Posted inଜାତୀୟ

ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି AAPକୁ କଟାକ୍ଷ କଲେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୮।୨: ଆମ ଆଦମୀ ପାର୍ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି। ଏନେଇ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ସ୍ବାତୀ ମାଲିୱାଲ ଟୁଇଟ କରିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି ପରୋକ୍ଷରେ କଟାକ୍ଷ କରିଛନ୍ତି। ଏହା ବେଶ ଭାଇରାଲ ହେଉଛି।

ସ୍ବାତୀ ମାଲିୱାଲ ଅଭିଯୋଗ କରିଥିଲେ ଯେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କ ସହିତ ଦୁର୍ବବ୍ୟବହାର କରିଥିଲେ। ସେ ଏହି ମାମଲାରେ କେଜ୍‌ରିିୱାଲଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

କହିରଖୁଛୁ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ୭୦ଟି ଆସନରୁ ୩୮ଟିରେ ବିଜୟୀ ହୋଇ ବହୁମତ ହାସଲ କରିଛି। ଆପ୍‌ର ଜାତୀୟ ସଂଯୋଜକ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟତୀତ ଦଳର ବରିଷ୍ଠ ନେତା ମନୀଷ ସିସୋଡିଆ, ସୌରଭ ଭରଦ୍ୱାଜ ଏବଂ ସତ୍ୟେନ୍ଦ୍ର ଜୈନ ମଧ୍ୟ ନିର୍ବାଚନରେ ପରାସ୍ତ ହୋଇଛନ୍ତି। କେଜ୍‌ରିୱାଲ ନୂଆଦିଲ୍ଲୀ ଆସନରେ ଭାଜପାର ପରଭେଶ ବର୍ମାଙ୍କଠାରୁ ୪,୦୮୯ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜଙ୍ଗପୁରା ଆସନରୁ ଭାଜପାର ତରବିନ୍ଦର ସିଂହ ମାରୱାହଙ୍କଠାରୁ ୬୭୫ ଭୋଟରେ ପରାସ୍ତ ହୋଇଛନ୍ତି। ୨୬ ବର୍ଷରୁ ଅଧିକ ସମୟ ପରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି।

ଏହା ଉଲ୍ଲେଖନୀୟ ଯେ, ଏହାର କିଛି ଦିନ ପୂର୍ବରୁ, ଜାନୁଆରୀ ଶେଷ ସପ୍ତାହରେ ସ୍ବାତୀ କେଜ୍‌ରିିୱାଲଙ୍କ ଘର ବାହାରେ ଅଳିଆ ଫିଙ୍ଗି କହିଥିଲେ ଯେ ସୁଧୁରି ଯାଅ ନଚେତ ଦିଲ୍ଲୀବାସୀ ସୁଧାରି ଦେବେ। ସ୍ବାତୀ କେଜରିଓ୍ବାଲଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ସେ ତିନୋଟି ଅଳିଆ ସଂଗ୍ରହ ଟ୍ରକ ମଧ୍ୟରୁ ଗୋଟିଏରେ ଚଢ଼ି ସେଠାରେ ପହଞ୍ଚିଲେ।
ମାଲିୱାଲ ଏବଂ ତାଙ୍କ ସହଯୋଗୀମାନେ ବିକାଶପୁରୀର ରାସ୍ତାରୁ ଅଳିଆ ସଂଗ୍ରହ କରି ତିନୋଟି ମିନି ଟ୍ରକରେ ଲୋଡ କରି ଫିରୋଜଶାହା ରୋଡରେ ଥିବା କେଜରିୱାଲଙ୍କ ଘରେ ପହଞ୍ଚିଲେ, ଯେଉଁଠାରେ ସେମାନେ ଅଳିଆକୁ ତଳେ ପକାଇ ଦେଲେ, ଏହା ପରେ ମହିଳା ପୋଲିସ କର୍ମଚାରୀମାନେ ସେମାନଙ୍କୁ ଅଟକାଇ ସେଠାରୁ ହଟାଇ ଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri