ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡ଼ା,୨୩।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ବୁଲିବାକୁ ଆସିଥିବା ଜଣେ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେହେଲେ ରୁଷିଆର ଭ୍ଲାଡ଼ିମିର ବିଦାନୋଭ(୬୨)। ଗତ ୨୧ ତାରିଖରେ ବିଦାନୋଭ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡିରୁ ରାୟଗଡ଼ା ଆସିଥିଲେ। ଗାଇଡ ଜିତେନ୍ଦ୍ର ସିଂଙ୍କ କହିବା ଅନୁସାରେ ସେମାନେ ୧୯ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ଦାରିଙ୍ଗବାଡ଼ି ଆସିଥିଲେ। ଗୁରୁବାର ବିଦାନୋଭଙ୍କ ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଲୋକଲୋଚନକୁ ଆସିଛି।
ସୂଚନାଯୋଗ୍ୟ, ଗୁରୁବାର ବିଦାନୋଭଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଫଳରେ ତାଙ୍କୁ ହୋଟେଲ କର୍ମଚାରୀ ଏବଂ ଗାଇଡ୍‌ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏନେଇ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଗାଇଡ କହିଛନ୍ତି। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଶବସଂରକ୍ଷିତ ଗୃହରେ ରଖିଛି। ଶନିବାର ମୃତ ବିଦାନୋଭଙ୍କ ପରିବାର ଲୋକେ ରାୟଗଡ଼ା ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ହେଲେ ମଦ୍ୟପାନ ଯୋଗୁ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଗାଇଡ ଜିତେନ୍ଦ୍ର ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri