କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ ଏ ଏସ ନାଇଡୁ । ଏହା କେଉଁଠି ରହିଯାଇଥାଇ ପାରେ, ଏହାର ଗୁରୁତ୍ୱ ଉପଲବ୍ଧି କରି ଏହାର ପୁନଃ ଉଦ୍ଧାର ପାଇଁ ସରକାର ଚେଷ୍ଟା କରିବା ଦରକାର ବୋଲି ସେ କହିଛନ୍ତି।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ ପରବର୍ତ୍ତୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ପ୍ରାୟ ହଜାରରୁ ଉର୍ଦ୍ଧ୍ବ ପୃଷ୍ଠାର ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା। କେଉଁ ପରିସ୍ଥିତିରେ କେଉଁ କାରଣରୁ ସ୍ୱାମୀ ଜୀଙ୍କୁ ହତ୍ୟା କରାଗଲା, ଏହି ଘଟଣାରେ ମାଓବାଦୀଙ୍କ କଣ ଭୂମିକା ରହିଛି, ଧର୍ମାନ୍ତରୀକରଣର କଣ ପ୍ରଭାବ ରହିଥିଲା ଏହି ସବୁ ଉପରେ ବିସ୍ତୃତ ଭାବେ ରିପୋର୍ଟରେ ଦର୍ଶାଯାଇଥିଲା ବୋଲି ଜଷ୍ଟିସ ନାଇଡୁ କହିଛନ୍ତି । ଏପରି ଘଟଣା ଯେପରି ପୁନରାବୃତ୍ତି ନହେବ ସେ ନେଇ କମିଶନ ସୁପାରିସ କରିଥିବା ସେ କହିଛନ୍ତି । ଧର୍ମାନ୍ତରୀକରଣ କାରଣରୁ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ବିବାଦ, ସ୍ୱାମୀଜୀଙ୍କ ହତ୍ୟା ଓ ପରବର୍ତ୍ତୀ ହିଂସା କାଣ୍ଡର ମୁଖ୍ୟ କାରଣ ବୋଲି ଜଷ୍ଟିସ ପରୋକ୍ଷରେ ସୂଚନା ଦେଇଛନ୍ତି।

ବିସ୍ତୃତ ଭାବରେ ତଦନ୍ତ ପାଇଁ ସ୍ଥାନୀୟ ସଙ୍ଗଠନ, ଆରଏସଏସ, ବିଭିନ୍ନ ବର୍ଗର ଲୋକ ତଦନ୍ତ କମିଶନର ସାମ୍ନା କରିଥିଲେ। ତତ୍କାଳୀନ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ପକ୍ଷରୁ କମିଶନରେ ତାଙ୍କର ସାକ୍ଷ ଗ୍ରହଣ କରାଯାଇଥିଲା। ପ୍ରଶାସନିକ ଉଦାସୀନତା ଘଟଣାଟିକୁ ଆହୁରି ବଢ଼େଇ ଦେଇଥିଲା ବୋଲି କମିଶନ ପରୋକ୍ଷରେ ସୂଚନା ଦେଇଛନ୍ତି । ୨୦୦୮ ମସିହାରେ ଧର୍ମାନ୍ତରୀକରଣକୁ ବିରୋଧ କରିସ୍ୱାମୀଜୀ ଆରମ୍ଭ କରିଥିବା ଏକ ରଥ ଯାତ୍ରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଦେଖାଦେଇଥିଲା । ଏହି ବିବାଦ ପରେ ଜନ୍ମଷ୍ଟମୀ ଦିନ ମୁଖାଧାରି ଆତତାୟୀ ଆଶ୍ରମରେ ସ୍ୱାମୀଜି ଓ ତାଙ୍କ କିଛି ଅନୁଗତଙ୍କୁ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ସ୍ତାନୀୟ ଅଂଚଳରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ଏଥିରେ ବହୁ ଧନଜୀବନ ନଷ୍ଟ ହେବା ସହ ଅନେକ ଲୋକ ବିସ୍ଥାପିତ ହୋଇଥିଲେ ।

ସ୍ୱାମୀଜୀଙ୍କ ହତ୍ୟା ଓ ପର୍ବବର୍ତୀ ଦଙ୍ଗା ଘଟଣାର ତଦନ୍ତ ପାଇଁ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର ନେତୃତ୍ୱରେ ତଦନ୍ତ କମିଶନ ଗଠନ ହୋଇଥିଲା। ୨୦୧୨ ମସିହାରେ ଜଷ୍ଟିସ ମହାପାତ୍ରଙ୍କ ଦେହାନ୍ତ ପରେ ଜଷ୍ଟିସ ନାଇଡୁଙ୍କୁ ତଦନ୍ତ ଦାଇତ୍ୱ ଦିଆଜାଥିଲା। ଏତେ ସବୁ ପରିଶ୍ରମ କରି ଗଛ ଲଗାଯାଇଥିଲା କିନ୍ତୁ ଫଳ ଖାଇ ହେଲା ନାହିଁ ବୋଲି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଛନ୍ତି ଜଷ୍ଟିସ ନାଇଡୁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri