ସୁଜି ଜିଲାପି

ଆବଶ୍ୟକ ସାମଗ୍ରୀ: ସୁଜି- ୧ କପ୍‌, ମଇଦା- ୧/୪ କପ୍‌, ଘୋଳ ଦହି- ୧/୨ କପ୍‌, ବେକିଂ ପାଉଡ଼ର ୧/୨ ଛୋଟ ଚାମଚ, ଚିମୁଟାଏ ଅରେଞ୍ଜ ଫୁଡ୍‌ କଲର, ଚିନି- ୧.୫ କପ୍‌, ୧ ଚାମଚ ଲେମ୍ବୁ ରସ, ୪ଟି ଗୁଜୁରାତିର ଗୁଣ୍ଡ, ଛାଣିବା ପାଇଁ ତେଲ।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ସୁଜି, ମଇଦା, ଫୁଡ୍‌ କଲର, ଦହିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ସେଥିରେ ୩/୪ କପ୍‌ ପାଣି ମିଶାଇ ବହଳିଆ ପେଷ୍ଟ କରିଦିଅନ୍ତୁ। ଏହାକୁ ଘୋଡ଼ାଇ ୨୫ମିନିଟ୍‌ରୁ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
ଅନ୍ୟ ଏକ ପାତ୍ର ଚୁଲାରେ ବସାଇ ସେଥିରେ ଚିନି ଏବଂ ୨.୫ କପ୍‌ ପାଣି ଦେଇ ଫୁଟାନ୍ତୁ। ଏହାକୁ ଧୀରେ ଧୀରେ ଗୋଳାନ୍ତୁ। ମିଶ୍ରଣ ବହଳିଆ ହୋଇଗଲେ ଏକ ଚାମଚ୍‌ରେ କାଢି ଥଣ୍ଡା କରନ୍ତୁ ଏବଂ ଦୁଇଟି ଟିପ ସାହାଯ୍ୟରେ ଦେଖନ୍ତୁ ଯଦି ଏହା ଅଠାଳିଆ ଲାଗୁଛି ତେବେ ଚୁଲା ବନ୍ଦ କରିଦିଅନ୍ତୁ। ଏଥିରେ ଗୁଜୁରାତି ଗୁଣ୍ଡ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।
ମିଶ୍ରଣ ଫୁଲି ଯିବା ପରେ ସେଥିରେ ବେକିଂ ପାଉଡର ପକାଇ ମିଶାଇ ଦିଅନ୍ତୁ। କପଡ଼ାରେ ଏକ କୋନ୍‌ ପ୍ରସ୍ତୁତ କରି ସେଥିରେ ଏହି ମିଶ୍ରଣକୁ ପୁରାନ୍ତୁ। କୋନ୍‌ ତଳେ ଛୋଟ କଣା କରନ୍ତୁ। ଏକ କଡ଼େଇରେ ଛାଣିବା ଲାଗି ତେଲ କିମ୍ବା ଘିଅ ଗରମ କରନ୍ତୁ। ଗରମ ହେବା ପରେ ସେଥିରେ ଧୀରେ ଧୀରେ ଜିଲାପି ମିଶ୍ରଣକୁ ଗୋଲ ଗୋଲ କରି ପକାନ୍ତୁ। ଏହାର ରଙ୍ଗ ହାଲୁକା ବ୍ରାଉନ ହେଲେ ଛାଣି ପୂର୍ବରୁ ପ୍ରସ୍ତୁତ କରିଥିବା ସିରାରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଗରମ ଗରମ ଜଲେବି। ଏହାକୁ ପ୍ଲେଟ୍‌ରେ କାଢ଼ି ସର୍ଭ କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri