷିଣ ପାହାଡ ଉପରେ ଶ୍ୱେତ ଗଙ୍ଗା: ହାତ ପାତିଲେ ପଥରରୁ ଆସେ ଏକ ବୁନ୍ଦା ପାଣି

ନୂଆପଡ଼ା,୧୪ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ମିଛାପାଲି ପଞ୍ଚାୟତ ସୁନାବେଡା ଅଭୟାରଣ୍ୟର ଖୋଳିଗାଁଠାରେ ୩ଦିନ ଧରି ଚାଲିଥିବା ରାଣୀମୁହାସ ବୈଶାଖ ମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସୁନାବେଡା ଅଭୟାରଣ୍ୟ ଭିତରେ ଖୋଳିଗାଁର ପଶ୍ଚିମ ଦିଗକୁ ଥିବା ତ୍ରିଭୂଜ ଆକାର ଗୋଡା ପାହାଡର ଦକ୍ଷିଣ-ପଶ୍ଚିମ କୋଣ ଶିଖରରେ ଆମ୍ବ ଓ ବର ଗଛର ମିଳନ ହୋଇଛି। ସେହି ମିଳନ ସ୍ଥଳରୁ ଗୁପ୍ତ ଭାବରେ ଅନବରତ ପାଣି ବୋହିଯାଉଛି। ସେହି ସ୍ଥାନକୁ ଗୁପ୍ତଗଙ୍ଗା ଭାବରେ ନାମିତ କରାଯାଇ ପାହାଡ ଶିଖରରେ ବାବା ଗୁପ୍ତେଶ୍ୱର ପୂଜା ପାଉଛନ୍ତି। ଏହି ଗୁପ୍ତଗଙ୍ଗାରେ ବୁଡ ପକାଇବା ପାଇଁ ନୂଆପଡା ଜିଲା ସମେତ ବରଗଡ, ବଲାଙ୍ଗୀର, କଳାହାଣ୍ଡି ଓ ଛତିଶଗଡ ରାଜ୍ୟ ଗରିଆବନ୍ଧ, ଛୁରା ଆଦି ଅଞ୍ଚଳର ଲୋକେ ଆସିଥାନ୍ତି। ସେଠାରେ ବହୁ କିମ୍ବଦନ୍ତି ରହିଛି। ପଶ୍ଚିମ ପାହାଡ ତଳକୁ ବଡ ଓ ସାନ ବୋଲି ଦୁଇଟି ଘୁମେର (ଜଳ ପ୍ରପାତ) ରହିଛି। ଦକ୍ଷିଣ ପାହାଡ ଉପରେ ଶ୍ୱେତ ଗଙ୍ଗା ରହିଛି। ସେଠାରେ ହାତ ପାତିଲେ ପଥରରୁ ଏକ ବୁନ୍ଦା ପାଣି ପଡିଥାଏ। ତାହାକୁ ଲୋକେ ପ୍ରସାଦ ଆକାରରେ ଗ୍ରହଣ କରିଥାନ୍ତି। ତା’ ଉପରକୁ ଗଲେ ଗୋକୁଣ୍ଡ, ଭୀମମୋଡୋ, ସୁନାପାଣି, ରୂପାପାଣି, ରାଣୀମାହାସ, ଶିବ ପାର୍ବତୀ ରହିଛନ୍ତି। ଲାଲ ଧରୁଆ ଓ ରୁକା ମାଝି ମନ୍ଦିର ପୂଜାରୀ ଭାବରେ ପୂଜା କରିଆସୁଛନ୍ତି। ରାଣୀମୁହାସରେ ବର୍ଷକୁ ଦୁଇଥର ମାଘ ପଞ୍ଚମୀ ଓ ବୈଶାଖ ପୂର୍ଣ୍ଣିମାରେ ମେଳା ଆୟୋଜିତ ହୋଇଥାଏ। ଖୋଳିଗାଁ, ମଝାଗାଁ ଓ ହଲୁଆପାଲି ତିନିଟି ଗାଁର ଜନସାଧାରଣ ସହ ଅନ୍ୟ ଗାଁ ଓ ଭଦ୍ରବ୍ୟକ୍ତିଙ୍କ ଅନୁଦାନରେ ମେଳା ହୋଇଆସୁଛି। ଏହି ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଗଙ୍ଗାରାମ ଧରୁଆ ଓ ତାଙ୍କ ଧର୍ମପତ୍ନୀ ରୁଖ ଧରୁଆ କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ ସୁଶୀଳ ତ୍ରିପାଠୀ ପୂଜକ ଭାବରେ ରହିଥିଲେ । ଆୟୋଜକ କମିଟି ସଭାପତି ରାଜ କୁମାର ଧରୁଆ, ସମ୍ପାଦକ ଯୁଧିଷ୍ଠିର ମାଝି, କୋଷାଧ୍ୟକ୍ଷ ରିଖିରାମ ମାଝି, ସୁବିତ ମାଝି, ପୂର୍ଣ୍ଣ ମାଝି, ଦୁଃଶାସନ ମାଝି, ଦେବସିଂ ମାଝି, ଲଛମନ ମାଝି ପ୍ରମୁଖ ଆୟୋଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri