ରାଉରକେଲା ଅଫିସି,୧୧।୬: ରାଉରକେଲା ଉଦିତନଗର ଶୀତଳପଡ଼ା ବସ୍ତି ଅଞ୍ଚଳରେ ଏକ କୋମଳମତି ଶିଶୁକୁ ତାଙ୍କ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ହେଲେ ଆର୍ଯ୍ୟନ ଲାକ୍ରା (୪ବର୍ଷ)। ଏହି ଘଟଣାରେ ପୋଲିସ ମୃତକଙ୍କ ବାପାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରାଜୁ ଲାକ୍ରା(୨୦)। ତାଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଏ ନେଇ ପୋଲିସ ଉଦିତନଗର ଥାନାରେ ଏକ ମାମଲା (ନଂ.୧୯୦।୨୩) ରୁଜୁ କରିଛି। ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ଜଣଙ୍କ ନିଜ ନାବାଳକ ପୁଅକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି।
ପୋଲିସ ସୂଚନାନୁସାରେ, ଉଦିତନଗର ଥାନା ଶୀତଳପଡ଼ା ବସ୍ତିର ରାଜୁ ଲାକ୍ରା ପ୍ରାୟ ୫ବର୍ଷ ତଳେ ଗୁନୁ ଲାକ୍ରାଙ୍କୁ ବିବାହ କରିଥିଲେ। ଉଭୟଙ୍କର ସାଢ଼େ ୪ ବର୍ଷର ପୁଅ ଆର୍ଯ୍ୟନ ଅଛି। ପ୍ରତ୍ୟେକ ଦିନ ଟଙ୍କା ପଇସାକୁ ନେଇ ଉକ୍ତ ଦମ୍ପତିଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ରାଜୁ ନିଶା ଖାଉଥିବା ବେଳେ କୌଣସି କାର୍ଯ୍ୟ କରୁ ନ ଥିଲେ। ତେଣୁ ବାଧ୍ୟ ହୋଇ ଗୁନୁ ଜଣେ ଠିକାଦାରଙ୍କ ନିକଟରେ କାମ କରି ଘର ଚଲାଉଥିଲେ। ତେବେ ଅନ୍ୟ ପୁରୁଷ ସହ ଗୁନୁ ସମ୍ପର୍କ ରଖୁଥିବା ରାଜୁ ସନ୍ଦେହ କରୁଥିଲେ ଏବଂ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତ ଗୁରୁବାର ରାଜୁ ଓ ଗୁନୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ଶୁକ୍ରବାର ଗୁନୁ ପୁଅକୁ ଘରେ ଏକୁଟିଆ ଛାଡ଼ି ନିଜ ପିୟୁସୀଙ୍କ ଘରକୁ ଚାଲିଯାଇଥିଲେ। ରାଜୁ ଘରକୁ ଆସି ସ୍ତ୍ରୀଙ୍କୁ ନ ଦେଖି ପୁଅ ଉପରେ ରାଗ ସୁଝାଇଥିଲେ। ସେ ପୁଅକୁ ମାରି ଆଜବେଷ୍ଟସ କାଠବିମ୍ବରେ ଟାଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ପାଖ ପଡୋଶୀ ଜାଣିବା ପରେ ଥାନାକୁ ସୂଚନା ଦେଇଥିଲେ। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ତଦନ୍ତ କରିଥିଲା। ଶନିବାର ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ ପରେ ମାମୁଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଉଦିତନଗର ଥାନାଧିକାରୀ ରବିନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
Posted inHome, Home Left, ଆମ ଜିଲା ଖବର, ସୁନ୍ଦରଗଡ଼ View All
ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ
ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…
ଆଜିଠୁ ଆଇପିଏଲ୍: ମୁହାଁମୁହିଁ ହେବେ ଏହି ୨ ଟିମ୍
ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍ ଆଇପିଏଲ୍ (ଇଣ୍ଡିଆନ ପ୍ରିମିୟର ଲିଗ୍)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…
ଓଲଟିଲା ଟୁରିଷ୍ଟ ବସ୍: ଚାଲିଗଲା ୫ ଜୀବନ
ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…
ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ
ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…
ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…
ଦେଶରେ ଲାଗିବ କି ଲକ୍ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…
ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…
ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ
କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…
Archives

