ମହିଳାଙ୍କୁ କାଇଁଚ ହସ୍ତଶିଳ୍ପ କରୁଛି ସ୍ବାବଲମ୍ବୀ

କେନ୍ଦ୍ରାପଡ଼ା, ୧୧ା୨ (ଜଗନ୍ନାଥ ଧଳ)ବଣୁଆ କାଇଞ୍ଚ ଏବେ କେନ୍ଦ୍ରାପଡ଼ା ଜିଲାର ୧୮୬୪ ପରିବାରର ମହିଳାଙ୍କୁ ରୋଜଗାର ଦେଉଛି। ଜିଲାକୁ ସ୍ବତନ୍ତ୍ର ପରିଚୟ ଦେବା ସହ ଏଥିରୁ ଉତ୍ପାଦିତ ସାମଗ୍ରୀର ଦେଶ ବିଦେଶରେ ଚାହିଦା ବଢ଼ିଛି।
ଏ ସମ୍ପର୍କରେ କାଇଁଚ ହସ୍ତଶିଳ୍ପୀ କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗ ଗ୍ରାମର ଭଗବତୀ ତ୍ରିପାଠୀ କହିଛନ୍ତି ଯେ, ଜିଲା ଶିଳ୍ପ କେନ୍ଦ୍ର, ମିଶନ ଶକ୍ତି, ଓରମାସ ପ୍ରମୁଖ କାଇଁଚ କଳାକୁ ପ୍ରୋତ୍ସାହିତ କରୁଛନ୍ତି। ବ୍ଲକର ଜଜାଙ୍ଗଠାରେ ଉପତ୍ାଦର ବୃଦ୍ଧି ଓ ବିକ୍ରି ପାଇଁ କ୍ଲଷ୍ଟର ଆରମ୍ଭ ହୋଇଛି। ଅନ୍‌ଲାଇନ ଓ ଅଫ୍‌ଲାଇନରେ ଏହାର ବିକ୍ରି ଚାଲିଛି। ବାରୋ ଗ୍ରାମର ଜାନକୀ ପଣ୍ଡା କହିଛନ୍ତି, ଏହି ଗ୍ରାମ ସହିତ ଜଜାଙ୍ଗ, କପାଳେଶ୍ୱର, ସମଲପୁର, ପୋଇପାଟ, ତରାଣ୍ଡୋ, ତ୍ରିଲୋଚନପୁର, କେରୋ ଆଦି ଗ୍ରାମରେ କାଇଁଚ ପ୍ରଚୁର ମିଳିଥାଏ। ଏଥିସହ ଡେରାବିଶ ବ୍ଲକର ଛତା, ବଳଭଦ୍ରପୁର, ଲକ୍ଷ୍ମୀନାରାୟଣପୁର, ମାର୍ଶାଘାଇ ବ୍ଲକର ତୁଳସୀପୁର, ପଳାଶପୁର, ଛଘରିଆ, ଅଙ୍ଗୁଳାଇ, ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର, ଔପଦା, ଓସମରା, ଡାମରପୁର ଆଦି କାଇଁଚର ଗନ୍ତାଘର। ବର୍ଷାଦିନେ ଏହା ୫ରୁ ୬ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଏହାକୁ ସଂଗ୍ରହ କରି ଖରାରେ ଶୁଖାଇବା ପରେ ସବୁଜରୁ ସୁନେଲି ରଙ୍ଗ ଧାରଣ କରେ। ପରେ ଆବଶ୍ୟକ ଅନୁଯାୟୀ କାଇଁଚକୁ ରଙ୍ଗ କରାଯାଇ ସାମଗ୍ରୀ ନିର୍ମାଣରେ ବ୍ୟବହାର ହୁଏ। କାରିଗର ମନୋରମା ତ୍ରିପାଠୀ କହିଛନ୍ତି, ଏଥିରେ ରଙ୍ଗ ବେରଙ୍ଗର ଟୋପି ସହିତ ବାସ୍କେଟ, ହାତପଙ୍ଖା, ଖେଳଣା, ପେଡି, ଫୁଲଦାନି ଆଦି ନିର୍ମାଣ ହୁଏ। ଖରାଦିନେ ଏହାର ଟୋପି ପିନ୍ଧିଲେ ଭଲ ଦେଖାଯିବା ସହିତ ମୁଣ୍ଡକୁ ଥଣ୍ଡା ରଖେ। ଏହା ବ୍ୟତୀତ କାଇଁଚରେ ତିଆରି ଅଳଙ୍କାର ଦେଶ ବିଦେଶରେ ଯୁବତୀଙ୍କ ଆକର୍ଷଣ ହୋଇଛି। କାନଫୁଲ, ବେକରେ କାଇଁଚ ମାଳ ଏବେ ଅତ୍ୟାଧୁନିକ ଯୁବତୀଙ୍କ ଫ୍ୟାଶନରେ ସାମିଲ ହୋଇଛି। ପ୍ଲାଷ୍ଟିକ ବଦଳରେ ଏହାର ବହୁଳ ବ୍ୟବହାର ହେଉଛି। ବଟୁଆ, ହ୍ୟାଣ୍ଡବ୍ୟାଗ, ଚାବି ରିଂ, ମୋବାଇଲ ଷ୍ଟାଣ୍ଡ ଆଦି କାଇଁଚ ସାମଗ୍ରୀ ମେଳା ମହୋତ୍ସବ ଅପେକ୍ଷା ଅନ୍‌ଲାଇନରେ ବିକ୍ରି ବୃଦ୍ଧି ହୋଇଛି। ବିଭିନ୍ନ ମେଳାରେ ଦେଶ ବିଦେଶର ଲୋକ ଏହାକୁ କିଣିବା ବେଳେ କେନ୍ଦ୍ରାପଡ଼ା ଜିଲା ଏହି ହସ୍ତକଳା ପାଇଁ ଗର୍ବିତ ବୋଲି ସେ ପ୍ରକାଶ କରିଛନ୍ତି। ହସ୍ତଶିଳ୍ପୀ ରଶ୍ମିତା ବେହେରା କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ଭାବେ କାଇଁଚ ସାମଗ୍ରୀ ବ୍ୟବହାର ହେଉଥିଲା। ତେବେ ୨୦୦୬ ମସିହାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ସାମୂହିକ ଭାବେ ସାମଗ୍ରୀ ଉପତ୍ାଦନ କରାଗଲା। ଏହି ସମୟରେ ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମପ୍ରାପ୍ତ ମହିଳାଙ୍କ ସଂଖ୍ୟା ଏବେ ୨ ହଜାରରୁ ଅଧିକ ହୋଇଛି।
ଏ ସଂକ୍ରାନ୍ତରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ବିଭିନ୍ନ ହସ୍ତଶିଳ୍ପ ପାଇଁ ତାଲିମ ପ୍ରଦାନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ବାରୋ, ଜଜାଙ୍ଗ ବ୍ୟତୀତ ଜିଲାର ସମସ୍ତ ଅଞ୍ଚଳରେ କାଇଁଚ ଶିଳ୍ପ ଆରମ୍ଭ ହୋଇଛି। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ଥାନୀୟ ବ୍ୟାଙ୍କ ସହ ଅନୁବନ୍ଧିତ କରାଇ ଋଣ ଅର୍ଥ ଯୋଗାଇ ଦିଆଯାଉଛି। ଓରମାସର ଜିଲା ପରିଚାଳକ କୈଳାସ ଚନ୍ଦ୍ର ସେନାପତିଙ୍କୁ ପଚାରିବାରେ ପୂର୍ବରୁ ପଲ୍ଲିଶ୍ରୀ ମେଳା, ବିଭିନ୍ନ ଯାତ୍ରା ମହୋତ୍ସବରେ ଏସ୍‌ଏଚ୍‌ଜି ସଦସ୍ୟା ସାମିଲ ହୋଇ ଉପତ୍ାଦିତ ସାମଗ୍ରୀ ବିକ୍ରି କରୁଥିଲେ। ଏବେ ଜଜାଙ୍ଗଠାରେ କାଇଁଚ କ୍ଲଷ୍ଟର ନିର୍ମାଣ ପରେ ଅନ୍‌ଲାଇନରେ ବିକ୍ରିବୃଦ୍ଧି ହୋଇଛି। ନିକଟରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଏହି ହସ୍ତକଳାର ବିକ୍ରି ବୃଦ୍ଧି ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri