ସୁଜି ଜିଲାପି

ଆବଶ୍ୟକ ସାମଗ୍ରୀ: ସୁଜି- ୧ କପ୍‌, ମଇଦା- ୧/୪ କପ୍‌, ଘୋଳ ଦହି- ୧/୨ କପ୍‌, ବେକିଂ ପାଉଡ଼ର ୧/୨ ଛୋଟ ଚାମଚ, ଚିମୁଟାଏ ଅରେଞ୍ଜ ଫୁଡ୍‌ କଲର, ଚିନି- ୧.୫ କପ୍‌, ୧ ଚାମଚ ଲେମ୍ବୁ ରସ, ୪ଟି ଗୁଜୁରାତିର ଗୁଣ୍ଡ, ଛାଣିବା ପାଇଁ ତେଲ।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ସୁଜି, ମଇଦା, ଫୁଡ୍‌ କଲର, ଦହିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ସେଥିରେ ୩/୪ କପ୍‌ ପାଣି ମିଶାଇ ବହଳିଆ ପେଷ୍ଟ କରିଦିଅନ୍ତୁ। ଏହାକୁ ଘୋଡ଼ାଇ ୨୫ମିନିଟ୍‌ରୁ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
ଅନ୍ୟ ଏକ ପାତ୍ର ଚୁଲାରେ ବସାଇ ସେଥିରେ ଚିନି ଏବଂ ୨.୫ କପ୍‌ ପାଣି ଦେଇ ଫୁଟାନ୍ତୁ। ଏହାକୁ ଧୀରେ ଧୀରେ ଗୋଳାନ୍ତୁ। ମିଶ୍ରଣ ବହଳିଆ ହୋଇଗଲେ ଏକ ଚାମଚ୍‌ରେ କାଢି ଥଣ୍ଡା କରନ୍ତୁ ଏବଂ ଦୁଇଟି ଟିପ ସାହାଯ୍ୟରେ ଦେଖନ୍ତୁ ଯଦି ଏହା ଅଠାଳିଆ ଲାଗୁଛି ତେବେ ଚୁଲା ବନ୍ଦ କରିଦିଅନ୍ତୁ। ଏଥିରେ ଗୁଜୁରାତି ଗୁଣ୍ଡ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।
ମିଶ୍ରଣ ଫୁଲି ଯିବା ପରେ ସେଥିରେ ବେକିଂ ପାଉଡର ପକାଇ ମିଶାଇ ଦିଅନ୍ତୁ। କପଡ଼ାରେ ଏକ କୋନ୍‌ ପ୍ରସ୍ତୁତ କରି ସେଥିରେ ଏହି ମିଶ୍ରଣକୁ ପୁରାନ୍ତୁ। କୋନ୍‌ ତଳେ ଛୋଟ କଣା କରନ୍ତୁ। ଏକ କଡ଼େଇରେ ଛାଣିବା ଲାଗି ତେଲ କିମ୍ବା ଘିଅ ଗରମ କରନ୍ତୁ। ଗରମ ହେବା ପରେ ସେଥିରେ ଧୀରେ ଧୀରେ ଜିଲାପି ମିଶ୍ରଣକୁ ଗୋଲ ଗୋଲ କରି ପକାନ୍ତୁ। ଏହାର ରଙ୍ଗ ହାଲୁକା ବ୍ରାଉନ ହେଲେ ଛାଣି ପୂର୍ବରୁ ପ୍ରସ୍ତୁତ କରିଥିବା ସିରାରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଗରମ ଗରମ ଜଲେବି। ଏହାକୁ ପ୍ଲେଟ୍‌ରେ କାଢ଼ି ସର୍ଭ କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri