ନିଲମ୍ବିତ ହେଲେ ମଉସୁଧା ସରପଞ୍ଚ

ଚାନ୍ଦବାଲି,୧୦।୯(ଡି.ଏନ.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଚିଠି ନଂ.୧୫୧୫୩ ତା ୮।୯।୨୧ ରିଖ ଅନୁସାରେ ଶାନ୍ତିଲତାଙ୍କୁ ନିଲମ୍ବନ ନିର୍ଦ୍ଦେଶ ଜାରି କରାଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା, କ୍ଷମତାର ଅପବ୍ୟବହାର, ଆର୍ଥତ୍କ ଅନିୟମିତତା ଭଳି କେତେକ ଅଭିଯୋଗ ଥିବାବେଳେ ଜିଲାପାଳ ତାଙ୍କୁ ୧୦।୮।୨୦୨୦ରେ ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ହେଲେ ସେ ଏହାର ଠିକ୍‌ ଜବାବ ରଖି ନ ଥିବା ଜଣାପଡିଛି।