ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିପାଟଣା,୨୪(ଡି.ଏନ୍‌.ଏ.): ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହି ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରଶ୍ମିରଞ୍ଜନ ବିଶ୍ୱାଳ। ହେଲେ ରଶ୍ମିରଞ୍ଜନଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ତାଙ୍କ ପରିବାରର ସମ୍ପର୍କୀୟମାନେ ଜୀବନରେ ମାରିଦେବା ପାଇଁ ଯୋଜନା କରିଥିବା ନେଇ କହିଛନ୍ତି। ତେବେ ଏହି ଘଟଣା ଗୁରୁବାର ରାତିରେ ହୋଇଥିବା ବେଳେ ଏବେ ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପରିବାର ପକ୍ଷରୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଏପରିକି ଗ୍ରାମରେ କାହାକୁ କିଛି ନ ଜଣାଇ ଯୁବକଙ୍କ ମୃତଦେହକୁ ଶୁକ୍ରବାର ଗଁା ଶ୍ମଶାନରେ ପୋଡ଼ି ଦିଆଯାଇଛି। ଖବରପାଇ ପୋଲିସ ପ୍ରାଥମିକ ତଦନ୍ତ ଚଳାଇଥିବା ବେଳେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା ଚଳାଇଛି। ସେହିପରି ଶନିବାର ଏସିପି ଶୁଭନାରାୟଣ ମୁଦୁଲିଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ୍‌ ଗଁା ଶ୍ମଶାନରେ ପହଞ୍ଚତ୍ ପାରିପାର୍ଶ୍ୱିକ ଅବସ୍ଥାକୁ ଅନୁଧ୍ୟାନ କରିବା ସହ ମୃତ ଯୁବକଙ୍କ ପାଉଁଶ ନେଇ ଟେଷ୍ଟ ପାଇଁ ଲାବୋରେଟୋରିକୁ ପଠାଇଛି।
ସୂଚନା ଅନୁଯାୟୀ, ଭାଇରାଲ ହେଉଥିବା ଭିଡିଓରେ ରଶ୍ମିରଞ୍ଜନ ଭୟରେ ଥିବାବେଳେ ପରିବାରର କେତେଜଣ ସମ୍ପର୍କୀୟ ଓ ଏକ କମ୍ପାନୀର ମ୍ୟାନେଜର ଥିବା ଜଣେ ମହିଳା ମିଶି ତାଙ୍କୁ ମାରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତେଣୁ ମୋ ମୃତ୍ୟୁର କାରଣ ସରକାର ଜାଣିବା ଦରକାର। ଏଥିସହ ପୋଲିସ ସହଯୋଗପୂର୍ବକ ସେମାନଙ୍କୁ ଦଣ୍ଡ ଦିଅନ୍ତୁ ବୋଲି କହିଛନ୍ତି। କିନ୍ତୁ ରଶ୍ମିରଞ୍ଜନଙ୍କ ପରିବାର ଲୋକ ପୁଅ ଆତ୍ମହତ୍ୟା କରିଥିବା କହିବା ସହ ଅଧିକ କିଛି କହିନାହାନ୍ତି। ଅପରପକ୍ଷେ ଗ୍ରାମର କେତେଜଣ ନିଜ ନାମ ଗୋପନ ରଖି କହିଛନ୍ତି, ଯୁବକଙ୍କର ଲକ୍ଷାଧିକ ଟଙ୍କାର ଲୋନ ଥିଲା। ତାହା ଶୁଝିବାକୁ ସେ ନିଜ ପରିବାର ଓ ଉକ୍ତ ଯୁବତୀଙ୍କ ସହାୟତା ଲୋଡିଥିଲା। ହେଲେ ସେମାନେ ସମ୍ମତି ପ୍ରଦାନ କରି ନ ଥିବାରୁ ମନାନ୍ତର ହୋଇଥିଲା। ତେଣୁ ଆତ୍ମହତ୍ୟାକୁ ବିକଳ୍ପ ଭାବେ ବାଛିଥାଇପାରେ। ଏପଟେ ବାଲିପାଟଣା ଥାନା ଅଧିକାରୀ ଓଁପ୍ରକାଶ କୁହନ୍ତି, ଯେହେତୁ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ କେବଳ ଷ୍ଟେଶନ ଡାଏରି କରି ତଦନ୍ତ କରାଯାଉଛି। ଏପରିକି ସାଇଣ୍ଟିଫିକ ଟିମ୍‌ ମଧ୍ୟ ତଦନ୍ତ ଚଳାଇଛି। ରିପୋର୍ଟ ଆସିଲେ ଅଧିକ କିଛି ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri