ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିପାଟଣା,୨୪(ଡି.ଏନ୍‌.ଏ.): ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହି ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରଶ୍ମିରଞ୍ଜନ ବିଶ୍ୱାଳ। ହେଲେ ରଶ୍ମିରଞ୍ଜନଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ତାଙ୍କ ପରିବାରର ସମ୍ପର୍କୀୟମାନେ ଜୀବନରେ ମାରିଦେବା ପାଇଁ ଯୋଜନା କରିଥିବା ନେଇ କହିଛନ୍ତି। ତେବେ ଏହି ଘଟଣା ଗୁରୁବାର ରାତିରେ ହୋଇଥିବା ବେଳେ ଏବେ ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପରିବାର ପକ୍ଷରୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଏପରିକି ଗ୍ରାମରେ କାହାକୁ କିଛି ନ ଜଣାଇ ଯୁବକଙ୍କ ମୃତଦେହକୁ ଶୁକ୍ରବାର ଗଁା ଶ୍ମଶାନରେ ପୋଡ଼ି ଦିଆଯାଇଛି। ଖବରପାଇ ପୋଲିସ ପ୍ରାଥମିକ ତଦନ୍ତ ଚଳାଇଥିବା ବେଳେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା ଚଳାଇଛି। ସେହିପରି ଶନିବାର ଏସିପି ଶୁଭନାରାୟଣ ମୁଦୁଲିଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ୍‌ ଗଁା ଶ୍ମଶାନରେ ପହଞ୍ଚତ୍ ପାରିପାର୍ଶ୍ୱିକ ଅବସ୍ଥାକୁ ଅନୁଧ୍ୟାନ କରିବା ସହ ମୃତ ଯୁବକଙ୍କ ପାଉଁଶ ନେଇ ଟେଷ୍ଟ ପାଇଁ ଲାବୋରେଟୋରିକୁ ପଠାଇଛି।
ସୂଚନା ଅନୁଯାୟୀ, ଭାଇରାଲ ହେଉଥିବା ଭିଡିଓରେ ରଶ୍ମିରଞ୍ଜନ ଭୟରେ ଥିବାବେଳେ ପରିବାରର କେତେଜଣ ସମ୍ପର୍କୀୟ ଓ ଏକ କମ୍ପାନୀର ମ୍ୟାନେଜର ଥିବା ଜଣେ ମହିଳା ମିଶି ତାଙ୍କୁ ମାରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତେଣୁ ମୋ ମୃତ୍ୟୁର କାରଣ ସରକାର ଜାଣିବା ଦରକାର। ଏଥିସହ ପୋଲିସ ସହଯୋଗପୂର୍ବକ ସେମାନଙ୍କୁ ଦଣ୍ଡ ଦିଅନ୍ତୁ ବୋଲି କହିଛନ୍ତି। କିନ୍ତୁ ରଶ୍ମିରଞ୍ଜନଙ୍କ ପରିବାର ଲୋକ ପୁଅ ଆତ୍ମହତ୍ୟା କରିଥିବା କହିବା ସହ ଅଧିକ କିଛି କହିନାହାନ୍ତି। ଅପରପକ୍ଷେ ଗ୍ରାମର କେତେଜଣ ନିଜ ନାମ ଗୋପନ ରଖି କହିଛନ୍ତି, ଯୁବକଙ୍କର ଲକ୍ଷାଧିକ ଟଙ୍କାର ଲୋନ ଥିଲା। ତାହା ଶୁଝିବାକୁ ସେ ନିଜ ପରିବାର ଓ ଉକ୍ତ ଯୁବତୀଙ୍କ ସହାୟତା ଲୋଡିଥିଲା। ହେଲେ ସେମାନେ ସମ୍ମତି ପ୍ରଦାନ କରି ନ ଥିବାରୁ ମନାନ୍ତର ହୋଇଥିଲା। ତେଣୁ ଆତ୍ମହତ୍ୟାକୁ ବିକଳ୍ପ ଭାବେ ବାଛିଥାଇପାରେ। ଏପଟେ ବାଲିପାଟଣା ଥାନା ଅଧିକାରୀ ଓଁପ୍ରକାଶ କୁହନ୍ତି, ଯେହେତୁ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ କେବଳ ଷ୍ଟେଶନ ଡାଏରି କରି ତଦନ୍ତ କରାଯାଉଛି। ଏପରିକି ସାଇଣ୍ଟିଫିକ ଟିମ୍‌ ମଧ୍ୟ ତଦନ୍ତ ଚଳାଇଛି। ରିପୋର୍ଟ ଆସିଲେ ଅଧିକ କିଛି ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri