Posted inଜାତୀୟ

ସୀମା ହେଦର ପାକିସ୍ତାନୀ ଗୁପ୍ତଚର ହୋଇଥିବା ସନ୍ଦେହ ବଢିଲା

ଲକ୍ଷ୍ନୌ,୧୮।୭: ଉତ୍ତରପ୍ରଦେଶ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାାଡ (ୟୁପି ଏଟିଏସ) ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ଜଣେ ପାକିସ୍ତାନୀ ମହିଳା ସୀମା ହେଦରଙ୍କ ଦୀର୍ଘ ସମୟ ପଚରାଉଚରା କରିଛି। ଗୁପ୍ତଚର ଏଜେନ୍ସିରୁ ମିଳିଥିବା ‘ନିର୍ଦ୍ଦିଷ୍ଟ’ ସୂଚନାକୁ ଆଧାର କରି ତାଙ୍କୁ ପଚରାଉଚରା କରିଛି। ସୀମାଙ୍କ ବ୍ୟତୀତ ୟୁପି ଏଟିଏସ ତାଙ୍କ ସ୍ବାମୀ ସଚିନ ଏବଂ ଶ୍ୱଶୁର ନେତ୍ରପାଲଙ୍କୁ ନିଜ କାର୍ଯ୍ୟାଳୟକୁ ନେଇ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲେ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗୁପ୍ତଚର ଏଜେନ୍ସି ସୂଚନା ଅନୁସାରେ ସୀମାଙ୍କ ଦାଦା ପାକିସ୍ତାନୀ ସେନାରେ ସୁବେଦାର ଏବଂ ତାଙ୍କ ଭାଇ ମଧ୍ୟ ପାକିସ୍ତାନୀ ସେନାରେ କାମ କରୁଛନ୍ତି। ଏହି କାରଣରୁ ସୀମା ପାକିସ୍ତାନୀ ଗୁପ୍ତଚର ହୋଇଥିବା ସନ୍ଦେହ ବଢିବାରେ ଲାଗିଛି। ସୁରକ୍ଷା ଏଜେନ୍ସିମାନେ ଏ ସମ୍ପର୍କରେ ତୀକ୍ଷ୍ଣ ନଜର ରଖିଛନ୍ତି।
ସୂଚନାଯୋଗ୍ୟ, ସୀମା ଗୁଲାମ ହେଦର ଅନ୍‌ଲାଇନ୍‌ ପବ୍‌ଜି ଖେଳି ନୋଏଡାର ସଚିନ ମିଣାଙ୍କ ପ୍ରେମରେ ପଡ଼ିବା ପରେ ପାକିସ୍ତାନ ଛାଡ଼ି ଭାରତ ଚାଲିଆସିଥିଲେ। ନିଜ ୪ ପିଲାଙ୍କ ସହ ନେପାଳ ଦେଇ ଭାରତ ଆସିଥିବା ସୀମା ପୁଣିଥରେ ପାକିସ୍ତାନ ନ ଫେରନ୍ତୁ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି। ସେମାନଙ୍କ ମତରେ ସୀମା ଏବେ ଅନ୍ୟ ସମ୍ପ୍ରଦାୟର ହୋଇଗଲେଣି। ସେଥିପାଇଁ ତାଙ୍କୁ ପୁଣିଥରେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତରେ ବେଆଇନ ପ୍ରବେଶ ନେଇ ସୀମାଙ୍କୁ ଜୁଲାଇ ୪ରେ ଗିରଫ କରାଯାଇଥିଲା। ଜାମିନରେ ଆସିବା ପରେ ସେ ପାକିସ୍ତାନ ଯିବାକୁ ଏବେ ଅରାଜି। ସେଠାକୁ ଗଲେ ତାଙ୍କୁ ମୃତ୍ୟୁ ଭୟ ଥିବା ସୀମା କହିଛନ୍ତି।
ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହେଦର ସାଉଦି ଆରବରେ ଚାକିରି କରୁଥିବାବେଳେ ସୀମା ତାଙ୍କ ପିଲାଙ୍କ ସହ ଏକୁଟିଆ ଗୁଲିସ୍ତାନ-ଇ-ଜୈହାରସ୍ଥିତ ଘରେ ରହୁଥିଲେ। ୨୦୧୯ରୁ ସୀମା ସଚିନଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ଗୁଲାମ ପୁଣିଥରେ ସୀମାଙ୍କୁ ଆପଣାଇବାକୁ ପ୍ରସ୍ତୁତ ଥିବା ଏକ ଭିଡିଓ ଶେୟାର କରି କହିଛନ୍ତି। ୧୦ ବର୍ଷ ପୂର୍ବେ ସୀମା ଓ ଗୁଲାମ ପ୍ରେମ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ଜାଣନ୍ତୁ କେତେ କ’ଣ ମିଳିଲା

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଦାନହୁଣ୍ଡି ଶନିବାର ଖୋଲିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

୩ଶହ ଗ୍ରାମ ଚୋରି ସୁନା ଜବତ କଲା ଗଜପତି ପୋଲିସ, ଆଲମାରୀ ଭାଙ୍ଗି….

ଗଜପତି,୭।୨(ଗିରିଧାରୀ ପରିଛା): ଗଜପତି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା…

ଶ୍ରୀଲଙ୍କା ମୁହଁ ଖୋଲିବାରୁ ସରକାରଙ୍କ ସହ ପୁଣି କଥା ହେବ PCB, ଭାରତ ସହ ଖେଳିବାକୁ ନେଇ ନେବ ପରାମର୍ଶ

ନୂଆଦିଲ୍ଲୀ,୭।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହୋଇଛି। ତଥାପି, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଚର୍ଚ୍ଚା ଖେଳାଳି କିମ୍ବା ଖେଳ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri