ସ୍ବଦେଶୀ ବାର୍ତ୍ତା ଦେଉଛି ଖଦି ମହୋତ୍ସବ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଖଦୀ ଏକ ବସ୍ତ୍ର ନୁହେଁ, ବିଚାର। ଖଦୀ କହିଲେ ଆମେ ସେହି ପୁରୁଣା କିଛି ବସ୍ତ୍ରକୁ ଭାବିନେଉ। କିନ୍ତୁ ଖଦିରେ ବି ସ୍ବଦେଶୀ ସହ ଫ୍ୟାଶନର ମିଶ୍ରଣ ଦେଖିବାକୁ ମିଳିଲାଣି। ସ୍ବଦେଶୀର ଆଦର ସବୁବେଳେ ରହି ଆସିଛି। ସେ ବସ୍ତ୍ର ହେଉ କି ଘରକରଣା ସାମଗ୍ରୀ, ନିଜ ହାତରେ ତିଆରି ହୋଇଥିବା ଜିନିଷଗୁଡ଼ିକ ସବୁବେଳେ ସୁନ୍ଦର। ଯେଉଁଥିପାଇଁ ଖଦୀର ଲୋକପ୍ରିୟତା ସବୁବେଳେ ରହି ଆସିଛି। ବୁଣାକାରମାନେ ଏହାକୁ ବେଶ୍‌ ଯତ୍ନରେ ତିଆରି କରିଥାନ୍ତି। ଖଦୀକୁ ଆଉ ଟିକେ ଆକର୍ଷିତ ଢଙ୍ଗରେ ଲୋକଙ୍କ ପାଖକୁ ପହଞ୍ଚାଇବା ସହ ସ୍ବଦେଶୀର ବାର୍ତ୍ତା ଦେବାକୁ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚାଲିଛି ରାଜ୍ୟସ୍ତରୀୟ ଖଦୀ ମହୋତ୍ସବ ୨୦୨୩। ପ୍ରାୟ ୯୦ଟି ଷ୍ଟଲ୍‌ରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ,ତେଲେଙ୍ଗାନା, କର୍ନାଟକ ସମେତ ବିଭିନ୍ନ ରାଜ୍ୟର ଖଦୀ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରି ହେଉଛି। ବସ୍ତ୍ର ସହ ଘର ଉପକରଣ ସମାଗ୍ରୀ, ଫୁଡ୍‌ ଷ୍ଟଲ ଆଦିରେ ଲୋକଙ୍କ ଭିଡ଼ ଲାଗି ରହିଛି। ଏଥିସହ ଗ୍ରାହକଙ୍କୁ ମନୋରଞ୍ଜନ ଦେବା ସହ ସଂସ୍କୃତି ସହ ଯୋଡ଼ିବାକୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ଶନିବାର ପଞ୍ଚମ ସାରେ ବ୍ରହ୍ମଗିରିର ନାଗା ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ଖୋଲା ରହୁଛି।
ବସ୍ତ୍ର ବୁଣା ଦେଖିବାକୁ ଭିଡ଼ ଲାଗୁଛି
ମେଶିନ ଯୁଗରେ ତନ୍ତ, ଚରଖା ଦେଖିବାକୁ ଖଦୀ ମହୋତ୍ସବରେ ଲୋକଙ୍କ ଭିଡ଼। ତନ୍ତ ମାଧ୍ୟମରେ କିଭଳି ବସ୍ତ୍ର ବୁଣା ଯାଉଛି, ତାହାକୁ ଜଣେ ବୁଣାକାର ଷ୍ଟଲ୍‌ରେ ବସି ଦେଖାଉଛନ୍ତି। ଲୋକଙ୍କ ଆଖି ସାମ୍ନାରେ ଲୁଗା ଓ ଅନ୍ୟାନ୍ୟ ସମାଗ୍ରୀ ବୁଣାଯାଉଛି। ସେହିପରି ଚରଖାରେ ତୁଳାରୁ ସୂତା ତିଆରି ଦେଖାଉଛନ୍ତି ଗୀତାରାଣୀ ମହାନ୍ତି ଓ ବଚନି ସେଠୀ ନାମକ ୨ ମହିଳା କାରିଗର। ଉକ୍ତ ସୂତାରୁ ଗାମୁଛା, ଲୁଙ୍ଗୀ, ରୁମାଲ, ଜ୍ୟାକେଟ୍‌, ଶାଢ଼ୀ ପ୍ରସ୍ତୁତ କରାଯାଉଛି। ପ୍ରାୟ ୧୦ବର୍ଷ ହେବ ସେମାନେ ଏହି କାମ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri