ଦିଗପହଣ୍ଡି,୧୬|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜ ନବନିର୍ବାଚିତ ଛାତ୍ର ସଂସଦ ଓ ଅନ୍ୟାନ୍ୟ ସଂସଦ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।କଲେଜ ପରିସରରେ ଆୟୋଜିତ ସମାରୋହରେ ନବନିର୍ବାଚିତ ଛାତ୍ର ପ୍ରତିନିଧି ବୃନ୍ଦ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବା ନିମନ୍ତେ ଶପଥ ଗ୍ରହଣ କରିଥିଲେ। ଚନ୍ଦନ ପୁରୋହିତ – ସଭାପତି, କୃଷ୍ଣ ସ୍ୱାଇଁ – ଉପସଭାପତି, ଜଗନ୍ନାଥ ନାହାକ – ସାଧାରଣ ସମ୍ପାଦକ, ଚନ୍ଦନ ବେହେରା – କ୍ରୀଡ଼ା ସମ୍ପାଦକ, ସାଇନାଥ ରାଉତ – ନାଟ୍ୟ ସଂସଦ ସମ୍ପାଦକ, ମୁନା ସ୍ୱାଇଁ, କ୍ରୀଡ଼ା ସହ ସମ୍ପାଦକ , କାହ୍ନା ସୁଆଁସିଆ – ନାଟ୍ୟ ସହ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହିତ ଶ୍ରେଣୀ ଛାତ୍ର ପ୍ରତିନିଧି ଭାବେ ଅନନ୍ତ ନାରାୟଣ ଦାସ ଏବଂ ଶ୍ରେଣୀ ଛାତ୍ରୀ ପ୍ରତିନିଧି ଭାବେ ସୋନାଲି ପରିଡ଼ା ନିର୍ବାଚିତ ହୋଇଛନ୍ତି।ପରେ କଲେଜ କୁ ପ୍ରେସିଡେନ୍ସିଆଲ୍ ଛୁଟି ଘୋଷଣା କରାଯାଇଥିଲା। ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ଛାତ୍ରୀଛାତ୍ର ମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିବା ବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧ, ଶୃଙ୍ଖଳା ଓ ସହଯୋଗର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ବୋଲି
କଲେଜ ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ଅଶ୍ୱିନୀ କୁମାର ରଥ, ନିର୍ବାଚନ ପରିଚାଳନା କମିଟି ଆବାହକ ତଥା ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ଜଣାଇଛନ୍ତି।