ମହାରାଷ୍ଟ୍ରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଲାଠୋର,୫ା୪(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ସୁନାମୁଦି ଗ୍ରାମର ସୁଶାନ୍ତ ବାଗ(୧୯) ମହାରାଷ୍ଟ୍ରକୁ କାମ କରିବାକୁ ଯାଇଥିଲେ। ସେଠାରେ ସେ ଆମତ୍ହତ୍ୟା କରିଛନ୍ତି ବୋଲି ଶନିବାର ସକାଳେ ପରିବାର ବର୍ଗ ଜାଣିବାକୁ ପାଇଥିଲେ। ଘଟଣାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ବୋଲି ମୃତକଙ୍କ କାକା ପାଣ୍ଡେ ବାଗ କହିଛନ୍ତି। ମୃତଦେହ ସୁନାମୁଦରେ ଆଣି ପହଞ୍ଚାଇବାକୁ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ସେ ନିବେଦନ କରିଛନ୍ତି।

୨ ମାସରୁ ଊର୍ଦ୍ଧ୍ୱ ହେବ ସୁନାମୁଦି ଗ୍ରାମର ତ୍ରିଲୋଚନ ବାଗଙ୍କ ପୁଅ ସୁଶାନ୍ତ ସମ୍ପର୍କୀୟ ମାମୁଁ ଅଭିନାଶ ଛୁରାଙ୍କ ସହ ମହାରାଷ୍ଟ୍ର ରାଜ୍ୟ ଅମରାବତି ଜିଲା ନନ୍ଦଗାଁପେଠସ୍ଥିତ ମାହିଟେରି କୋଟ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ। ଶୁକ୍ରବାର ରାତିରେ ମାମୁଁ ଭଣଜା କମ୍ପାନି ଗେଟ ବାହାରେ ଥିବା ଏକ ଟିଣଚାଦର ଘରେ ଶୋଇବାକୁ ଯାଇଥିଲେ। ଶନିବାର ସକାଳେ ସୁଶାନ୍ତଙ୍କ ମୃତଦେହ ଘର ଭିତରେ ଏକ ଲୁହା ପାଇପରେ ଝୁଲୁଥିବା ମାମଁୁ ଅଭିନାଶ ଦେଖିବାକୁ ପାଇଥିଲେ। ଏ ନେଇ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅମରାବତି ଏର୍ବିନ ହସ୍ପିଟାଲ ନେଇଥିବା ମୃତକଙ୍କ ମାମଁୁ ସୂଚନା ଦେଇଛନ୍ତି। ସେଠାକାର ପୋଲିସ ମହାରାଷ୍ଟ୍ର ଆସି ମୃତଦେହ ନେଇ ଯିବାକୁ ମୃତକଙ୍କ ପରିବାର ବର୍ଗଙ୍କୁ କୁହାଯାଇଛି। ସୁଶାନ୍ତଙ୍କ ବାପା ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ବେଳେ ମା’ ଜଣେ ମାନସିକ ରୋଗୀ। ଘରେ ଜଣେ ହୃଦରୋଗୀ ଭଉଣୀଙ୍କ ସହ ଅନ୍ୟ ଦୁଇ ଛୋଟ ଭଉଣୀ ରହୁଛନ୍ତି। ଏପରି ସ୍ଥିତିରେ ସେମାନେ କେମିତି ମହାରାଷ୍ଟ୍ର ଯାଇ ମୃତଦେହ ଆଣିବେ ଚିନ୍ତାରେ ପଡିଛନ୍ତି। ଘଟଣାକୁ ନେଇ ଶିକ୍ଷକ ଗଜମଣୀ ବାଗ ଏକ୍ସ ଯୋଗେ ସିଏମ୍‌ଓ ଓଡ଼ିଶା, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସିଏମ୍‌ଓ ମହାରାଷ୍ଟ୍ର, ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି ଏବଂ ବଲାଙ୍ଗୀର ଜିଲାପାଳଙ୍କୁ ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳରାତ୍ରୀ ବେଶରେ ମା’: ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ସପ୍ତମ ଦିବସ ବୁଧବାର ଦେବୀ କାଳରାତ୍ରୀ ବେଶରେ ଦର୍ଶନ…

ମିଳୁନି ଗ୍ୟାସ୍‌ ସିଲିଣ୍ଡର, ବିକଳ୍ପ ଚୁଲା କଲେ ହୋଟେଲ ମାଲିକ, ଜାଣିଲେ ହୋଇଯିବ ତାଜୁବ

ବଲାଙ୍ଗୀର,୨୫ା୩(ବୀରେନ୍ଦ୍ର କୁମାର ଝାଙ୍କର): ଆମେରିକା-ଇସ୍ରାଏଲ-ଇରାନ୍‌ ଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ପ୍ରଭାବ ବଲାଙ୍ଗୀରରେ ବିଶେଷକରି…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri